‘ଏଣିକି ନବମ, ଦଶମ ଶ୍ରେଣୀରେ ମଧ୍ୟାହ୍ନ ଭୋଜନ’ ରାଣୀହାଟ ହାଇସ୍କୁଲ ଶତବାର୍ଷିକୀ ସମାରୋହରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା

Advertisment

ଓଡ଼ିଆ ମାଧ୍ୟମ ସରକାରୀ ସ୍କୁଲରେ ଏବେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ମଧ୍ୟାହ୍ନ ଭୋଜନ ଦିଆଯାଉଛି। ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ  ଏଥିରୁ ବଞ୍ଚିତ ହେଉଛନ୍ତି। ଏଭଳି ଅପ୍ରୀତିକର ପରିସ୍ଥିତିକୁ...

Updated On

ଓଡ଼ିଆ ମାଧ୍ୟମ ସରକାରୀ ସ୍କୁଲରେ ଏବେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ମଧ୍ୟାହ୍ନ ଭୋଜନ ଦିଆଯାଉଛି। ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ  ଏଥିରୁ ବଞ୍ଚିତ ହେଉଛନ୍ତି। ଏଭଳି ଅପ୍ରୀତିକର ପରିସ୍ଥିତିକୁ...

ଅଦ୍ୟତନ ହୋଇଛି
ddggcxx

କଟକ: ଓଡ଼ିଆ ମାଧ୍ୟମ ସରକାରୀ ସ୍କୁଲରେ ଏବେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ମଧ୍ୟାହ୍ନ ଭୋଜନ ଦିଆଯାଉଛି। ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ  ଏଥିରୁ ବଞ୍ଚିତ ହେଉଛନ୍ତି। ଏଭଳି ଅପ୍ରୀତିକର ପରିସ୍ଥିତିକୁ ଦୃ‌ଷ୍ଟିରେ ରଖି ଏଣିକି ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ମଧ୍ୟାହ୍ନ ଭୋଜନ ଦେବାକୁ କ୍ୟାବିନେଟ୍‌ରେ ନିଷ୍ପତ୍ତି ହୋଇଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଜବାହରଲାଲ ନେହରୁ ଇଣ୍ଡୋର ଷ୍ଟାଡିୟମରେ ଆୟୋଜିତ ରାଣୀହାଟ ହାଇସ୍କୁଲର ଶତବାର୍ଷିକୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି ଯେ, ରାଣୀହାଟ ହାଇସ୍କୁଲକୁ ଖୁବ୍‌ଶୀଘ୍ର ଐତିହ୍ୟ ବିଦ୍ୟାଳୟର ମାନ୍ୟତା ପ୍ରଦାନ କରାଯିବା ସହ ଏହାର ଭିତ୍ତିଭୂମିର ବିକାଶ ପାଇଁ ସରକାରଙ୍କ ପକ୍ଷରୁ ୪ କୋଟି ଟଙ୍କା ଓ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ଆହୁରି ୨କୋଟି ଟଙ୍କା ପ୍ରଦାନ କରାଯିବ।

ଶିଳ୍ପପତି ସ୍ବର୍ଗତ ବଂଶୀଧର ପଣ୍ଡା ଓ ରୁଚି ପ୍ରତିଷ୍ଠାତା ଶରତ କୁମାର ସାହୁଙ୍କ ଭଳି ଅସଂଖ୍ୟ ମେଧାବୀ ଛାତ୍ରୀଛାତ୍ରୀ ସୃଷ୍ଟି କରିଥିବା ରାଣୀହାଟ ହାଇସ୍କୁଲ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଅନ୍ୟପଟେ ଶିକ୍ଷା ବ୍ୟବସ୍ଥାକୁ ପ୍ରାଥମିକତା ଦେଇଥିବା ନୂଆ ରାଜ୍ୟ ସରକାର ଗତ ୭ ମାସରେ ୧୯ ହଜାର ଶିକ୍ଷକଙ୍କୁ ନିଯୁକ୍ତି ଦେଇଛନ୍ତି। ଡ୍ରପ୍‌ ଆଉଟ୍‌ ରୋକିବାକୁ ମାଧୋ ସିଂହ ହାତଖର୍ଚ୍ଚ ଯୋଜନାଠୁ ଆରମ୍ଭ କରି ପ୍ରତି ପଞ୍ଚାୟତରେ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଖୋଲିବାକୁ ପଦକ୍ଷେପ ନେଇଛନ୍ତି। ଆସନ୍ତା ୨୦୩୬ ମସିହା ସୁଦ୍ଧା ଶିକ୍ଷା ବ୍ୟବସ୍ଥାରେ ବୈପ୍ଳବିକ ପରିବର୍ତ୍ତନ ଆଣିବାକୁ ନୂଆ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ଶତବାର୍ଷିକୀ ସମାରୋହ କମିଟି ଉପସଭାପତି ବ୍ରଜକିଶୋର ନନ୍ଦଙ୍କ ସଂଯୋଜନ‌ାରେ ଆୟୋଜିତ ଶତବାର୍ଷିକୀ ସମା‌ରୋହରେ ସମ୍ମାନିତ ଅତିଥି ଭାବେ ଆଇନ, ପୂର୍ତ୍ତବିଭାଗ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ, ମାହାଙ୍ଗା ବିଧାୟକ ସାରଦା ପ୍ରଧାନ, ଚୌଦ୍ବାର-କଟକ ବିଧାୟକ ସୌଭିକ ବିଶ୍ବାଳ, ବାରବାଟୀ-କଟକ ବିଧାୟିକା ଇଞ୍ଜିନିୟର ସୋଫିଆ ଫିର୍ଦୋସ, କଟକ ସଦର ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀ, ଜିଲ୍ଲାପାଳ ଦତ୍ତାତ୍ରୟ ଭାଉସାହେବ ସିନ୍ଦେ ପ୍ରମୁଖ ଯୋଗଦେଇ ସ୍କୁଲର ଐତିହ୍ୟ ଓ ଶିକ୍ଷାର ଗୁଣାତ୍ମକ ମାନ ଉପରେ ଆଲୋଚନା କରିଥିଲେ। ଶତବାର୍ଷିକୀ କମିଟି ଅଧ୍ୟକ୍ଷ ଡକ୍ଟର ଜଷ୍ଟିସ୍‌ ଦୁର୍ଗା ପ୍ରସନ୍ନ ଚୌଧୁରୀ ସ୍ବାଗତ ଭାଷଣ ଦେଇଥିବା ବେଳେ ବିଦ୍ୟାଳୟର ପ୍ରଧାନଶିକ୍ଷକ ପଲ୍ଲବୀ ମହାଜନ ଅତିଥି ପରିଚୟ ପ୍ରଦାନ କରିଥିଲେ। ଉତ୍ସବରେ ବିଦ୍ୟାଳୟର ଛାତ୍ରଛାତ୍ରୀ, ପୁରାତନ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ, ଅଭିଭାବକ ପ୍ରମୁଖ ଯୋଗ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe