Utkal Today
ମୋହନା : ଗଜପତି ଜିଲ୍ଲା ମୋହନା ବ୍ଲକ୍ ଗୋବିନ୍ଦପୁର ପଞ୍କେଚାୟତର କେସରା ଉଚ୍ଚପ୍ରାଥମିକ ବିଦ୍ୟାଳୟର ପୂର୍ବତନ ପ୍ରଧାନଶିକ୍ଷକ ରମାକାନ୍ତ ନାୟକ(ବର୍ତ୍ତମାନ ଗୁଲୁବା ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ସହକାରୀ ଶିକ୍ଷକ) ମଧ୍ୟାହ୍ନଭୋଜନ ଓ ଷ୍ଟାଇପେଣ୍ତ୍ ଟଙ୍କା ହଡ଼ପ, ବିଦ୍ୟାଳୟ ଓ ହଷ୍ଟେଲ୍ର ଉନ୍ନତୀକରଣ ନିମନ୍ତେ ମିଳିଥିବା ଅର୍ଥ ହଡ଼ପ ଅଭିଯୋଗରେ ନିଲମ୍ବିତ ହୋଇଛନ୍ତି।
ଗଜପତି ଜିଲ୍ଲା ଶିକ୍ଷାଧିକାରୀଙ୍କ ଚିଠା ନ˚ ୭୧୫୧, ତା:୧୫-୧୨-୨୦୨୧ ପ୍ରକାରେ ଗୋଷ୍ଠୀ ଶିକ୍ଷାଧିକାରୀ ରମାକାନ୍ତ ନାୟକଙ୍କୁ ନିଲମ୍ବିତ କରିଛନ୍ତି। ପ୍ରଧାନଶିକ୍ଷକ ଦାୟିତ୍ବରେ ଥିବା ରମାକାନ୍ତ ନାୟକ ସେତେବେଳେ ଅଧିକାରୀଙ୍କ ସ˚ପୃକ୍ତିରେ ଟଙ୍କା ଆତ୍ମସାତ କରିଥିବା ବିଷୟକୁ ନେଇ ଗ୍ରାମବାସୀ, ଅବିଭାବକ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଅଭିଯୋଗ କରିଥିଲେ। ମୋହନା ବ୍ଳକ ଗୋଷ୍ଠୀ ଶିକ୍ଷାଧିକାରୀ ବିଶ୍ବନାଥ ଭୂୟାଁ, ଏବିଓ କୁନା ପାତ୍ର, ସିଆର୍ସିସି ସୁଧୀର କୁମାର ମହାପାତ୍ର ତଦନ୍ତ କରି କୋଭିଡ୍ ସମୟରେ ପିଲାଙ୍କ ପାଇଁ ଆସିଥିବା ଚାଉଳ ବଣ୍ଟନ କରିନଥିବା ଆଦି ବିଷୟକୁ ଭିତ୍ତିକରି ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଦେଇଥିବା ରିପୋର୍ଟ ଆଧାରରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।
Follow Us