ଯାଜପୁର ଜିଲ୍ଲାରେ ମଧ୍ୟାହ୍ନ ଭୋଜନ ଖାଇ ୫୦ ଛାତ୍ରଛାତ୍ରୀ ଅସୁସ୍ଥ

Advertisment

ମଧ୍ୟାହ୍ନ ଭୋଜନରେ ମଲା ଝିଟିପିଟି ଓ ପଚାଅଣ୍ଡା ଥିବା ଅଭିଯୋଗ

ମଧ୍ୟାହ୍ନ ଭୋଜନରେ ମଲା ଝିଟିପିଟି ଓ ପଚାଅଣ୍ଡା ଥିବା ଅଭିଯୋଗ

ଯାଜପୁର ଜିଲ୍ଲାରେ ମଧ୍ୟାହ୍ନ ଭୋଜନ ଖାଇ ୫୦ ଛାତ୍ରଛାତ୍ରୀ ଅସୁସ୍ଥ

ଯାଜପୁର/ଧର୍ମଶାଳା : ଯାଜପୁର ଜିଲ୍ଲାରେ ମଧ୍ୟାହ୍ନ ଭୋଜନ ଖାଇ ପ୍ରାଥମିକ ବିଦ୍ୟାଳୟର ୫୦ ଛାତ୍ରଛାତ୍ରୀ ଅସୁସ୍ଥ ଥିବାର ଖବର ମିଳିଛି। ମିଳିଥିବା ସୂଚନା ଅନୁଯାୟୀ ଯାଜପୁର ଜିଲ୍ଲାର ହରିଦାସପୁର ପଞ୍ଚାୟତର ଶ୍ରୀବନ୍ତପୁର ପ୍ରାଥମିକ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନରେ ଦିଆଯାଇଥିବା ଭାତରେ ଏକ ମଲା ଝିଟିପିଟି ଦେଖିବାକୁ ମିଳିଥିଲା। ଏହାପରେ ମଲା ଝିଟିପିଟିକୁ କାଢ଼ି ଦେଇ ଛାତ୍ରଛାତ୍ରୀମାନଙ୍କୁ ମଧ୍ୟାହ୍ନ ଭୋଜନ ଦିଆଯାଇଥିଲା।

ଏହାକୁ ଖାଇବାପରେ ଶ୍ରୀବନ୍ତପୁର ପ୍ରାଥମିକ ବିଦ୍ୟାଳୟର ୪୦ ଛାତ୍ରଛାତ୍ରୀ ଅସୁସ୍ଥ ହୋଇ ପଡ଼ିଥିଲେ। ସେମାନଙ୍କୁ ତତକ୍ଷଣାତ୍ ନିକଟସ୍ଥ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସାଲାଗି ଭର୍ତ୍ତି କରାଯାଇଥିଲା।ସେମାନଙ୍କ ଭିତରୁ ଦୁଇଜଣଙ୍କ ଅବସ୍ଥା ସଂକଟାପନ୍ନ ହେବାରୁ ଉଭୟଙ୍କୁ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ଜଣାଯାଇଛି।

publive-image
ଅପରପକ୍ଷରେ ଧର୍ମଶାଳା ବଡ଼କାଏମା ବମ୍ଫୁ ମଙ୍ଗରାଜପୁର ପ୍ରାଥମିକ ବିଦ୍ୟାଳୟରେ ଛାତ୍ରଛାତ୍ରୀମାନଙ୍କୁ ମଧ୍ୟାହ୍ନ ଭୋଜନରେ ପଚାଅଣ୍ଡା ଦିଆଯାଇଥିଲା। ଏହାକୁ ଖାଇ ସେହି ବିଦ୍ୟାଳୟର ୧୦ଜଣ ଛାତ୍ରଛାତ୍ରୀ ଅସୁସ୍ଥ ହୋଇ ପଡ଼ିଥିଲେ।ଏହି ଘଟଣା ସମଗ୍ର ଜିଲ୍ଲାରେ ଚାଞ୍ଚଲ୍ୟ ଖେଳାଇ ଦେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe