ଗାଁକୁ ଫେରିବା ବାଟରେ ବସ୍‌ରେ ଦାଦନ ଶ୍ରମିକଙ୍କ ମୃତ୍ୟୁ, ବାଇକ୍‌ରେ ଶବ ବୋହିଲେ ସମ୍ପର୍କୀୟ

Advertisment
ଯୁବକଙ୍କ ଝୁଲନ୍ତା ଶବ ଉଦ୍ଧାର, ହତ୍ୟା ସନ୍ଦେହ

PNGkit

କୋକସରା: କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ କାଦୋପଦର ଗାଁର ଜଣେ ଯୁବକ ଦାଦନ ଖଟିବାକୁ ହାଇଦ୍ରାବାଦକୁ ଯାଇଥିଲେ। ଦେହ ଅସୁସ୍ଥ ହେବାରୁ ସାଥୀ ଶ୍ରମିକଙ୍କ ସାହାଯ୍ୟରେ ସଙ୍ଗିତା ନାମକ ଯାତ୍ରୀବାହୀ ବସ୍‌ରେ ଭିଟାମାଟିକୁ ଫେରୁଥିଲେ। ନବରଙ୍ଗପୁର ନିକଟରେ ବସ୍‌ରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ମୃତକ ଜଣକ ହେଲେ ଜୟପାଟଣା ବ୍ଲକ କାଦୋପଦର ଗ୍ରାମର ରାମ ବାଗଙ୍କ ପୁଅ ଗିରିଧାରୀ ବାଗ। ଆମପାଣିରେ ବସ ପହଞ୍ଚିବା ପରେ ସମ୍ପର୍କୀୟମାନେ ଶବକୁ ଏକ ବାଇକ୍‌ରେ ଗାଁକୁ ନେଇଥିବା ଘଟଣା ଚର୍ଚ୍ଚାର କେନ୍ଦ୍ର ପାଲଟିଛି। ପ୍ରକାଶ ଯେ, ଦୁଇ ମାସ ତଳେ ଗିରିଧାରୀ ହାଇଦ୍ରାବାଦକୁ କାମ କରିବାକୁ ଯାଇ ସେଠାରେ ଏକ ଘରୋଇ କମ୍ପାନିରେ ଡ୍ରାଇଭର ଭାବେ କାମ କରୁଥିଲେ। ହଠାତ୍‌ ଦେହ ଅସୁସ୍ଥ ହେବାରୁ ଘରକୁ ଫେରୁଥିଲେ। ଦୁଇ ବର୍ଷ ପୂର୍ବରୁ ରାମ ବାଗ ସ୍ତ୍ରୀକୁ ହରାଇଥିବା ବେଳେ ଏବେ ରୋଜଗାରିଆ ପୁଅକୁ ହରାଇ ଭାଙ୍ଗି ପଡ଼ିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe