ତାମିଲନାଡୁରେ ଦାଦନ ଶ୍ରମିକଙ୍କ ସନ୍ଦେହଜନକ ମୃତ୍ୟୁ, ଥାନା ଦ୍ବାରସ୍ଥ ହେଲେ ପତ୍ନୀ

Advertisment
ବଜ୍ରପାତରେ ଜଣେ ମୃତ 

Telegraph India

ରିଆମାଳ: ପରିବାର ପ୍ରତିପୋଷଣ ପାଇଁ ଦେବଗଡ଼ ଜିଲ୍ଲା ରିଆମାଳ ଥାନା ବାଲିଜୋରିରୁ ତାମିଲନାଡୁକୁ କାମ କରିବାକୁ ଯାଇଥିବା ଯୁବକଙ୍କ ସନ୍ଦେହଜନକ ମୃ୍ତ୍ୟୁ ହୋଇଛି। ଏ ନେଇ ପତ୍ନୀ ଥାନାର ଦ୍ବାରସ୍ଥ ହୋଇଛନ୍ତି। ବାଲିଜୋରି ଗ୍ରାମର ସ୍ୱର୍ଗତ ଅଇଁଠୁ ପ୍ରଧାନଙ୍କ ପୁଅ ଭୀମସେନ ପ୍ରଧାନ (୩୦) ଆଜକୁ ୩ ବର୍ଷ ହେବ ତାମିଲନାଡୁରେ ଦାଦନ ଶ୍ରମିକ ଭାବରେ କାମ କରିବାକୁ ଯାଇଥିଲେ।

ତାମିଲିନାଡ଼ୁ ତିରିପୁର ଜିଲ୍ଲା ଆଲାମ୍ ପୋଲିୟମ ସଲଫେଟ ଛକ ଆର୍ଲା ଡେମରା ଡାଇଂ କମ୍ପାନିରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ। ଶୁକ୍ରବାର ତାର ଶବ କମ୍ପାନିର ଏକ ଟାଙ୍କିରେ ଭାସୁଥିଥିବା ଦେଖାଯାଇଥିଲା। ଖବରପାଇ ତାମିଲନାଡ଼ୁ ପୁଲିସ ଶବ ଜବତ କରିଥିଲ। ଏ ବାବଦରେ ଭୀମସେନଙ୍କ ସହ ରହୁଥିବା ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଅଞ୍ଚଳର ଜଣେ ଯୁବକ ପରିବାରକୁ ଫୋନ କରି ଜଣାଇବା ସହ ଫୋଟ ପଠାଇଥିଲେ। ଭୀମସେନ ଏକ ଫୁଲ ପ୍ୟାଣ୍ଟ୍‌ ପିନ୍ଧିଥିବା ବେଳେ ଦେହରେ କୌଣସି କପଡ଼ା ନ ଥିଲା। ଖାଲି ଥିବା ଦେହରେ ଅନେକ କ୍ଷତ ଚିହ୍ନ ଦେଖାଯାଉଛି।

ଗତକାଲି ଦୀପାବଳି ଉପଲକ୍ଷେ କମ୍ପାନି ଛୁଟି ଥିବା କଥା ଭୀମସେନ ପରିବାର ଲୋକଙ୍କୁ ଫୋନ୍‌ରେ କହିଥିଲେ। ଅପରାହ୍‌ଣ ୩ ଟା ଯାଏଁ ମା’ଙ୍କ ସହ କଥା ହୋଇଥିଲେ। ଶୁକ୍ରବାର ଅପରାହ୍‌ଣ ୧ଟା ପରଠାରୁ ଫୋନ୍‌ ସୁଇଚ ଅଫ ଥିଲା। ଫଳରେ ପରିବାର ଲୋକ ତାଙ୍କ ମୃତ୍ୟୁକୁ ନେଇ ସନ୍ଦେହ କରିଛନ୍ତି। ଏ ବାବଦରେ ଭୀମସେନଙ୍କ ସ୍ତ୍ରୀ ଗୌରୀ ପ୍ରଧାନ ରିଆମାଳ ଥାନାରେ ଦ୍ୱାରସ୍ଥ ହୋଇ ତଦନ୍ତ ପାଇଁ ଲିଖିତ ଭାବେ ଜଣାଇଛନ୍ତି। ଭୀମସେନଙ୍କ ସ୍ତ୍ରୀ ଓ ୪ ବର୍ଷର ଶିଶୁ କନ୍ୟା ଅଛି। ୩ ବର୍ଷ ହେବ ଭୀମସେନ କମ୍ପାନିରେ କାମ କରି ଟଙ୍କା ପଠାଉଥିଲେ। ବର୍ତ୍ତମାନ ତାଙ୍କ ଶବ କିଭଳି ଗ୍ରାମକୁ ଆସିବ ତାହାକୁ ନେଇ ପରିବାର ଲୋକ ଚିନ୍ତାରେ ଅଛନ୍ତି। ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ଭୀମସେନଙ୍କ ଶବ ଆଣିବା ବ୍ୟବସ୍ଥା କରନ୍ତୁ ବୋଲି ଅଞ୍ଚଳବାସୀ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe