ଦାଦନ ଖଟିବାକୁ ବେଙ୍ଗାଲୁରୁ ଯାଇଥିଲେ, ଶବ ହୋଇ ଫେରିଲେ

Advertisment
କାଜୁ ଜଙ୍ଗଲରୁ ଯୁବକଙ୍କ ଗଳିତ ଶବ ଜବତ: ପରିବାର ଆଣିଲା ହତ୍ୟା ଅଭିଯୋଗ

Shutterstock

ରାୟଗଡ଼ା: ରାୟଗଡ଼ା ଜିଲ୍ଲାରୁ ଅଧିକାଂଶ ଲୋକ ନିଜ ପରିବାର ପ୍ରତିପୋଷଣ କରିବା ପାଇଁ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉଥିବା ବେଳେ ସେଠାରେ ବିଭିନ୍ନ କାରଣ ଯୋଗୁଁ ପ୍ରାଣ ହରାଉଥିବା ନଜିର ରହିଛି। ଏଭଳି ଏକ ସଦ୍ୟତମ ଘଟଣାକ୍ରମରେ ରାୟଗଡ଼ା ବ୍ଳକ ଅନ୍ତର୍ଗତ ମିରାବାଲି ପଞ୍ଚାୟତର ଜିମ୍ୱାକୁଟି ଗ୍ରାମର ଜୁମ୍ବାରା ବିଡିକା ପ୍ରାୟ ଦୁଇ ମାସ ତଳେ ବେଙ୍ଗାଲୁରୁ ନିକଟସ୍ଥ କେତାବାଲି ଠାରେ ଏକ ନର୍ସରିରେ ଶ୍ରମିକ ଭାବେ କାମକରୁଥିଲେ। କିନ୍ତୁ ଗତ ମାସରେ ତାଙ୍କୁ ଏକ ମାକ୍ସ ପିକ୍‌ଅପ୍‌(କେଏ ୫୨ବି ୩୩୮୫) ଧକ୍କା ଦେବା ଫଳରେ ତାଙ୍କର ମୃତ୍ୟୁ ହୋଇଥିଲା। ତାଙ୍କ ପୁଅ ମୀନା ରାଓ ବିଡ଼ିକାଙ୍କ କହିବା ଅନୁଯାୟୀ ତାଙ୍କ ପରିବାର ଅତି ଗରିବ ହୋଇଥିବାରୁ ଗାଁରେ କିଛି କାମ ନପାଇ ଦାଦନ ଖଟିବାକୁ ଯାଇଥିବା ବେଳେ ସେଠାରେ ତାଙ୍କର ଦୁର୍ଘଟଣା ଘଟି ମୃତ୍ୟୁ ହୋଇଛି। ଅର୍ଥ ଅଭାବରୁ ତାଙ୍କୁ ଗାଁକୁ ଆଣିବା ଆମ ପକ୍ଷେ ସମ୍ଭବ ନଥିଲା ତେଣୁ ସେଠାରେ ଜୁମ୍ବାରାଙ୍କ ମୃତଦେହ ଦାହ କରଯାଇଥିଲା।

ଏଭଳି ଅନେକ ଲୋକ ପରିବାର ପ୍ରତିପୋଷଣ କରିବା ପାଇଁ ଅନ୍ୟ ରାଜ୍ୟକୁ ଯାଉଥିବା ବେଳେ ସେଠାରେ ମୃତ୍ୟୁ ଘଟୁଥିଲେ ମଧ୍ୟ ଅର୍ଥ ଅଭାବରୁ ସେଠାରୁ ତାଙ୍କର ମୃତଦେହ ଗାଁକୁ ଆଣିବା ସମ୍ଭବପର ହୋଇ ପାରୁନାହିଁ। ଏନେଇ ସରକାର ହସ୍ତକ୍ଷେପ କଲେ ଅତି କମରେ ଅନ୍ୟ ରାଜ୍ୟକୁ ଯାଇ ମୃତ୍ୟୁବରଣ କରୁଥିବା ଲୋକଙ୍କ ମରଶରୀର ଗାଁକୁ ଆସି ପାରିବ ବୋଲି ସମାଜସେବୀ ତଥା ଯୁବନେତା ପ୍ରତାପ ପୂଆଲା ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe