ବେଙ୍ଗାଲୁରୁରେ ଦାଦନ ଶ୍ରମିକ ମୃତ, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ

Advertisment
କାଜୁ ଜଙ୍ଗଲରୁ ଯୁବକଙ୍କ ଗଳିତ ଶବ ଜବତ: ପରିବାର ଆଣିଲା ହତ୍ୟା ଅଭିଯୋଗ

Shutterstock

କଲମପୁର: କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ ପୋଟେସ ଗ୍ରାମର ଜଣେ ଯୁବକ ବେଙ୍ଗାଲୁରୁକୁ କାମ କରିବାକୁ ଯାଇଥିବା ସମୟରେ ସେଠାରେ ତାଙ୍କର ମୃତ୍ୟୁ ଘଟିଛି। ଅନ୍ୟପକ୍ଷରେ ପରିବାର ଲୋକ ତାଙ୍କୁ ହତ୍ୟା କରାଯାଇଥିବା ନେଇ କଲମପୁର ଥାନାରେ ଅଭିଯୋଗ କରିଛନ୍ତି। ପ୍ରକାଶ ଯେ, ପୋଟେସ ଗାଁର ବୁଡ଼ା ମାଝୀଙ୍କ ପୁଅ କୁଆଁର ମାଝୀ (୩୫) ୧୫ ଦିନ ତଳେ ଗାଁର ଅନ୍ୟ କିଛି ଯୁବକଙ୍କ ସହ ବେଙ୍ଗାଲୁରୁ ଯାଇ ତିକିଡ଼ାନଗରରେ କାମ କରୁଥିଲେ। କିଛି ଦିନ ଧରି କାମ କରିବା ପରେ ଗତ ୧୩ ତାରିଖ ସାଥୀ ଶ୍ରମିକଙ୍କ ସହ ଗଣ୍ଡଗୋଳ ହୋଇଥିବା ପରିବାର ଲୋକଙ୍କୁ ଜଣାଇଥିଲେ। ମଙ୍ଗଳବାର ସକାଳେ ତାଙ୍କର ମୃତ୍ୟୁ ହୋଇଥିବା ନେଇ ସେଠାରେ କାମ କରୁଥିବା ସାଧୁରାମ ନିଆଲ୍ ପରିବାର ଲୋକଙ୍କୁ ସୂଚନା ଦେଇଥିଲେ। ତେବେ ପରିବାର ଲୋକ କୁଆଁରଙ୍କ ମୃତ୍ୟୁକୁ ସହଜେ ଗ୍ରହଣ କରୁନଥିବା ବେଳେ ତାକୁ ମାରି ଦେଇଥିବା ନେଇ ଥାନାରେ ଅଭିଯୋଗ କରିଛନ୍ତି। ବର୍ତ୍ତମାନ ଗାଁକୁ ଶବ ଆଣିବାର ବ୍ୟବସ୍ଥା କରାଯାଇଥିବା ଜଣାପଡ଼ିଛି। ମୃତ କୁଆଁର ତାଙ୍କ ପଛରେ ଏକ ୪ ବର୍ଷର ଝିଅ ଓ ସ୍ତ୍ରୀଙ୍କୁ ଛାଡ଼ି ଚାଲିଯାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe