ବେଆଇନ ଭାବେ ଡଙ୍ଗାରେ ଆସିଲେ କାର୍ଯ୍ୟାନୁଷ୍ଠାନ

Advertisment

ଜଳପଥରେ ଚେନ୍ନାଇରୁ ମତ୍ସ୍ୟଜୀବୀ ଫେରିବା ଘଟଣା : ପୁଲିସ ହେପାଜତ୍‌ରେ ଡଙ୍ଗା, ପରିବହନ ବିଭାଗର ତଦନ୍ତ ନିର୍ଦ୍ଦେଶ

ଜଳପଥରେ ଚେନ୍ନାଇରୁ ମତ୍ସ୍ୟଜୀବୀ ଫେରିବା ଘଟଣା : ପୁଲିସ ହେପାଜତ୍‌ରେ ଡଙ୍ଗା, ପରିବହନ ବିଭାଗର ତଦନ୍ତ ନିର୍ଦ୍ଦେଶ

ଚେନ୍ନାଇରୁ ପ୍ରବାସୀ ଓଡ଼ିଆ ମତ୍ସ୍ୟଜୀବୀଙ୍କ ଡଙ୍ଗାରେ ଫେରିବା ଘଟଣାର ତଦନ୍ତ ନିର୍ଦେଶ ଦେଲେ ରାଜ୍ୟ ସରକାର

ଭୁବନେଶ୍ବର : ବେଆଇନ ଭାବେ ଡଙ୍ଗା ମାଧ୍ୟମରେ ଅନ୍ୟ ରାଜ୍ୟରୁ ଲୋକ ଆଣୁଥିଲେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଆଜି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଏଭଳି କଡ଼ା ଚେତାବନୀ ଦେଇଛନ୍ତି। ଶ୍ରୀ ବେହେରା କହିଛନ୍ତି, ଉପକୂଳ ଅଞ୍ଚଳର ସମସ୍ତ ଡଙ୍ଗାଚାଳକଙ୍କୁ ଏ ନେଇ ସତର୍କ କରି ଦିଆଯାଇଛି। ଇତିମଧ୍ୟରେ ବାହାର ରାଜ୍ୟରୁ ଆସିଥିବା ଡଙ୍ଗା ବି ଜବତ ହୋଇଛି। ମନ୍ତ୍ରୀ ଆଜି ଗଣମାଧ୍ୟମକୁ କହିଛନ୍ତି ଯେ ଜବତ ହୋଇଥିବା ଡଙ୍ଗାରେ ଆସିଥିବା ଲୋକଙ୍କୁ ଗଞ୍ଜାମରେ ସଙ୍ଗରୋଧରେ ରଖାଯାଇଛି। ହେଲେ ଏସବୁ ଲେକାମାନେ କେଉଁଠୁ, କେମିତି ଆଉ କେଉଁ ପରିସ୍ଥିତିରେ ଆସିଲେ ସେ ସମସ୍ତ ଘଟଣାର ତଦନ୍ତ କରାଯିବ।

ଜଳପଥରେ ଚେନ୍ନାଇରୁ ମତ୍ସ୍ୟଜୀବୀ ଫେରିବା ଘଟଣା : ପୁଲିସ ହେପାଜତ୍‌ରେ ଡଙ୍ଗା, ପରିବହନ ବିଭାଗର ତଦନ୍ତ ନିର୍ଦ୍ଦେଶ
ଚିକିଟି : ଗଞ୍ଜାମ ଜିଲ୍ଲା ଓ ଆନ୍ଧ୍ରର ୩୮ ଜଣ ମତ୍ସ୍ୟଜୀବୀ ଚେନ୍ନାଇରୁ ୨ଲକ୍ଷ ଟଙ୍କା ମୂଲ୍ୟରେ ଏକ ଡଙ୍ଗା କିଣି ଜଳପଥରେ ୪ଟି ରାଜ୍ୟ ସୀମା ଅତିକ୍ରମ କରି ଗତକାଲି ଚିକିଟି ବ୍ଲକ୍ ପାତିସୁନାପୁରରେ ପହଞ୍ଚିଥିଲେ। ଏହି ଘଟଣାର ତଦନ୍ତ ଲାଗି ରାଜ୍ୟ ସରକାରଙ୍କ ପରିବହନ ବିଭାଗର ନି‌ର୍ଦ୍ଦେଶ ମିଳିବା ପରେ ସୁନାପୁର ସାମୁଦ୍ରିକ ପୁଲିସ ଉକ୍ତ ଡଙ୍ଗାକୁ ନିଜ ହେପାଜତକୁ ନେଇଛି। ଅନ୍ୟପକ୍ଷରେ ଡଙ୍ଗାରେ ଆସିଥିବା ୩୮ଜଣ ଯୁବକଙ୍କୁ ସଙ୍ଗରୋଧ କେନ୍ଦ୍ରରେ ରଖାଯାଇଛି। ସ୍ବାସ୍ଥ୍ୟ ବିଭାଗ ଟିମ୍‌ ସେମାନଙ୍କ ସ୍କ୍ରିନିଂ କରିଛନ୍ତି। ଆସନ୍ତାକାଲି ନମୁନା ପରୀକ୍ଷା କରାଯିବ ବୋଲି ଚିକିଟି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ମେଡିକାଲ ଅଫସିର ମନୋଜ କୁମାର ପାଢ଼ୀ ସୂଚନା ଦେଇଛନ୍ତି। ବ୍ରହ୍ମପୁର ଏସ୍‌ପି ପିନାକ ମିଶ୍ର କହିଛନ୍ତି, ପୁଲିସ ହେପାଜତରେ ଡଙ୍ଗା ରହିଛି। ଘଟଣାର ଅନୁଧ୍ୟାନ କରାଯାଉଛି। ବର୍ତ୍ତମାନ ସୁଦ୍ଧା କୌଣସି ମାମଲା ରୁଜୁ ହୋଇନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe