ଆନ୍ଧ୍ରରେ ଓଡ଼ିଆ ଯୁବକଙ୍କ ମୃତ୍ୟୁ

Advertisment
କାଜୁ ଜଙ୍ଗଲରୁ ଯୁବକଙ୍କ ଗଳିତ ଶବ ଜବତ: ପରିବାର ଆଣିଲା ହତ୍ୟା ଅଭିଯୋଗ

Shutterstock

ଆନନ୍ଦପୁର: କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବ୍ଲକ୍‌ କୋଳିମାଟି ପଞ୍ଚାୟତ କନ୍ତୋ ପୁରୁଣାସାହିର ବିକାଶ କୁମାର ଧୀର (୨୭)ଙ୍କ ଆନ୍ଧ୍ରପ୍ରଦେଶରେ ମୃତ୍ୟୁ ଘଟିଛି। ବିକାଶ କିଛିବର୍ଷ ହେଲା ଆନ୍ଧ୍ରପ୍ରଦେଶର ଅନନ୍ତପୁର ଜିଲ୍ଲା ପେନକୁଣ୍ଡା ଅଞ୍ଚଳରେ ଏକ କମ୍ପାନିରେ ଚାକିରି କରୁଥିଲେ। ଗତକାଲି ଦିନ ପ୍ରାୟ ୧୨ଟାବ‌େଳେ ତାଙ୍କ ତଣ୍ଟିରେ ଆଘାତ ଲାଗିବାରୁ ‌ସେ ଗୁରୁତର ହୋଇଥିଲେ। ତାଙ୍କୁ ପ୍ରଥମେ ପେନକୁଣ୍ଡା ଡାକ୍ତରଖାନା ଓ ପ‌ରେ ବେଙ୍ଗାଲୁରୁକୁ ନିଆଯାଉଥିବା ବେଳେ ତାଙ୍କର ମୃତ୍ୟୁ ଘଟିଛି। ସେଠା‌ରେ ରହୁଥିବା ସାନଭାଇ ରାଜେଶ କୁମାର ଧୀରଙ୍କ ଏତଲାକ୍ରମେ ପୁଲିସ ଏକ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ କରାଇଛି। ମୃତ୍ୟୁର କାରଣ ଜଣାପଡ଼ି ନାହିଁ। ବିକାଶଙ୍କ ମୃତଦେହକୁ ତାଙ୍କ ଗ୍ରାମକୁ ଅଣାଯାଉଥିବା ପରିବାର ସୂତ୍ରରୁ ଜଣାପଡ଼ିଛି। ତାଙ୍କ ଅକାଳ ବିୟୋଗରେ ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe