ଘୁ.ଉଦୟଗିରି: ଦାଦନ ଖଟିବାକୁ ଯାଇ ଜଣେ ପ୍ରବାସୀ ଓଡ଼ିଆଙ୍କ ମୃତ୍ୟୁ ହୋଇଛି। ମୃତ ଯୁବକ ହେଲେ କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ଏନ୍ଏସି ୧ ନଂ ୱାର୍ଡ଼ ଅନ୍ତର୍ଗତ ଡୁଗୁଡ଼ି ଗ୍ରାମର ବାବୁଲା ନାୟକଙ୍କ ପୁଅ ବ୍ରାଉନ ନାୟକ(୨୭)।
ସୂଚନା ଅନୁସାରେ ବ୍ରାଉନ ୧୦ମ ଶ୍ରେଣୀ ପାସ ହେବା ପରେ ବିଷମକଟକସ୍ଥିତ ଆଇଟିଆଇ ପ୍ରଶିକ୍ଷଣ କେନ୍ଦ୍ର ଠାରେ ପ୍ରଶିକ୍ଷଣ ନେଇଥିଲେ। କୌଣସି ସରକାରୀ କିମ୍ବା ବେସରକାରୀ ଅନୁଷ୍ଠାନରେ ଚାକିରି ଆବେଦନ କରି ବିଫଳ ହେବା ପରେ ପରିବାର ଭରଣ ପୋଷଣ ପାଇଁ କେରଳ ଯାଇ ମୁଲ ମଜୁରୀ କରିବାକୁ ସ୍ଥିର କରିଥିଲେ। କେରଳର ଏର୍ନାକୁଲମ ଜିଲ୍ଲା ଆଙ୍ଗାମାଲି ନାମକ ସ୍ଥାନରେ ଥିବା ଏକ କମ୍ପାନିରେ କାମ କରିବାକୁ ଗତ ୧୦ ତାରିଖ ଦିନ ବ୍ରହ୍ମପୁର ଠାରୁ ରେଳଯାତ୍ରା କରିଥିଲେ। କିନ୍ତୁ ଦୁର୍ଭାଗ୍ୟର ବିଷୟ ନିଜ ସ୍ୱାସ୍ଥ୍ୟ ଖରାପ ହେବାରୁ ବିମାନ ଯୋଗେ ମଙ୍ଗଳବାର ସକାଳୁ ଆସିବା ପାଇଁ ସ୍ଥିର କରିଥିଲେ।
ସୁଦୂର କେରଳରୁ ମୃତଦେହ ନିଜ ଗ୍ରାମକୁ ଆଣିବା ପୂର୍ବରୁ ସରକାରୀ ନିୟମ ଓ ସ୍ଥାନୀୟ ପ୍ରଶାସନର ନିର୍ଦ୍ଦେଶାନୁସାରେ ମୃତକଙ୍କ ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଥିବା ଶୁଣିବାକୁ ମିଳିଛି। ବୁଧବାର ଶବ ବ୍ୟବଚ୍ଛେଦ ହେବା ପରେ ମରଶରୀର ହସ୍ତାନ୍ତର କରାଯିବା ପରେ ସେଠାକାର ଜଣେ ବ୍ୟକ୍ତି ବ୍ରାଉନଙ୍କ ମରଶରୀର ବିମାନରେ ଭୁବନେଶ୍ୱର ପଠାଇବା ପାଇଁ ବ୍ୟବସ୍ଥା କରିଥିବା ସୂଚନା ମିଳିଛି।
ତେବେ ବିମାନବନ୍ଦରକୁ ଯିବା ସମୟରେ ହଠାତ୍ ସେ ପେଟରେ ପ୍ରବଳ ଯନ୍ତ୍ରଣା ଅନୁଭବ କରିଥିଲେ। ସାଥିରେ ଥିବା ବନ୍ଧୁମାନେ ତାଙ୍କୁ ନିକଟସ୍ଥ ମେଡିକାଲକୁ ନେଇ ଯାଇଥିଲେ। କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ଚିକିତ୍ସାଧୀନ ଅବସ୍ଥାରେ ମୃତ ଘୋଷଣା କରିଥିଲେ। କେରଳରେ ଥିବା ବନ୍ଧୁ ମାନଙ୍କ ଠାରୁ ଏହି ଖବର ପରିବାର ଲୋକେ ଶୁଣିବା ପରେ ଡୁଗୁଡ଼ି ଗ୍ରାମରେ ଶୋକର ଛାୟା ଖେଳିଯାଇଥିଲା। ସାହିପଡ଼ିଶା ବନ୍ଧୁ ପରିଜନ ମୃତ ବ୍ରାଉନ ନାୟକଙ୍କ ବାସଭବନରେ ପହଞ୍ଚି ଥିଲେ। ଏକ ମାତ୍ର ପୁତ୍ରକୁ ହରାଇ ପରିବାର, ବନ୍ଧୁ ପରିଜନ ଓ ଡୁଗୁଡ଼ି ଗ୍ରାମରେ ଶୋକୋକୁଳ ପରିବେଶ ଦେଖିବାକୁ ମିଳିଛି।
Follow Us