ତାମିଲନାଡ଼ୁରେ ଓଡ଼ିଆ ଦାଦନ ଶ୍ରମିକ ମୃତ

କାଜୁ ଜଙ୍ଗଲରୁ ଯୁବକଙ୍କ ଗଳିତ ଶବ ଜବତ: ପରିବାର ଆଣିଲା ହତ୍ୟା ଅଭିଯୋଗ

Shutterstock

ଲାଞ୍ଜିଗଡ଼: କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ଦୁର୍ଗମ ଅଞ୍ଚଳରେ ଦାଦନ ଦୁଃଖ ବଢ଼ିବାରେ ଲାଗିଛି। ଲାଞ୍ଜିଗଡ଼ ବ୍ଲକ ଲାଖବାହାଲି ପଞ୍ଚାୟତ ଦୋରାସାର୍ଲି ଗ୍ରାମର ସ୍ବର୍ଗତ କୃଷ୍ଣଚନ୍ଦ୍ର ସାହୁଙ୍କ ଝିଅ ତିଳୋତ୍ତମା ସାହୁ (୨୧) ତାମିଲନାଡ଼ୁକୁ କାମ କରିବାକୁ ଯାଇଥିବା ବେଳେ ସେଠାରେ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ପ୍ରକାଶ ଯେ, ବାପାଙ୍କ ଦେହାନ୍ତ ପରେ ପରିବାର ପ୍ରତିପୋଷଣ ପାଇଁ ତିଳୋତ୍ତମା ତାମିଲନାଡୁର ତ୍ରିପୁରକୁ କାମ କରିବାକୁ ଯାଇ ସେଠାରେ ଏକ କମ୍ପାନିରେ କପଡ଼ା ପେକିଂ କାମ କରୁଥିଲେ। ତିନିଦିନ ତଳେ ତିଳୋତ୍ତମାଙ୍କୁ ଜ୍ବର ହେବାରୁ ନିକଟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ମଙ୍ଗଳବାର ରକ୍ତ ବାନ୍ତି କରିବା ସହ ତାଙ୍କର ମୃତ୍ୟୁ ଘଟିଥିଲା। ଶୁକ୍ରବାର ସନ୍ଧ୍ୟାରେ ଗାଁରେ ଶବ ପହଞ୍ଚିବା ପରେ ଶୋକାକୁଳ ପରିସ୍ଥିତି ଦେଖାଦେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe