କୋକସରା: କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକର ପୁଣି ଜଣେ ଦାଦନ ଶ୍ରମିକଙ୍କ ଜୀବନ ଯାଇଛି। କୋକସରା ବ୍ଲକ ଆମପାଣି ଥାନା ନୂଆଗାଁର ବାସୁ ମାଝୀଙ୍କ ପୁଅ ଚରଣ ମାଝୀ (୨୩) ଦେଢ଼ ମାସ ତଳେ ପରିବାର ପ୍ରତିପୋଷଣ ପାଇଁ ହାଇଦ୍ରାବାଦ ରାଜ୍ୟ ସିକନ୍ଦରାବାଦକୁ କାମ କରିବାକୁ ଯାଇଥିଲେ। ସେଠାରେ ଏକ କମ୍ପାନିରେ କାମ କରୁଥିବା ବେଳେ ଶୁକ୍ରବାର ସନ୍ଧ୍ୟାରେ ଚରଣଙ୍କ ଛାତିରେ ଯନ୍ତ୍ରଣା ହୋଇଥିଲା। ତୁରନ୍ତ ତାଙ୍କୁ ସ୍ଥାନୀୟ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ସେଠାରେ ତାଙ୍କର ମୃତ୍ୟୁ ହୋଇଛି। କମ୍ପାନି ମାଲିକଙ୍କ ସହାୟତାରେ ଏକ ଆମ୍ବୁଲାନ୍ସରେ ଚରଣଙ୍କ ଶବକୁ ଗାଁକୁ ଅଣାଯାଇଛି। ଚରଣଙ୍କ ମୃତଦେହ ଗାଁରେ ପହଞ୍ଚିବା ପରେ ଶୋକାକୁଳ ପରିବେଶ ଦେଖାଦେଇଛି। ପରେ ଗାଁ ଶ୍ମଶାରେ ଶେଷକୃତ୍ୟ ସମ୍ପନ୍ନ କରାଯାଇଛି।
ହାଇଦ୍ରାବାଦକୁ କାମ କରିବାକୁ ଯାଇଥିଲେ; ଶବ ହୋଇ ଫେରିଲେ ଚରଣ
Advertisment
Follow Us