ତାମିଲନାଡୁରୁ ଉଦ୍ଧାର ପାଇଁ ପ୍ରବାସୀ ଓଡ଼ିଆ ଦାଦନ ଦମ୍ପତିଙ୍କ ନିବେଦନ  

Advertisment
ତାମିଲନାଡୁରୁ ଉଦ୍ଧାର ପାଇଁ ପ୍ରବାସୀ ଓଡ଼ିଆ ଦାଦନ ଦମ୍ପତିଙ୍କ ନିବେଦନ  

ବିନିକା: ତାମିଲନାଡୁ ଦାଦନ ଖଟିବାକୁ ଯାଇ ଅସୁବିଧାରେ ପଡ଼ିଛନ୍ତି ବିନିକା ବ୍ଲକ୍‌ ବାଉଁଶୁଣିର ଏକ ଦମ୍ପତି। ଉଦ୍ଧାର ପାଇଁ ଭିଡିଓ କରି ସୋସିଆଲ ମିଡିଆରେ ନିବେଦନ କରିଥିବା ଜଣାଯାଇଛି। ବାଉଁଶୁଣିର ଅଜିତ ଓ ତାଙ୍କ ସ୍ତ୍ରୀ ୪ ବର୍ଷ ହେବ ତାମିଲନାଡୁର ଦାରାବରମ ଜିଲ୍ଲାର ତିରପୁରକୁ କାମ ପାଇଁ ଯାଇଥିଲେ। ଏବେ କିଛି ଦିନ ହେବ ତାଙ୍କ ସ୍ତ୍ରୀର ସ୍ୱାସ୍ଥ୍ୟବସ୍ଥା ଖରାପ ହୋଇଛି। ସେଠାରେ ମାଲିକ ସେମାନଙ୍କୁ ବନ୍ଦୀ କରି କରି ରଖିବା ସହ ଚିକିତ୍ସା ପାଇଁ ବାହାରକୁ ଛାଡୁ ନାହିଁ। ଏପରିକି ଖାଇବା ପିଇବା ପାଇଁ ପଇସା ଦେଉ ନାହିଁ।

publive-image

ଏଭଳି ଅବସ୍ଥାରେ କାହାକୁ ନ ପାଇ ଅଜିତ ମୋବାଇଲରେ ଏକ ଭିଡିଓ କରି ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରିଛନ୍ତି। ଏହାକୁ ଦେଖି ବିନିକା ବାଉଁଶୁଣି ଅଞ୍ଚଳର କିଛି ଲୋକ ଅଜିତଙ୍କୁ ଉଦ୍ଧାର କରିବା ପାଇଁ ରାଜ୍ୟ ସରାକାର, ୫-ଟି’ ବିଭାଗ ଓ ଜିଲ୍ଲାପାଳଙ୍କୁ ଟ୍ବିଟ୍‌ ମାଧ୍ୟମରେ ଅନୁରୋଧ କରିଛନ୍ତି। ଏ ବିକ୍ଷୟରେ ସୁବର୍ଣ୍ଣପୁର ଡିଏଲ୍ଓ ଡିଲେଶ୍ବାର ଖାଖାଙ୍କୁ ପଚରାଯିବାରୁ ଆଜି ଖବର ପାଇ ଅତିରିକ୍ତ ଡିଏଲ୍‌ଓ ବାଉଁଶୁଣି ତଦନ୍ତ ପାଇଁ ଯାଇଥିଲେ। ସେହିପରି ସେଠାକାର ମାଲିକ ସହ ବି ଯୋଗାଯୋଗ ପାଇଁ ଚେଷ୍ଟା ଚାଲିଛି। ପ୍ରଥମେ ତାଙ୍କ ସ୍ତ୍ରୀକୁ ଚିକିତ୍ସା ବ୍ୟବସ୍ଥା କରାଯିବା ସହ ସେମାନଙ୍କୁ ଘରକୁ ଫେରାଇ ଆଣିବାର ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe