ସୀମାରେ ୨୪ ଘଣ୍ଟା ଅଟକି ରହିଲେ ପ୍ରବାସୀ ଶ୍ରମିକ, ଅବ୍ୟବସ୍ଥା ନେଇ ପାଟି ଖୋଲିଲେ

ସୀମାରେ ୨୪ ଘଣ୍ଟା ଅଟକି ରହିଲେ ପ୍ରବାସୀ ଶ୍ରମିକ, ଅବ୍ୟବସ୍ଥା ନେଇ ପାଟି ଖୋଲିଲେ

Migrants, hoping to cross into Hungary, walk along a railway track outside the village of Horgos in Serbia, towards the border it shares with Hungary, August 31, 2015. REUTERS/Marko Djurica

ଝାରସୁଗୁଡ଼ା/କନକତୋରା: ଘରବାହୁଡ଼ା ପ୍ରବାସୀ ଶ୍ରମିକମାନେ ଶୁକ୍ରବାର ଓଡ଼ିଶାରେ ପହଞ୍ଚିବା ପରେ ଦୀର୍ଘ ୨୪ ଘଣ୍ଟା ନଖାଇ ନପିଇ ପଡ଼ି ରହିଥିବା ନେଇ ତାଙ୍କର ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ସକାଳେ ଏହି ଶ୍ରମିକମାନେ ସୀମାରେ ତାଙ୍କର ଅସନ୍ତୋଷ ବ୍ୟକ୍ତ କରିବାକୁ ଯାଇ ସରକାର ବିରୋଧୀ ସ୍ଳୋଗାନ ଦେଇ ଦୁଇ କିମି ରାସ୍ତାରେ ଚାଲିଚାଲି ଯାଇଥିଲେ। ପରେ ପୁଲିସ ଓ ପ୍ରାଶାସନିକ ଅଧିକାରୀ ସେଠାରେ ପହଞ୍ଚି ସେମାନଙ୍କୁ ଅଟକାଇ ଗନ୍ତବ୍ୟ ସ୍ଥଳକୁ ଯିବାର ବ୍ୟବସ୍ଥା କରିଥିଲେ।

ମହାରାଷ୍ଟ୍ରରେ କାମ କରୁଥିବା ୫୫ ପ୍ରବାସୀ ଶ୍ରମିକ ଗୁରୁବାର ଓଡ଼ିଶା ସୀମା କନକତୋରା ତନଖି ଫାଟକଠାରେ ପହଞ୍ଚିଥିଲେ। ମହାରାଷ୍ଟ୍ର ସରକାର ଏହି ଶ୍ରମିକମାନଙ୍କୁ ଆଣି ଛତିଶଗଡ଼ ସୀମାରେ ଛାଡ଼ି ଦେଇଥିଲା। ଛତିଶଗଡ଼ ସରକାର ଏହି ଶ୍ରମିକମାନଙ୍କୁ ଆଣି ଓଡ଼ିଶା ସୀମାରେ ରାତି ପ୍ରାୟ ୧୧ ଟାରେ ପହଞ୍ଚାଇ‌ଥିଲା। ସୀମାରେ ଥିବା କର୍ମଚାରୀମାନେ ଏମାନଙ୍କ ପଞ୍ଜୀକରଣ ଯାଞ୍ଚ ପରେ ହାତରେ ମୋହର ଲଗାଇଥି‌ଲେ। ତେବେ, ତାଙ୍କୁ ତାଙ୍କ ଗନ୍ତବ୍ୟ ସ୍ଥଳରେ ପହଞ୍ଚାଇବା ପାଇଁ ପ୍ରଶାସନ ପକ୍ଷରୁ କୌଣସି ବ୍ୟବସ୍ଥା କରାଯାଇ ନଥିଲା। ଏମାନଙ୍କୁ ଅପେକ୍ଷା କରିବାକୁ କୁହାଯାଇଥିଲା। ରାତିରେ ଏମାନଙ୍କୁ ଖାଇବା ପିଇବା ପାଇଁ କୌଣସି ବ୍ୟବସ୍ଥା କରାଯାଇ ନଥିଲା। ପ୍ରବାସୀ ଶ୍ରମିକଙ୍କ ମଧ୍ୟରେ ମହିଳା ଓ ଛୋଟ ଛୁଆ ଥିବାରୁ ସାରା ରାତି ଛଟପଟ୍‌ ହୋଇଥିଲେ। ରାତିସାରା ଗେଟ୍‌ରେ ପଡ଼ି ରହିବା ପରେ ଆଜି ସକାଳେ ଏହି ଶ୍ରମିକ ମାନେ ଉତ୍ତେଜିତ ହୋଇ ପଡ଼ିଥିଲେ। ସକାଳ ହୋଇ ଯାଇଥିଲେ ମଧ୍ୟ ତାଙ୍କୁ କେହି ପଚାରି ନଥିଲେ। କନକତୋରାର କିଛ  ସ୍ବେଚ୍ଛାସେବୀ ଆସି ଏମାନଙ୍କୁ ଚୁଡ଼ା, କଦଳୀ ଦେଇଥିଲେ। ଏହି ପ୍ରବାସୀ ଶ୍ରମିକଙ୍କ ମଧ୍ୟରେ ଗଞ୍ଜାମର ୨୨ ଜଣ, କେନ୍ଦ୍ରାପଡ଼ାର ୧୧, ଜଗତସିଂହପୁରର ୨, ବାଲେଶ୍ବରର ୯ , ଖୋର୍ଦ୍ଧାର ୨, ଭଦ୍ରକର ୮ ଜଣ ଓ କଟକର ଜଣେ ଥିବା ଜଣାଯାଇଛି। ପୂର୍ବାହ୍ନ ୧୧ ଟାରେ ବ୍ରଜରାଜନଗର ଏସ୍‌ଡିପିଓ ଦିଲ୍ଲୀପ ଦାସ, ଲଖନପୁର ଆଇଆଇସି ବୈକୁଣ୍ଠନାଥ ସେଠ୍‌, ଲଖନପୁର ଅତିରିକ୍ତ ତହସିଲଦାର ପହଞ୍ଚି ଚାଲି ଚାଲି ଯାଉଥିବା ଏହି ଶ୍ରମିକମାନଙ୍କୁ ଅଟକାଇ ଗଛତଳେ ବସାଇଥିଲେ। ପରେ ତାଙ୍କୁ ଭିକମପାଲି କ୍ବାରାଣ୍ଟିନ୍‌ ସେଣ୍ଟର୍‌କୁ ନେଇ ସେଠାରେ ଖଇବା ବ୍ୟବସ୍ଥା କରି ଏକ ବସ୍‌ରେ ପଠାଇଥିବା ଜଣାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe