ବ୍ରହ୍ମଗିରି : ନୀଳାମ୍ବୁ ଚିଲିକା ଆଉ କିଛି ଦିନ ପରେ ଅତିଥି ପକ୍ଷୀଙ୍କ କଳ ରବରେ ମୁଖରିତ ହେବ। ଶୀତ ଋତୁ ଚାରିମାସ ଚିଲିକାରେ ବିଦେଶାଗତ ପକ୍ଷୀଙ୍କ ସମାଗମ ହେବ । ଯଦିବା ଏବେ ଚିଲିକାର ତାପମାତ୍ରା ୩୨ ଡିଗ୍ରି ଉପରେ ରହିଛି ତଥାପି ନୀଳାମ୍ବୁ ଆକାଶରେ ବିଦେଶାଗତ ଅତିଥି ପକ୍ଷୀ ଚକ୍କର କାଟିଲେଣି। ଏହାରି ଭିତରେ ଲାଦାଖ ଅଞ୍ଚଳରୁ ଆସୁଥିବା ବ୍ଲାକ ହେଡେଡ୍ ଗ୍ଲୋସିଆ ଆଇବିସି ପ୍ରଜାତିର ବିଦେଶାଗତ ଅତିଥି ପକ୍ଷୀ ଚିଲିକାର ବିଭିନ୍ନ ଅଞ୍ଚଳରେ ପାଦ ଥାପି ସାରିଲେଣି । କୃଷ୍ଣପ୍ରସାଦ ବ୍ଲକ ଇଲାକାରେ ଥିବା ଚିଲିକାରେ ଏବେ ଏମାନଙ୍କୁ ଦେଖିବାକୁ ମିଳିଛି । ନଳବଣ ଇଲାକାରୁ ଏହି ପ୍ରଜାତିର ପକ୍ଷୀ ବାହାରକୁ ଆସି ଚିଲିକାର ବିଭିନ୍ନ ଅଞ୍ଚଳରେ ଖାଦ୍ୟ ଅନେ୍ଵଷଣ କରୁଥିବା ଜଣାପଡିଛି । ଅକ୍ଟୋବର ମାସ ପ୍ରଥମରୁ ଚିଲିକାକୁ ବିଦେଶାଗତ ଅତିଥି ପକ୍ଷୀଙ୍କ ସମ୍ଭାର ଆରମ୍ଭ ହୋଇ ଥାଏ । କିନ୍ତୁ ଚଳିତ ବର୍ଷ ଗୋଟିଏ ସପ୍ତାହ ପୂର୍ବରୁ ଚିଲିକାର ଆକାଶରେ ବିଦେଶାଗତ ଅତିଥି ପକ୍ଷୀଙ୍କ ଆଗମନ ନେଇ ପକ୍ଷୀ ପ୍ରେମୀ ବେଶ ଖୁସି ରହିଛନ୍ତି ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us