ଅନ୍ତର୍ଜାତୀୟ ଶିକ୍ଷା ଇନୋଭେସନ ଶିବିରରେ କଳାହାଣ୍ଡିର ମିଲନ ବିଶି

Advertisment

 ୭ ଦିନିଆ ଶିବିରରେ ଭାରତରୁ ଯୋଗଦେଲେ ୬୫ ଜଣ ମ୍ୟାନେଜମେଣ୍ଟ ଛାତ୍ରଛାତ୍ରୀ

 ୭ ଦିନିଆ ଶିବିରରେ ଭାରତରୁ ଯୋଗଦେଲେ ୬୫ ଜଣ ମ୍ୟାନେଜମେଣ୍ଟ ଛାତ୍ରଛାତ୍ରୀ

ଅନ୍ତର୍ଜାତୀୟ ଶିକ୍ଷା ଇନୋଭେସନ ଶିବିରରେ କଳାହାଣ୍ଡିର ମିଲନ ବିଶି

ଭବାନୀପାଟଣା: ଥାଇଲାଣ୍ଡର ବ୍ୟାଙ୍କକସ୍ଥିତ ଏସିଆନ ଇଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜିରେ ଗତ ଜୁଲାଇ ୩୦ ତାରିଖରୁ ଅଗଷ୍ଟ ୫ ତାରିଖ ପର୍ଯ୍ୟନ୍ତ ବିଜନେସ ଓ ମ୍ୟାନେଜମେଣ୍ଟ ଉପରେ ଇଣ୍ଟରନ୍ୟସନାଲ ଏଜୁକେସନ ଇନୋଭେସନ କ୍ୟାମ୍ପ ଅନୁଷ୍ଠିତ ହୋଇଥିଲା। ଏଥିରେ ଭାରତରୁ ୬୫ ଜଣ ଏମବିଏ ମ୍ୟାନେଜମେଣ୍ଟ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ। ସମ୍ମିଳନୀରେ ବିଶ୍ବର ବିଭିନ୍ନ ବିଶ୍ବବିଦ୍ୟାଳୟ ମ୍ୟାନେଜମେଣ୍ଟ ପ୍ରଫେସରମାନେ ଯୋଗ ଦେଇଥିଲେ। ବିଜନେସ ଓ ଏଆଇ, ଡ଼ିଜିଟାଲ ମାର୍କେଟିଂ, ଆମଦାନୀ ଓ ରପ୍ତାନୀ, ବିଜନେସ ଇନୋଭେସନ, ଉଦ୍ୟୋଗ ଓ କାରିଗରୀ କୌଶଳ ସମେତ ବ୍ୟବସାୟୀକ ବିଭିନ୍ନ ଦିଗ ଉପରେ ଏହି ଶିବିରରେ ତାଲିମ ଦିଆଯାଇଥିଲା।

ଭାରତୀୟ ଟିମରେ କଳାହାଣ୍ଡି ଜିଲ୍ଲାର ଜୁନାଗଡ ବ୍ଲକ ଅର୍ନ୍ତଗତ ଭଇରିଗୁଡା ଗ୍ରାମର ମିଲନ କୁମାର ବିଶି ସାମିଲ ହୋଇଥିଲେ। ବର୍ତ୍ତମାନ ସେ ବେଙ୍ଗାଲୁରୁସ୍ଥିତ ନିଟି ବିଶ୍ବବିଦ୍ୟାଳୟର ଏମବିଏ ମ୍ୟାନେଜମେଣ୍ଟ ଛାତ୍ରଭାବେ ଅଧ୍ୟୟନ କରୁଛନ୍ତି। ସେ ‘ସମ୍ବାଦ’ର କଳାହାଣ୍ଡି ଜିଲ୍ଲା ପ୍ରତିନିଧି ଦେବେନ୍ଦ୍ର କୁମାର ବିଶି ଓ ବନଶ୍ରୀ ବିଶି ପୁଅ ଅଟନ୍ତି। ଏଥିନେଇ ମିଲନକୁ ବିଭିନ୍ନ ମହଲରେ ଅଭିନନ୍ଦନ ଜ୍ଞାପନ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe