ଗଜପତି ଜିଲ୍ଲାରେ ମୃଦୁ ଭୂମିକମ୍ପ

ନ୍ୟୁଜିଲାଣ୍ଡରେ ୫.୧ ତୀବ୍ରତାର ଭୂମିକମ୍ପ

Image Courtesy of India Today

ଭୁବନେଶ୍ବର/ ପାଟପୁର : ବୁଧବାର ସକାଳେ ଗଜପତି ଜିଲ୍ଲାରେ ମୃଦୁ ଭୂକମ୍ପ ଅନୁଭୂତ ହୋଇଛି। ମୋହନା, ଆର୍. ଉଦୟଗିରିର ବିଭିନ୍ନ ଅଞ୍ଚଳରେ ବୁଧବାର ସକାଳ ୯ଟା ୪୬ ମନିଟରେ ଭୂମିକମ୍ପ ଝଟ୍‌କା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୩.୪ ରେକର୍ଡ କରାଯାଇଛି। ଭୂପୃଷ୍ଠଠୁ ୫ କିମି ଗଭୀରତା ପର୍ଯ୍ୟନ୍ତ ଭୂକମ୍ପ ଅନୁଭୂତ ହୋଇଥିବା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି।

ବୁଧବାର ସକାଳେ ପ୍ରାୟ ୫ରୁ ୬ ସେକେଣ୍ଡ ପାଇଁ ଭୂକମ୍ପର ଝଟ୍‌କା ଅନୁଭୂତ ହୋଇଥିଲା। ଫଳରେ ଲୋକମାନେ ଭୟରେ ଘର ବାହାରକୁ ଚାଲି ଆସିଥିଲେ। ମୋହନା ସମେତ ଲୁହାଗୁଡ଼ି, ଅଡ଼ବା, ଚନ୍ଦ୍ରଗିରି, ମହେନ୍ଦ୍ରଗଡ଼ ଓ ଆର୍‌. ଉଦୟଗିରି ଅଞ୍ଚଳରେ ଭୂକମ୍ପର ଝଟ୍‌କା ଅନୁଭୂତ ହୋଇଥିଲା। ଏଥିରେ କିଛି କ୍ଷୟକ୍ଷତି ହୋଇନଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe