ମିଲି ପଣ୍ତାଙ୍କ ଅଳଙ୍କାର ବାଜ୍ୟାପ୍ତି ମାମଲା: କେସ ଡାଏରି ଦାଖଲ ନିର୍ଦ୍ଦେଶ

Advertisment
ମିଲି ପଣ୍ତାଙ୍କ ଅଳଙ୍କାର ବାଜ୍ୟାପ୍ତି ମାମଲା: କେସ ଡାଏରି ଦାଖଲ ନିର୍ଦ୍ଦେଶ

କଟକ : ଶୁଭଶ୍ରୀ ଦାସ ଓରଫ ମିଲି ପଣ୍ତାଙ୍କ ଘରୁ ଜବତ ନଗଦ ଟଙ୍କା ଓ ସୁନା, ରୁପା ଅଳଙ୍କାର ବାଜ୍ୟାପ୍ତି ସ˚ପର୍କିତ ମାମଲାର ଶୁଣାଣି କରି କେସ୍‌ ଡାଏରି ଦାଖଲ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ନିମ୍ନ ଅଦାଲତ ମିଲି ପଣ୍ତାଙ୍କ ଆବେଦନ ଖାରଜ କରିବା ପରେ ସେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ଜଷ୍ଟିସ ସି.ଆର‌୍‌.ଦାଶଙ୍କୁ ନେଇ ଗଠିତ ଖଣ୍ତପୀଠ ପରବର୍ତ୍ତୀ ଶୁଣାଣି ସମୟରେ କେସ୍ ଡାଏରି ‌ଦାଖଲ ପାଇଁ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ମାନସ ଚାନ୍ଦ ମାମଲା ପରିଚାଳନା କରୁଛନ୍ତି।

ମାମଲାର ବିବରଣୀରୁ ପ୍ରକାଶ ଯେ ୨୦୧୦ରେ ଗାଡ଼ି ଯାଞ୍ଚ ସମୟରେ ବାଣପୁର ପୁଲିସ ଦୁଇ ଜଣ ବ୍ୟକ୍ତିଙ୍କୁ କିଛି ମାଓ ପୋଷ୍ଟର ସହିତ ଧରିଥିଲା। ଏହାପରେ ପୁଲିସ ମିଲି ପଣ୍ତାଙ୍କ ଭୁବନେଶ୍ବର ଘର ଉପରେ ଚଢାଉ କରିଥିଲା। ପୁଲିସ ମିଲି ପଣ୍ତାଙ୍କୁ ଗିରଫ କରିଥିବା ବେଳେ ତାଙ୍କ ଘରୁ ଜବତ ଟଙ୍କା ଓ ସୁନା, ରୁପା ଅଳଙ୍କାରକୁ ବାଜ୍ୟାପ୍ତି ପାଇଁ ପୁଲିସ ପକ୍ଷରୁ ପଦକ୍ଷେପ ନିଆଯାଇଥିଲା। ଏହି ଜବତ ସ˚ପତ୍ତି ବେଆଇନ୍‌ ଭାବେ ଜବତ କରି ବାଜ୍ୟାପ୍ତି କରାଯାଇଛି ଦର୍ଶାଇ ମିଲି ନିମ୍ନ ଅଦାଲତରେ ଆବେଦନ କରିଥିଲେ। ନିମ୍ନ ଅଦାଲତ ଆବେଦନ ଖାରଜ କରିବା ପରେ ସେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe