ଉତ୍କଳ ବିଶ୍ୱବିଦ୍ୟାଳୟରେ ମିଲେଟ୍ ଫୁଡ୍ ଫେଷ୍ଟିଭାଲ୍

ଉତ୍କଳ ବିଶ୍ୱବିଦ୍ୟାଳୟରେ ମିଲେଟ୍ ଫୁଡ୍ ଫେଷ୍ଟିଭାଲ୍

ଭୁବନେଶ୍ବର: ୨୦୨୩ ମସିହାକୁ ସାରା ବିଶ୍ବରେ ଅନ୍ତର୍ଜାତୀୟ ମିଲେଟ୍ ବର୍ଷ ଭାବେ ପାଳନ ହେଉଛି। ଏହି ଅବସରରେ ଉତ୍କଳ ବିଶ୍ୱବିଦ୍ୟାଳୟର ବିଜ୍‌ନେସ୍‌ ଆଡମିନିଷ୍ଟେସନ ବିଭାଗ ପକ୍ଷରୁ ୩ ଦିନିଆ ମିଲେଟ୍‌ ଫୁଡ୍ ଫେଷ୍ଟିଭାଲ୍ ‘ମିଲେଟ୍ ମିର୍ଚି ମସଲା’ ଅନୁଷ୍ଠିତ ହୋଇଯାଇଛି। ସେଣ୍ଟର୍‌ ଅଫ୍‌ ଏଗ୍ରି ମ୍ୟାନେଜମେଣ୍ଟ ପକ୍ଷରୁ ଆୟୋଜିତ ଏହି ଫେଷ୍ଟିଭାଲ୍‌କୁ ଉତ୍କଳ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ ଉଦ୍‌ଘାଟନ କରିଥିଲେ।

ଏମ୍‌ବିଏ (ଏଗ୍ରିକଲଚର), ଏମ୍‌ବିଏ (ରେଗୁଲାର) ଓ ଇଣ୍ଟିଗ୍ରେଟେଡ୍ ଏମ୍‌ବିଏ ଛାତ୍ରଛାତ୍ରୀଙ୍କ ସକ୍ରିୟ ଅଂଶଗ୍ରହଣ ଦ୍ବାରା ୧୦ଟି ଷ୍ଟଲରେ ମିଲେଟ୍‌ ଆଧାରିତ ଏକାଧିକ ଖାଦ୍ୟ ସାମଗ୍ରୀ ପ୍ରଦର୍ଶିତ ହୋଇଥିଲା। ମିଲେଟ୍‌ରେ ପ୍ରସ୍ତୁତ ବେ‌କେରି ଓ ଚାଇନିଜ୍ ସାମଗ୍ରୀ, ଦକ୍ଷିଣ ଭାରତୀୟ ଖାଦ୍ୟ, ଓଡ଼ିଆ ଖାଦ୍ୟ ପ୍ରସ୍ତୁତ ହୋଇଥିଲା। ବିଭିନ୍ନ ବିଷୟବସ୍ତୁକୁ ନେଇ ପ୍ରତିବର୍ଷ କ୍ୟା‌ମ୍ପସରେ ଖାଦ୍ୟ ମହୋତ୍ସବ ଆୟୋଜନ କରିବାକୁ ଲକ୍ଷ୍ୟ ରଖାଯାଇଥିବା ଏଗ୍ରି ବିଜନେସ୍‌ ମ୍ୟାନେଜ୍‌ମେଣ୍ଟ ମୁଖ୍ୟ ଦୀପକ ରାମ୍‌ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe