Advertisment

ଲକ୍ଷାଧିକ କଇଁଛ ଛୁଆ ସମୁଦ୍ରମୁହାଁ: ଗଞ୍ଜାମ ଉପକୂଳରେ ଅଲିଭ୍‌ ରିଡ୍‌ଲେ ଅଣ୍ଡା ଫୁଟିଲା

Advertisment

ବିଶ୍ବର ସର୍ବବୃହତ ଅଲିଭ୍‌ ରିଡ୍‌ଲେ ଗଣଅଣ୍ଡାଦାନସ୍ଥଳୀ ମାନ୍ୟତା ପାଇଥିବା ଗଞ୍ଜାମ ଉପକୂଳରେ କଇଁଛ ଅଣ୍ଡା ଫୁଟିବା ପ୍ରକ୍ରିୟା ଆରମ୍ଭ ହୋଇଛି। ଲକ୍ଷାଧିକ ସଂଖ୍ୟାରେ କଇଁଛଛୁଆ ସମୁଦ୍ରମୁହାଁ ହୋଇଛନ୍ତି।

ବିଶ୍ବର ସର୍ବବୃହତ ଅଲିଭ୍‌ ରିଡ୍‌ଲେ ଗଣଅଣ୍ଡାଦାନସ୍ଥଳୀ ମାନ୍ୟତା ପାଇଥିବା ଗଞ୍ଜାମ ଉପକୂଳରେ କଇଁଛ ଅଣ୍ଡା ଫୁଟିବା ପ୍ରକ୍ରିୟା ଆରମ୍ଭ ହୋଇଛି। ଲକ୍ଷାଧିକ ସଂଖ୍ୟାରେ କଇଁଛଛୁଆ ସମୁଦ୍ରମୁହାଁ ହୋଇଛନ୍ତି।

fbvvbtt

ବ୍ରହ୍ମପୁର: ବିଶ୍ବର ସର୍ବବୃହତ ଅଲିଭ୍‌ ରିଡ୍‌ଲେ ଗଣଅଣ୍ଡାଦାନସ୍ଥଳୀ ମାନ୍ୟତା ପାଇଥିବା ଗଞ୍ଜାମ ଉପକୂଳରେ କଇଁଛ ଅଣ୍ଡା ଫୁଟିବା ପ୍ରକ୍ରିୟା ଆରମ୍ଭ ହୋଇଛି। ଲକ୍ଷାଧିକ ସଂଖ୍ୟାରେ କଇଁଛଛୁଆ ସମୁଦ୍ରମୁହାଁ ହୋଇଛନ୍ତି। କୁନିକୁନି କଇଁଛ ଛୁଆ ବେଳାଭୂମିରୁ ବାହାରି ସମୁଦ୍ର ଆଡ଼କୁ ଯାଉଥିବା ଦୃଶ୍ୟ ବେଶ ନିଆରା ଲାଗୁଛି। ଏହି ପ୍ରକ୍ରିୟା ୪ରୁ ୫ଦିନ ପର୍ଯ୍ୟନ୍ତ ଚାଲିବ ବୋଲି ଖଲ୍ଲିକୋଟ ଏଏସିଏଫ୍‌ ଦିବ୍ୟଶଙ୍କର ବେହେରା ସୂଚନା ଦେଇଛନ୍ତି। ଏଥିପାଇଁ ଋଷିକୁଲ୍ୟା ମୁହାଣର ଉଭୟ ପଟେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଋଷିକୁଲ୍ୟା ମୁହାଣ ସଂଲଗ୍ନ ବାଲୁକା ଶଯ୍ୟାରେ ଚଳିତ ବର୍ଷ ଦୁଇଟି ପର୍ଯ୍ୟାୟରେ ଗଣଅଣ୍ଡାଦାନ ହୋଇଥିଲା। ଚଳିତ ବର୍ଷ ରେକର୍ଡ ସଂଖ୍ୟକ ପ୍ରାୟ ୯ଲକ୍ଷ ଅଲିଭ୍‌ ରିଡ୍‌ଲେ କଇଁଛ ଗଣଅଣ୍ଡାଦାନ କରିଥିଲେ। 

ଗଞ୍ଜାମ ଉପକୂଳରେ ଅଲିଭ୍‌ ରିଡ୍‌ଲେ ଅଣ୍ଡା ଫୁଟିଲା
୨୦ କିମି ନିଷିଦ୍ଧାଞ୍ଚଳ, ଚାରିରୁ ପାଞ୍ଚଦିନ ପ୍ରକ୍ରିୟା

ଫେବ୍ରୁଆରି ୧୬ରୁ ୨୩ତାରିଖ ପର୍ଯ୍ୟନ୍ତ ହୋଇଥିବା ପ୍ରଥମ ପର୍ଯ୍ୟାୟ ଗଣଅଣ୍ଡାଦାନରେ ପ୍ରାୟ ୬ଲକ୍ଷ ୯୮ହଜାର କଇଁଛ ଅଣ୍ଡାଦାନ କରିଥିଲେ। ଏହାର ପ୍ରାୟ ୧ମାସ ପରେ ମାର୍ଚ୍ଚ ୨୨ରୁ ୨୭ତାରିଖ ପର୍ଯ୍ୟନ୍ତ ହୋଇଥିବା ଦ୍ବିତୀୟ ପର୍ଯ୍ୟାୟ ଗଣଅଣ୍ଡାଦାନରେ ୨ଲକ୍ଷ ୫ହଜାର କଇଁଛ ସାମିଲ ହୋଇଥିଲେ। ପୂର୍ବରୁ ଏତେ ସଂଖ୍ୟକ କଇଁଛ କେବେ ବି ଗଣଅଣ୍ଡାଦାନ ପ୍ରକ୍ରିୟାରେ ସାମିଲ ହୋଇ ନଥିଲେ ବୋଲି ଋଷିକୁଲ୍ୟା ସମୁଦ୍ର କଇଁଛ ସୁରକ୍ଷା ସମିତି ସମ୍ପାଦକ ରବୀନ୍ଦ୍ରନାଥ ସାହୁ କହିଛନ୍ତି। କଇଁଛଙ୍କ ଅଣ୍ଡାଦାନ ପାଇଁ ଚଳିତ ବର୍ଷ ପାଗ ଅନୁକୂଳ ରହିଥିଲା। ଏଣୁ ଗଣଅଣ୍ଡାଦାନ କ୍ଷେତ୍ରରେ ଏକ ନୂଆ ରେକର୍ଡ ସୃଷ୍ଟି ହୋଇଥିବା ଶ୍ରୀ ସାହୁ କହିଛନ୍ତି। ତେବେ ଅଣ୍ଡା ଫୁଟି ଛୁଆ ବାହାରିବା ପାଇଁ ପ୍ରାୟ ୪୫ଦିନ ସମୟ ଲାଗିଥାଏ। ଗତ କିଛିଦିନ ତଳେ ହୋଇଥିବା କାଳ ବୈଶାଖୀ ବର୍ଷା ଯୋଗୁ ପାଗ ଥଣ୍ଡା ପଡ଼ି ବାଲିର ଉଷ୍ମତା ହ୍ରାସ ପାଇଥିଲା। ଏଣୁ ଅଣ୍ଡା ଫୁଟିବା ପ୍ରକ୍ରିୟା କିଛିଟା ବିଳମ୍ବରେ ହୋଇଥିବା ଦେଖିବାକୁ ମିଳିଛି। କଇଁଛ ଛୁଆଙ୍କ ସୁରକ୍ଷା ପାଇଁ ପ୍ରାୟ ୬ କିମି. ପର୍ଯ୍ୟନ୍ତ ତାର ବାଡ଼ ଦିଆଯାଇଛି। ସେହିପରି ବିଭିନ୍ନ ସ୍ଥାନରେ ମଶାରି ଜାଲି ମଧ୍ୟ ଲଗା ଯାଇଛି।

ବ୍ରହ୍ମପୁର ବନଖଣ୍ଡ ଅଧିକାରୀ ସନି ଖୋଖର୍‌ଙ୍କ ନେତୃତ୍ବରେ ଋଷିକୁଲ୍ୟା ମୁହାଣର ଆର୍ଯ୍ୟପଲ୍ଲୀଠାରୁ ପ୍ରୟାଗୀ ପର୍ଯ୍ୟନ୍ତ ପ୍ରାୟ ୨୦ କିମି ଅଞ୍ଚଳକୁ ନୋ-ଫିସିଂ ଜୋନ୍‌ କରାଯାଇ ପାଟ୍ରୋଲିଂ କଡ଼ାକଡ଼ି କରାଯାଇଛି। ଏହା ସହିତ ସେହି ଅଞ୍ଚଳକୁ ନିଷିଦ୍ଧାଞ୍ଚଳ ଘୋଷଣା କରାଯାଇଛି। ସେହିପରି କଇଁଛଛୁଆମାନଙ୍କୁ କୁକୁର ଓ ବିଲୁଆ ଠାରୁ ସୁରକ୍ଷା ଦେବା ପାଇଁ ସେଠାରେ ୨୪ଘଣ୍ଟିଆ ପାଟ୍ରୋଲିଂ ବ୍ୟବସ୍ଥା କରାଯାଇଛି। ଚଳିତବର୍ଷ ଦୁଇଟି ପର୍ଯ୍ୟାୟରେ ଗଣଅଣ୍ଡାଦାନ ହୋଇଥିବାରୁ ଦୁଇଥର ଅଣ୍ଡା ଫୁଟି କଇଁଛଛୁଆ ସମୁଦ୍ରକୁ ଯିବେ। ଦ୍ବିତୀୟ ପର୍ଯ୍ୟାୟ ଅଣ୍ଡା ଫୁଟିବା ପ୍ରକ୍ରିୟା ମେ ପ୍ରଥମ ସପ୍ତାହ ପରେ ହେବ ବୋଲି ଆଶା କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe