ଛୁରାମାଡ଼ରେ ମିନାବଜାର କର୍ମଚାରୀ ଗୁରୁତର

ପାଗଳ କଲା ବନ୍ଧୁପତ୍ନୀଙ୍କ ପ୍ରେମ: ବନ୍ଧୁଙ୍କୁ ଛୁରାମାଡ଼ କରି ଗିରଫ

Image Courtesy of Gulf Today

ବଲାଙ୍ଗୀର: ଛୁରାମାଡ଼ରେ ସ୍ଥାନୀୟ ବରିପାଲି ପଡ଼ାର ମିନାବଜାର କର୍ମଚାରୀ ଅଙ୍କିତ ସାହୁ ଗୁରୁତର ଆହତ ହୋଇଛନ୍ତି। ପଡ଼ାରେ ନାମଯଜ୍ଞ ଅବସରରେ ମିନାବଜାର ପଡ଼ିଛି। ଶନିବାର ରାତିରେ ପଡ଼ାର କିଛି ଯୁବକ ମାଗଣାରେ ରାମଦୋଳିରେ ବସାଇବାକୁ କହିଥିଲେ। ଅଙ୍କିତ ସେମାନଙ୍କୁ ମନା କରିଥିଲେ।

ହଠାତ ରାଗିଯାଇ ସଦାନନ୍ଦ ସ୍ୱାଇଁ ନାମକ ଜଣେ ଯୁବକ ଅଙ୍କିତକୁ ଛୁରିରେ ଆକ୍ରମଣ କରିଥିଲେ। ଗୁରୁତର ଅଙ୍କିତକୁ ସ୍ଥାନୀୟ ଲୋକେ ଉଦ୍ଧାର କରି ତାଙ୍କୁ ପ୍ରଥମେ ବଲାଙ୍ଗୀର ଓ ପରେ ବୁର୍ଲା ସ୍ଥାନାନ୍ତର କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe