Advertisment

ଆତ୍ମାହୁତି ଉଦ୍ୟମ କରି ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ବିଜେଡି ନେତ୍ରୀ ମୀନାକ୍ଷୀ ମିଶ୍ରଙ୍କ ମୃତ୍ୟୁ

Advertisment
ଆତ୍ମାହୁତି ଉଦ୍ୟମ କରି ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ବିଜେଡି ନେତ୍ରୀ ମୀନାକ୍ଷୀ ମିଶ୍ରଙ୍କ ମୃତ୍ୟୁ

ଭୁବନେଶ୍ବର: ପୁଅକୁ ନ୍ୟାୟ ଦାବିରେ ବ୍ରହ୍ମପୁର ଜିଲ୍ଲା ପୁଲିସ ମୁଖ୍ୟାଳୟ ପରିସରରେ ଆତ୍ମାହୁତି ଉଦ୍ୟମ କରି ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ବିଜେଡି ନେତ୍ରୀ ମୀନାକ୍ଷୀ ମିଶ୍ରଙ୍କ ମୃତ୍ୟୁ ହୋଇଥିବା ଜଣାଯାଇଛି। ସେ ଭୁବନେଶ୍ବରର ଏକ ଘରୋଇ ଡାକ୍ତରଖାନାରେ ମୃତ୍ୟୁବରଣ କରିଥିବାର ସୂଚନା ମିଳିଛି।

ସୂଚନାଯୋଗ୍ୟ, ଗତ ମାସ ୨୮ତାରିଖ ଦିନ ବିଜେଡି ନେତ୍ରୀ ମୀନାକ୍ଷୀ ମିଶ୍ରଙ୍କ ଆତ୍ମାହୁତି ଉଦ୍ୟମ ଘଟଣା ରାଜ୍ୟବ୍ୟାପୀ ଆଲୋଡ଼ନ ସୃଷ୍ଟି କରିଥିଲା। ସେ ନିଜ ଦେହରେ କରାସିନି ଢାଳି ଆତ୍ମହତ୍ୟା ଲାଗି ଉଦ୍ୟମ କରିଥିଲେ। ମୀନାକ୍ଷୀଙ୍କ ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ କଟକର ଏସ୍‌ସିବିରେ ତାଙ୍କର ଚିକିତ୍ସା କରାଯାଉଥିଲା। ପରେ ଗତ ୧୪ ତାରିଖରେ ତାଙ୍କୁ ଭୁବନେଶ୍ବରର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇ ଚିକିତ୍ସା ଚାଲିଥିଲା। ତାଙ୍କ ଶରୀରର ପାଖାପାଖି ୯୫ପ୍ରତିଶତ ପୋଡ଼ିଯାଇଥିଲା ଓ ସେ ଆଇସିୟୁରେ ମୃତ୍ୟୁ ସହ ସଂଗ୍ରାମ କରୁଥିଲେ।

ଏପଟେ ଗିରଫ ହୋଇ ଜେଲ୍‌ ଯାଇଥିବା ମୀନାକ୍ଷୀ ମିଶ୍ରଙ୍କ ପୁଅ କୃତ୍ତିବାସ ମିଶ୍ର ଓରଫ୍‌ ରାଜାଙ୍କୁ ଅନ୍ତରୀଣ ଜାମିନ୍‌ ମିଳିଥିଲା। ସେପଟେ ପୁଲିସ ରାଜାଙ୍କୁ ଆକ୍ରମଣ ଘଟଣାରେ ଗିରଫ କରିଥିବା ଅଭିଯୁକ୍ତଙ୍କୁ ଜେଏମ୍‌ଏଫ୍‌ସି କୋର୍ଟରେ ହାଜର କରି ବୟାନ୍‌ ରେକର୍ଡ କରାଇଥିଲା। ଗତ ୨୮ତାରିଖ ଦିନ ଘଟଣାସ୍ଥଳରେ ଉପସ୍ଥିତ ଜଣେ ଯୁବକ ମଧ୍ୟ କୋର୍ଟରେ ହାଜର ହୋଇ ବୟାନ ଦେଇଥିଲେ।

ଏଣେ ଆଜି ବିଜେଡି ଜିଲ୍ଲା ମହିଳା ସଭାନେତ୍ରୀ ସଂଘମିତ୍ରା ଦଳାଇଙ୍କ ନେତୃତ୍ବରେ ଏକ ପ୍ରତିନିଧିଦଳ ବ୍ରହ୍ମପୁର ଏସ୍‌ପି ପିନାକ ମିଶ୍ରଙ୍କୁ ସାକ୍ଷାତ କରିଥିଲେ। ସେମାନେ କହିଥିଲେ ଯେ ମୁଖ୍ୟମନ୍ତ୍ରୀ ମହିଳାଙ୍କ ସୁରକ୍ଷାକୁ ଅଧିକ ଗୁରୁତ୍ବ ଦେଉଛନ୍ତି। ଅଥଚ ଏସ୍‌ପିଙ୍କ କାର୍ଯ୍ୟାଳୟ ପରିସରରେ ଜଣେ ମହିଳା ଆତ୍ମାହୁତି ଉଦ୍ୟମ କଲେ। ମୀନାକ୍ଷୀଙ୍କ ଆତ୍ମାହୁତି ଉଦ୍ୟମ ପାଇଁ ଯେଉଁମାନେ ପରୋକ୍ଷ ଓ ପ୍ରତ୍ୟକ୍ଷ ଭାବେ ଦାୟୀ ସେମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ମହିଳା ବିଜେଡି ଦାବି କରିଥିଲା।

ଉଲ୍ଲେଖ ଥାଉ କି, ଗତ ୨୮ ତାରିଖରେ ମିନାକ୍ଷୀଙ୍କ ଘର ସମ୍ମୁଖରେ ବାଇକ ପାର୍କିଂକୁ ନେଇ ଗଣ୍ଡଗୋଳ ହୋଇଥିଲା । ଏଥିରେ ତାଙ୍କ ପୁଅ ରାଜା ମିଶ୍ରଙ୍କର ୪ ଜଣଙ୍କ ସହ ଗଣ୍ଡଗୋଳ ହୋଇଥିଲା । ଆଉ ଏହାର ଭିଡିଓ ଭାଇରାଲ ହେବା ପରେ ଉଭୟ ପକ୍ଷର ଏତଲା କ୍ରମେ ପୁଲିସ ୫ ଜଣଙ୍କୁ ଗିରଫ କରିଥିଲା । ଏନେଇ ଏସପିଙ୍କୁ ଭେଟିବାକୁ ମିନାକ୍ଷୀ ୧୨ ତାରିଖରେ ଏସପିଙ୍କ ଅଫିସକୁ ଯାଇଥିଲେ । ମାତ୍ର ଦୀର୍ଘ ସମୟ ପର୍ଯ୍ୟନ୍ତ ଦେଖା କରିନପାରିବାରୁ ନିଜ ଦେହରେ କିରୋସିନ ଢାଳି ନିଆଁ ଲଗାଇଦେଇଥିଲେ । ଏହାଦେଖି ସେଠାରେ ଉପସ୍ଥିତ ପୁଲିସ କର୍ମୀ ତାଙ୍କୁ ତୁରନ୍ତ ଉଦ୍ଧାର କରି ମେଡିକାଲିରେ ଭର୍ତ୍ତି କରିଥିଲେ । ତେବେ ଚିକିତ୍ସାଧିନ ଅବସ୍ଥାରେ ଆଜି ତାଙ୍କର ମୃତ୍ୟୁ ଘଟିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe