ଖଣି ଲୁଟ୍‌ ତନାଘନା: ସ୍ଥିତି ପରଖିଲେ ଖଣି ଉପନିର୍ଦ୍ଦେଶକ

Advertisment

ଏମ୍‌ସିଏଲ କ୍ଷେତ୍ର ଅଧୀନ ତେଲେନଡିହି ଜଙ୍ଗଲ ସମେତ ରତନସରା ଓ ଭୋଗ୍ରାକଛାର ଅଞ୍ଚଳରେ ଶହେରୁ ଅଧିକ ଚୋରା ଖଣି ଖୋଳି ହଜାର ହଜାର ଟନ୍ କୋଇଲା ଚୋରାଚାଲାଣ କରୁଥିବା ଖବର ‘ସମ୍ବାଦ’-‘କନକ ନ୍ୟୁଜ୍‌’ରେ ପ୍ରକାଶ ପାଇବା ପରେ ରାଜ୍ୟରେ ହଇଚଇ ସୃଷ୍ଟି ହୋଇଛି।

ଏମ୍‌ସିଏଲ କ୍ଷେତ୍ର ଅଧୀନ ତେଲେନଡିହି ଜଙ୍ଗଲ ସମେତ ରତନସରା ଓ ଭୋଗ୍ରାକଛାର ଅଞ୍ଚଳରେ ଶହେରୁ ଅଧିକ ଚୋରା ଖଣି ଖୋଳି ହଜାର ହଜାର ଟନ୍ କୋଇଲା ଚୋରାଚାଲାଣ କରୁଥିବା ଖବର ‘ସମ୍ବାଦ’-‘କନକ ନ୍ୟୁଜ୍‌’ରେ ପ୍ରକାଶ ପାଇବା ପରେ ରାଜ୍ୟରେ ହଇଚଇ ସୃଷ୍ଟି ହୋଇଛି।

sdsdcxxc

ସୁନ୍ଦରଗଡ଼: ଏମ୍‌ସିଏଲ କ୍ଷେତ୍ର ଅଧୀନ ତେଲେନଡିହି ଜଙ୍ଗଲ ସମେତ ରତନସରା ଓ ଭୋଗ୍ରାକଛାର ଅଞ୍ଚଳରେ ଶହେରୁ ଅଧିକ ଚୋରା ଖଣି ଖୋଳି ହଜାର ହଜାର ଟନ୍ କୋଇଲା ଚୋରାଚାଲାଣ କରୁଥିବା ଖବର ‘ସମ୍ବାଦ’-‘କନକ ନ୍ୟୁଜ୍‌’ରେ ପ୍ରକାଶ ପାଇବା ପରେ ରାଜ୍ୟରେ ହଇଚଇ ସୃଷ୍ଟି ହୋଇଛି। ସୁନ୍ଦରଗଡ଼ ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନ ୩ ଦିନ ମଧ୍ୟରେ ଚୋରା ଖଣି ଠାବ ସହ ଅଞ୍ଚଳର ସମସ୍ତ କୋଲ୍‌ ୱାସେରି ଓ କୋଇଲା ଡିପୋକୁ ଯାଞ୍ଚ କରି ଷ୍ଟକ୍‌ର ହିସାବ ନେବା ପାଇଁ ଉପଜିଲ୍ଲାପାଳ, ଖଣି ଉପନିର୍ଦ୍ଦେଶକ ଓ ହେମଗିରି ତହସିଲଦାରଙ୍କୁ କଡ଼ା ନିର୍ଦ୍ଦେଶ ଦେଇଥିଲେ। ବୁଧବାର ଖଣି ବିଭାଗ ଉପନିର୍ଦ୍ଦେଶକ ବିମ୍ବାଧର ସେଠୀ, ଉପଜିଲ୍ଲାପାଳ ଦାଶରଥି ସରାବୁ, ଉପଖଣ୍ଡ ଆରକ୍ଷୀ ଅଧିକାରୀ ନିର୍ମଳ କୁମାର ମହାପାତ୍ର, ଲେଫ୍ରିପଡ଼ା ତହସିଲଦାର ଇଜିଲୁସ୍‌ ବିନୟ କୁଲୁ, ହେମଗିର ଥାନାଧିକାରୀ ଚିତ୍ତରଞ୍ଜନ ନାଏକ ଓ ପୁଲିସ ଫୋର୍ସ ଚୋରା ଖଣି, ସ୍ଥାନୀୟ ଅଞ୍ଚଳର କାରଖାନା ଏବଂ କୋଲ୍‌ ୱାସେରିରେ ଦିନତମାମ ଚଢ଼ଉ କରିଥିଲେ।

ସ୍ଥିତି ପରଖିଲେ ଖଣି ଉପନିର୍ଦ୍ଦେଶକ
ବସୁନ୍ଧରା ମେଟାଲିକ୍‌ ଓ ଭାଟିଆ ଏନର୍ଜି କୋଲ୍ ୱାସେରିରେ ଯାଞ୍ଚ

 ଟିମ୍‌ ରତନସରାରେ ଚୋରା ଖଣି ଦେଖିବା ପରେ ପୋଡ଼ାଜଲଙ୍ଗାସ୍ଥିତ ବସୁନ୍ଧରା ମେଟାଲିକ୍ ସ୍ପଞ୍ଜ ଆଇରନ କାରଖାନାରେ ଚଢ଼ାଉ କରି ପ୍ରାୟ ୨ ଘଣ୍ଟା କାଗଜପତ୍ର ଘଣ୍ଟାଚକଟା କରିବା ସହ କୋଇଲା ଷ୍ଟକ୍‌ ଯାଞ୍ଚ କରିଥିଲେ। କାରଖାନା ଷ୍ଟକ୍‌ ରେକର୍ଡରେ ୧୩ ହଜାର ଟନ୍ କୋଇଲା ଗଚ୍ଛିତ ଥିବାବେଳେ ମାପଚୁପ ପରେ ୨୨୭ ଟନ୍ କମ୍ ଥିବା ଜଣାପଡ଼ିଥିଲା। ଏହା ପରେ ମିଳିତ ଟିମ୍‌ ବରପାଲିସ୍ଥିତ ଭାଟିଆ ଏନର୍ଜି କୋଲ୍‌ ୱାସେରିରେ ଚଢ଼ଉ କରିଥିଲେ। ଯାଞ୍ଚ ପରେ ସେଠାରେ ୩୪୦ ଟନ୍‌ କମ୍‌ ଥିବା ଜଣାପଡ଼ିଥିଲା। ସନ୍ଧ୍ୟା ହୋଇଯିବାରୁ ଚଢ଼‌ଉ ସ୍ଥଗିତ ରଖିଛି ଟିମ୍‌। ଗୁରୁବାର ଅନ୍ୟ କୋଲ୍‌ ୱାସେରି, କାରଖାନାରେ ଯାଞ୍ଚ କରାଯିବ ବୋଲି ଖଣି ଉପନିର୍ଦ୍ଦେଶକ ଶ୍ରୀ ସେଠୀ କହିଛନ୍ତି। ଚୋରା ଖଣି ଖବର ପ୍ରକାଶ ପରେ ୪ ତାରିଖରୁ ପ୍ରଶାସନ, ପୁଲିସ, ବନ ଓ ରାଜସ୍ବ ବିଭାଗ ଚଢ଼ଉ କରି ଦେଢ଼ଶହ ଟନ୍‌ରୁ ଅଧିକ କୋଇଲା ଜବତ କରିଛି। ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଖଣି ଉପନିର୍ଦ୍ଦେଶକ କହିଛନ୍ତି। ତେବେ ଖଣି ଚୋରି ଘଟଣାର ୬ ଦିନ ପରେ ରାଉରକେଲା ଉପନିର୍ଦ୍ଦେଶକଙ୍କ ସମେତ ୯ ଜଣିଆ ସଦସ୍ୟ ତଦନ୍ତ ପାଇଁ ପହଞ୍ଚିବା ଚର୍ଚ୍ଚାର ବିଷୟ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe