ପଥର ଖାଦାନ ବିସ୍ଫୋରଣ ମାମଲା: ହଟିଲା ନିଲମ୍ବନ ଆଦେଶ, ଲକ୍ଷ୍ମୀ ନାରାୟଣ ସାବତ ଚନ୍ଦ୍ରପୁର ତହସିଲଦାର ନିଯୁକ୍ତ

Advertisment
ପଥର ଖାଦାନ ବିସ୍ଫୋରଣ ମାମଲା: ହଟିଲା ନିଲମ୍ବନ ଆଦେଶ, ଲକ୍ଷ୍ମୀ ନାରାୟଣ ସାବତ ଚନ୍ଦ୍ରପୁର ତହସିଲଦାର ନିଯୁକ୍ତ

ରାୟଗଡ଼ା: ଗୁଣପୁର ତହସିଲ ଓକିଲଗୁଡ଼ା ପଥର ଖାଦାନ ବିସ୍ଫୋରଣ ଘଟଣାରେ ନିଲମ୍ବିତ ଗୁଣପୁରର ପୂର୍ବତନ ତହସିଲଦାର ଲକ୍ଷ୍ମୀ ନାରାୟଣ ସାବତଙ୍କ ଉପରୁ ସରକାର ନିଲମ୍ବନ ଆଦେଶ ଉଠାଇ ନେଇଛନ୍ତି। ଶ୍ରୀ ସାବତଙ୍କୁ ଚନ୍ଦ୍ରପୁର ତହସିଲଦାର ଭାବେ କାର୍ଯ୍ୟ କରିବା ପାଇଁ ଆଜି ରାଜସ୍ବ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

ଅକ୍ଟୋବର ୧୬ ତାରିଖରେ ଓକିଲଗୁଡ଼ା ପଥର ଖାଦାନରେ ଶ୍ରମିକମାନେ କାମ କରୁଥିବା ବେଳେ ବେଆଇନ ବ୍ଲାଷ୍ଟିଂ ଯୋଗୁ ୩ ଶ୍ରମିକଙ୍କ ମୃତ୍ୟୁ ହୋଇଥିଲା। ୯ ଶ୍ରମିକ ଗୁରୁତର ଆହତ ହୋଇଥିଲେ। ଘଟଣାର ଦିନକ ପରେ ସହକାରୀ ରାଜସ୍ବ ନୀରିକ୍ଷକ ଅନୁପ କୁମାର ମାର୍ଥାଙ୍କୁ ଜିଲ୍ଲାପାଳ ସସପେଣ୍ଡ କରିବା ସହ ଅତିରିକ୍ତ ତହସିଲଦାର କୁଶ ଗରଡା, ରାଜସ୍ବ ସୁପରଭାଇଜର ଶରତ ଚନ୍ଦ୍ର ଆନନ୍ଦ, ସଦର ରାଜସ୍ବ ନୀରିକ୍ଷକ ସନ୍ତୋଷ କୁମାର ପଣ୍ଡା, ସହକାରୀ ରାଜସ୍ବ ନୀରିକ୍ଷକ ସନ୍ତୋଷ କୁମାର ଦାଶଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଥିଲେ।

publive-image

ଅକ୍ଟୋବର ୨୧ ତାରିଖରେ ରାଜ୍ୟ ସରକାର ତହସିଲଦାର ଲକ୍ଷ୍ମୀନାରାୟଣ ସାବତଙ୍କୁ ନିଲମ୍ବନ କରିବା ପରେ ଅନ୍ୟ ଅଧିକାରୀ ଛାନିଆ ହୋଇ ପଡିଥିଲେ। ରାଜସ୍ବ ସୁପରଭାଇଜର ଶରତ ଚନ୍ଦ୍ର ଆନନ୍ଦଙ୍କୁ ଜାରି କରାଯାଇଥିବା କାରଣ ଦର୍ଶାଅ ନୋଟିସର ଉତ୍ତର ସନ୍ତୋଷଜନକ ନ ହେବା ପରେ ଜିଲ୍ଲାପାଳ ତାଙ୍କୁ ନିଲମ୍ବନ କରିଥିଲେ।

ସେହିପରି ଚୁକ୍ତିଭିତ୍ତିକ ଭାବେ କାର୍ଯ୍ୟରତ ଥିବା ରାଜସ୍ବ ନୀରିକ୍ଷକ ସନ୍ତୋଷ ପଣ୍ଡା ଓ ସହକାରୀ ରାଜସ୍ବ ନିରୀକ୍ଷକ ସନ୍ତୋଷ ଦାଶଙ୍କୁ ଗୁଣପୁର ତହସିଲରୁ ଅନ୍ୟତ୍ର ବଦଳି କରାଯାଇଥିଲା। ଘଟଣା ପରେ ଖାଦାନ ଲିଜଧାରୀ, କ୍ରସର ମାଲିକଙ୍କ ସମେତ ୩ ଜଣଙ୍କ ନାଁରେ ଗୁଣପୁର ପୁଲିସ୍ ମାମଲା ରୁଜୁ କରିଥିବା ବେଳେ ଅକ୍ଟୋବର ୨୭ ତାରିଖରେ ପ୍ରଦୀପ ଯୋଗୀ, ଘାସି ଯୋଗୀ, ପ୍ରତାପ ଯୋଗୀକୁ ଗିରଫ କରିବା ସହ ଦୁଇଟି ଟିପର, ବିସ୍ଫୋରକ ସାମଗ୍ରୀ ଜବତ କରିଥିଲା। ନଭେମ୍ବର ୫ ତାରିଖରେ ଅତିରିକ୍ତ ତହସିଲଦାର କୁଶ ଗରଡାଙ୍କ ବିରୁଦ୍ଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ ରାଜ୍ୟ ସରକାରଙ୍କୁ ସୁପାରିଶ କରିଥିବା ବେଳେ ଡିସେମ୍ବର ୧୪ ତାରିଖରେ ସରକାର କୁଶ ଗରଡ଼ାଙ୍କୁ କାଶୀପୁରକୁ ବଦଳି କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe