ଜୟପୁର : ଅ…ଆ..ଶିଖିବେ ୪୦ ଶିଶୁ। ଅଶିକ୍ଷାର ଅନ୍ଧଗଳିରେ ପୁଣି ଦେଖିବାକୁ ମିଳିବ ଶିକ୍ଷା ରୂପକ ଆଲୋକ। ଜୟପୁର ବ୍ଲକ ବାରିଣିପୁଟ ପଞ୍ଚାୟତ ଅନ୍ତର୍ଗତ ଲାଠିଗୁଡା ଗାଁ’ରେ ଖୋଲାଯିବ ମିନି ଅଙ୍ଗନବାଡି କେନ୍ଦ୍ର। ଏନେଇ ‘ସମ୍ବାଦ’ରେ ‘ଅପହଞ୍ଚ ଗାଁ ଲାଠିଗୁଡାରେ ଶିକ୍ଷାର ବିକଳ ଚିତ୍ର: ପ୍ରାକବିଦ୍ୟାଳୟ ଶିକ୍ଷାରୁ ବଞ୍ଚିତ ୪୦ରୁ ଅଧିକ ଶିଶୁ’ ଶୀର୍ଷକରେ ଏକ ରିପୋର୍ଟ ପ୍ରକାଶ ପାଇଥିଲା। ଏହାପରେ ଉପଜିଲ୍ଲାପାଳ ହେମକାନ୍ତ ସୟଙ୍କ ପକ୍ଷରୁ ବିଡିଓ ସୂରଜ କୁମାର ପଟ୍ଟନାୟକଙ୍କୁ କ୍ଷେତ୍ର ପରିଦର୍ଶନ କରି ରିପୋର୍ଟ ଦେବାକୁ କହିଥିଲେ।
/sambad/media/post_attachments/wp-content/uploads/2020/11/jeypore-4-300x135.jpg)
ଅଙ୍ଗନବାଡି କେନ୍ଦ୍ର ଆଇସିଡିଏସ ପକ୍ଷରୁ ପ୍ରସ୍ତାବ ଦିଆଯାଇଥିବାବେଳେ ଆଜି ସ୍ଥିତି ସମୀକ୍ଷା କରିଛନ୍ତି ବିଡିଓ ସୂରଜ କୁମାର ପଟ୍ଟନାୟକ, ଆରଡବ୍ଲୁ ଏସଏସ କନିଷ୍ଠଯନ୍ତ୍ରୀ ରଞ୍ଜୀତା ପଣ୍ଡା, ଜିପିଇଓ କ୍ଷୀତିଶ ଦାଶ ଓ ଏଇଇ ବିଶ୍ବରଥ ପାତ୍ର। ଆଜି ଗ୍ରାମବାସୀଙ୍କ ନିକଟରେ ପହଞ୍ଚିଥିଲା ପ୍ରଶାସନ। ଦୀର୍ଘ ୬ କିଲୋମିଟର ବିଶିଷ୍ଟ ପାହାଡିଆ ରାସ୍ଥାକୁ ଅତିକ୍ରମ କରି ପ୍ରଶାସନ ଗାଁରେ ପହଞ୍ଚି ଭଲମନ୍ଦ ବୁଝିଥିଲା। ଗାଁରେ ରହିଥିବା ଜଳ କଷ୍ଟକୁ ଦୂର କରିବାକୁ କୂପ ସହ ପୁରୁଣା ପାଣିଟାଙ୍କିର ମରାମତି କରାଯିବ। ଏହା ସହ ରାସ୍ତା ନିର୍ମାଣ ପାଇଁ ବ୍ୟବସ୍ଥା ଗ୍ରହଣ କରାଯିବ ବୋଲି ବିଡିଓ କହିଛନ୍ତି।
/sambad/media/post_attachments/wp-content/uploads/2020/11/jaypore-5-300x197.jpg)
ଏନେଇ ଉପଜିଲ୍ଲାପାଳ ହେମକାନ୍ତ ସୟ କହିଛନ୍ତି ଯେ ମିନି ଅଙ୍ଗନବାଡି କେନ୍ଦ୍ର ଖୋଲିବାକୁ ପ୍ରସ୍ତାବ ଯାଇଛି। ଖୁବଶୀଘ୍ର ଏହା ଅନୁମୋଦନ ମିଳିବା ପରେ ସେଠାରେ ଏହାକୁ କାର୍ଯ୍ୟକାରୀ କରାଯିବ। ଏହାସହ ରାସ୍ତା ଓ ଜଳଯୋଗାଣ ନେଇ ବ୍ୟବସ୍ଥା ଗ୍ରହଣ କରାଯାଉଛି ବୋଲି ସେ କହିଛନ୍ତି।
Follow Us