ନିର୍ବନ୍ଧ ଭୋଜିରୁ ଫେରୁଥିବା ବେଳେ ଓଲଟିଲା ବସ୍‌: ଜଣେ ମୃତ, ୧୫ ଆହତ

ନିର୍ବନ୍ଧ ଭୋଜିରୁ ଫେରୁଥିବା ବେଳେ ଓଲଟିଲା ବସ୍‌: ଜଣେ ମୃତ, ୧୫ ଆହତ

ବେଲଗୁଣ୍ଠା : ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଥାନା ଗାଙ୍ଗପୁର-ବୋରି ରାସ୍ତା ମଧ୍ୟରେ ବୁଧବାର ରାତି ପ୍ରାୟ ସାଢ଼େ ୧୧ଟାରେ ଏକ ବସ୍ ଭାରସାମ୍ୟ ହରାଇ ରାସ୍ତାକଡ଼ ଜମିକୁ ଖସିପଡ଼ିବାରୁ ଜଣଙ୍କ ମୃତ୍ୟୁ ହୋଇଛି। ମୃତକ ଜଣକ ହେଲେ, ତନରଡ଼ା ଗ୍ରାମର ଗୋବର୍ଦ୍ଧନ ଜେନା (୩୦)। ଗୋବର୍ଦ୍ଧନ ୪ବର୍ଷ ତଳେ ବିବାହ କରିଥିବା ତାଙ୍କର ଏକ ୩ବର୍ଷର ଶିଶୁପୁତ୍ର ଅଛି। ବସ୍‌ରେ ଥିବା ଅନ୍ୟ ୧୫ ଜଣ ଏଥିରେ ଆହତ ହୋଇଛନ୍ତି।

ମିଳିଥିବା ସୂଚନା ଅନୁସାରେ, ତନରଡ଼ା ଗ୍ରାମର ସନ୍ତୋଷ ଜେନାଙ୍କ ନିର୍ବନ୍ଧ ଭୋଜି ପାଇଁ ତାଙ୍କ ପରିବାରବର୍ଗ ଓ ବନ୍ଧୁବାନ୍ଧବ ବୋରି ଗ୍ରାମକୁ ଆସିଥିଲେ। ଭୋଜି ସାରି ଘରକୁ ଫେରୁଥିବା ବେଳେ ହଠାତ୍ ବସ୍‌ଟି ଭାରସାମ୍ୟ ହରାଇ ଚାଷ ଜମି ଭିତରକୁ ଖସି ପଡ଼ିଥିଲା। ବସ୍ ତଳେ ଚାପି ହୋଇ ଗୋବର୍ଦ୍ଧନ ଘଟଣାସ୍ଥଳରେ ହିଁ ପ୍ରାଣ ହରାଇଥିବା ବେଳ‌େ ସ୍ଥାନୀୟ ଲୋକେ ଅନ୍ୟମାନଙ୍କୁ ଉଦ୍ଧାର କରିଥିଲେ। ଗାଙ୍ଗପୁର ପୁଲିସ ଚାରିଟି ଆମ୍ବୁଲାନସରେ ଆହତମାନଙ୍କୁ ଗୋବରା, ଆସିକା, ଭଞ୍ଜନଗର ଓ ବ୍ରହ୍ମପୁର ଡାକ୍ତରଖାନାକୁ ପଠାଇଥିଲେ। ଆହତମାନେ ହେଲେ ଧୋବା ଜେନା, ଜଡ଼ା ପ୍ରଧାନ, ପ୍ରାଚୀ ଜେନା, ପାୟଲ ଜେନା, ବିଜୟ ସ୍ବାଇଁ, ବାବୁଲା ପ୍ରଧାନ, ନାଇନା ସ୍ବାଇଁ, ନାରାୟଣ ରାଉତ, ଭଗବାନ ଆରୁଖ, କାଳୀଚରଣ ଭୋଳ। ପୁଲିସ ଗାଡ଼ିକୁ ଜବତ କରିଥିବା ବେଳେ ଡ୍ରାଇଭର ଫେରାର୍ ହୋଇଯାଇଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe