‘ଶିକ୍ଷା ସମସ୍ତଙ୍କ ପାଇଁ’ ଉପରେ ମିନି ମାରାଥନ ଅନୁଷ୍ଠିତ

‘ଶିକ୍ଷା ସମସ୍ତଙ୍କ ପାଇଁ’ ଉପରେ ମିନି ମାରାଥନ ଅନୁଷ୍ଠିତ

ଘୁ ଉଦୟଗିରି: ସ୍ଥାନୀୟ ବ୍ଲକ ଅନ୍ତର୍ଗତ ମାଲିକାପୋଡ଼ି ପଞ୍ଚାୟତରେ କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତଙ୍କ ନେତୃତ୍ୱରେ କିଟ୍‌ (କିଟ୍‌)ପକ୍ଷରୁ ‘ଶିକ୍ଷା ସମସ୍ତଙ୍କ ପାଇଁ’ ଉପରେ  ଏକ ମିନି ମାରାଥନ କାର୍ଯ୍ୟକ୍ରମ ସ୍ଥାନୀୟ ବ୍ଲକ ଛକ ଠାରୁ ମାଲିକାପୋଡ଼ି ପର୍ଯ୍ୟନ୍ତ ୨୦୦ ଛାତ୍ରଛାତ୍ରୀଙ୍କୁ ନେଇ ଅନୁଷ୍ଠିତ ହୋଇଥିଲା।

କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ସ୍ଥାନୀୟ ବ୍ଲକ ଅଧ୍ୟକ୍ଷା ସୁଷମା ପ୍ରଧାନ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ସ୍ଥାନୀୟ ଆଦର୍ଶ ଥାନା ଭାରପ୍ରାପ୍ତ ଅଧିକାରୀ ଅଜୟ କୁମାର୍ ସ୍ୱାଇଁ, ଏଇଇ ଅସିତ୍ କୁମାର ସେଠୀ, ସ୍ଥାନୀୟ ସରପଞ୍ଚ ଝରଣା ପ୍ରଧାନ ଉପସ୍ଥିତ ରହିଥିବା ବେଳେ ଅନ୍ୟତମ ଅତିଥି ଭାବରେ ସାଂସଦ ପ୍ରତିନିଧି ସାମନ୍ତ ଦିଗାଲ ଓ ୱାଇଏମସିଏ ର ଘୁ.ଉଦୟଗିରି ସମ୍ପାଦକ ପ୍ରେମ ପ୍ରକାଶ ସିଂ ଉପସ୍ଥିତ ରହିଥିଲେ।

କିଟ ପକ୍ଷରୁ ଏହା ଏକ ପ୍ରୟାସ ଓ ସଚେତନ କାର୍ଯ୍ୟକ୍ରମ ଯେପରି ସମସ୍ତଙ୍କ ନିମନ୍ତେ ଶିକ୍ଷା ଆବଶ୍ୟକ ଓ ସମସ୍ତେ ଶିକ୍ଷିତ ହୁଅନ୍ତୁ ଏହି ପ୍ରୟାସରେ ଆଜି ମିନି ମାରାଥନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। କାର୍ଯ୍ୟକ୍ରମକୁ ରାଜବାଳା ସିଂ ସମେତ ଅନ୍ୟମାନେ ସହଯୋଗ କରିଥିବା ବେଳେ ମାରାଥନ ଶେଷରେ ସଭାର ଆୟାଜନ ହୋଇଥିଲା। ଏହି ପରି କାର୍ଯ୍ୟକ୍ରମ ସାଂସଦ ଅଚ୍ୟୁତ ସାମନ୍ତଙ୍କ ନେତୃତ୍ୱରେ  ଆୟୋଜନ କରିଥିବାରୁ ଅଞ୍ଚଳବାସୀ ପ୍ରଶଂସା କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe