ମହୁଲ ବୋଝେଇ ମିନିଟ୍ରକ ଜବତ

Advertisment
ମହୁଲ ବୋଝେଇ ମିନିଟ୍ରକ ଜବତ

କେନ୍ଦୁଝର: କେନ୍ଦୁଝର ଅବକାରୀ ବିଭାଗ ପକ୍ଷରୁ ମଙ୍ଗଳବାର ସନ୍ଧ୍ୟାରେ ସଦର ଥାନା ଅନ୍ତର୍ଗତ ଶଙ୍କରପୁର ଶୀତଳଭଣ୍ଡାର ନିକଟରୁ ଏକ ମହୁଲ ବୋଝେଇ ମିନିଟ୍ରକ୍‌ ଜବତ କରାଯାଇଛି। ଅବକାରୀ ବିଭାଗ କର୍ମଚାରୀମାନେ ପାଟ୍ରୋଲିଂ କରୁଥିବା ସମୟରେ ଏକ ମିନିଟ୍ରକ୍‌ରେ ମହୁଲ ବୋଝେଇ ହେଉଥିବା ଦେଖିବାକୁ ପାଇଥିଲେ। ବିଭାଗୀୟ କର୍ମଚାରୀମ‌ାନେ ପହଞ୍ଚି କାଗଜପତ୍ର ଯାଞ୍ଚ କରିଥିଲେ। ମାଛଗଡ଼ରୁ ତେଲକୋଇ ପର୍ଯ୍ୟନ୍ତ ଟ୍ରକ୍‌ର ପର୍ମିଟ ଥିବା ଜଣାପଡ଼ିଥିଲା। ତେଣୁ ଟ୍ରକ୍‌ ଜବତ କରାଯିବା ସହ ମାଲିକ ମୋହନ ମହାନ୍ତକୁ ଗିରଫ କରାଯାଇଛି। ଟ୍ରକ୍‌ରେ ୨୪ କୁଇଣ୍ଟାଲ ମହୁଲ ଫୁଲ ବୋଝେଇ ହୋଇଥିଲା। ଏହାର ବଜାର ମୂଲ୍ୟ ଏକଲକ୍ଷ ଟଙ୍କାରୁ ଊର୍ଦ୍ଧ ହେବ ବୋଲି ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe