ଓଡ଼ିଶାରେ ଖଣି ନିଲାମ ପ୍ରକ୍ରିୟା ସ୍ବଚ୍ଛ ଓ ନିରପେକ୍ଷ: ବିଜେଡି

Advertisment
ଓଡ଼ିଶାରେ ଖଣି ନିଲାମ ପ୍ରକ୍ରିୟା ସ୍ବଚ୍ଛ ଓ ନିରପେକ୍ଷ: ବିଜେଡି

www.youtube.com

ଭୁବନେଶ୍ବର : ଖଣି ପ୍ରସଙ୍ଗରେ ବିଜେପିର ଅଭିଯୋଗର ଜବାବ ରଖିଛି ବିଜେଡି। ଦଳର ମୁଖପାତ୍ର ଲେନିନ ମହାନ୍ତି କହିଛନ୍ତି ଯେ ଓଡ଼ିଶା ଭାରତର ଏକମାତ୍ର ରାଜ୍ୟ, ଯେଉଁଠାରେ କି ଅତି ସ୍ବଚ୍ଛତା ଓ ନିରପେକ୍ଷତା ସହିତ ଖଣି ନିଲାମ କରାଯାଇଛି। ଏଥିପାଇଁ ଓଡ଼ିଶାକୁ ପ୍ରଶଂସା ମିଳୁଥିବା ବେଳେ ବିଜେପି ବିଧାୟକ ରାଜନୈତିକ ଉଦ୍ଦେଶ୍ୟ ରଖି ଭିତ୍ତିହୀନ ଓ ମିଥ୍ୟା ବିବୃତିମାନ ଦେଉଛନ୍ତି। ସମ୍ଭବତଃ ବିଧାୟକ ମୋହନ ମାଝୀ ଖଣି ଅଧିନିୟମ ଓ ନିୟମ ଆଦି ବିଷୟରେ ଟିକିନିଖି ଭାବେ ଅବଗତ ନ ଥିବାରୁ ସେ ଏପରି ଭିତ୍ତିହୀନ ବିବୃତିମାନ ପ୍ରଦାନ କରୁଛନ୍ତି। ଯଦି ତାଙ୍କର କୌଣସି ସନ୍ଦେହ ଅଛି, ତେବେ ସେ ଏହି ଘଟଣାରେ ତଦନ୍ତ କରିବାକୁ କେନ୍ଦ୍ରକୁ କହିପାରିବେ। ଏଥିରେ ବିଜେଡି ସରକାରଙ୍କର କିଛି ଲୁଚାଇବାର ନାହିଁ। କରୋନା ମହାମାରୀ ସମୟରେ କୌଣସି ପ୍ରସଙ୍ଗ ନ ପାଇ ରାଜନୈତିକ ଦୃଷ୍ଟିରୁ ଗଣମାଧ୍ୟମରେ ତିଷ୍ଠି ରହିବାକୁ ସେ ଏପରି ମିଥ୍ୟା, କପୋଳକଳ୍ପିତ ଓ ଭିତ୍ତିହୀନ ବିବୃତିମାନ ପ୍ରଦାନ କରୁଛନ୍ତି। ତେଣୁ ମହାମାରୀ ସମୟରେ ଖଣି ଆଇନ ସଂକ୍ରାନ୍ତରେ କିଛି ନ ବୁଝି ବିବୃତି ଦେଇ ରାଜନୀତି ନ କରିବାକୁ ଶ୍ରୀ ମହାନ୍ତି ପରାମର୍ଶ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe