ଖଣି ମାଫିଆ ଜିତେନ୍ଦ୍ର ଝା ଗିରଫ

Advertisment
ଖଣି ମାଫିଆ ଜିତେନ୍ଦ୍ର ଝା ଗିରଫ

ବଡ଼ବିଲ : ଫେରାର ଥିବା କୁଖ୍ୟାତ ଖଣି ମାଫିଆ ଜିତେନ୍ଦ୍ର ଝା (୪୮) ପୁଲିସ ହାତରେ ଧରାପଡ଼ିଛନ୍ତି। କେନ୍ଦୁଝରର ବଡ଼ବିଲ ପୁଲିସ ସହାୟତାରେ ଭୁବନେଶ୍ବରର ନୟାପଲ୍ଲୀ ପୁଲିସ ତାଙ୍କୁ ଷ୍ଟେସନରୋଡ଼ସ୍ଥିତ ବାସଭବନରୁ ଗିରଫ କରିଛି। ଏହାପରେ ତାଙ୍କୁ କୋର୍ଟରେ ହାଜର କରାଯାଇଥିଲା। ଜାମିନ ଆବେଦନ ଖାରଜ ହେବାରୁ ତାଙ୍କୁ ଝାରପଡ଼ା ଜେଲ୍‌ ହାଜତକୁ ପଠାଇ ଦିଆଯାଇଛି।

ମିଳିଥିବା ସୂଚନା ଅନୁଯାୟୀ ବେଆଇନ୍ ଖଣି ବ୍ୟବସାୟରେ ଲିପ୍ତ ଥିବାରୁ ଜିତେନ୍ଦ୍ର ଇସ୍ପାତ ଓ ଖଣି ବିଭାଗର ଏନ୍‌ଫୋର୍ସମେଣ୍ଟ ସ୍କ୍ବାଡ୍‌ ସ୍କାନରରେ ଥିଲେ। ପୂର୍ବରୁ ସେ ବହୁ ଅପରାଧିକ ମାମଲାରେ ଜଡ଼ିତ ଥାଇ ବହୁବାର ବଡ଼ବିଲ୍ ପୁଲିସ ଦ୍ବାରା ଗିରଫ ହୋଇଛନ୍ତି। ୨୦୧୦ ମସିହାରେ ତାଙ୍କୁ ଗିରଫ କରାଯାଇଥିଲା। ଖାନତଲାସ ବେଳେ ତାଙ୍କ ଘରୁ କୋଟିଏରୁ ଊର୍ଦ୍ଧ୍ବ ଟଙ୍କା, ଥାଇ ମୁଦ୍ରା, ୨୫ ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟର ସୁନା ଗହଣା କେନ୍ଦୁଝର ପୁଲିସ ଜବତ କରିଥିଲା। ତାଙ୍କଠାରୁ ୯ଟି ପାସ୍‌ବୁକ୍, ୨୫ଟି ସିମ୍ କାର୍ଡ ଏବଂ ଗୋଟିଏ ରିଭଲଭର ଏବଂ ୬ଟି କ୍ୟାଟ୍ରିଜ୍ ଜବତ କରାଯାଇଥିଲା। ଜାତୀୟ ନିରାପତ୍ତା ଆଇନ୍ ଅନୁଯାୟୀ ସେତ‌େବେଳେ ତାଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିଲା। ପରେ ସେ ଜାମିନ୍‌ରେ ଆସିଥିଲେ।

ସେହି ସମୟରେ ଅର୍ଥନୈତିକ ଅପରାଧ ଶାଖା, ଭୁବନେଶ୍ବର ପକ୍ଷରୁ ମଧ୍ୟ ଜିତେନ୍ଦ୍ର ନାମରେ ଏକ ମାମଲା ରୁଜୁ କରାଯାଇଥିଲା। ମାତ୍ର, ସେ ଫେରାର ହୋଇଯାଇଥିଲେ। ଏ ନେଇ କୋର୍ଟ ୱାରେଣ୍ଟ ଜାରି କରିଥିଲେ। ନୟାପଲ୍ଲୀ ପୁଲିସ ଗତକାଲି ବଡ଼ବିଲ ପୁଲିସ ସହାୟତାରେ ଗିରଫ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe