ମନ୍ତ୍ରୀ ଅରୁଣ ସାହୁ ଅସୁସ୍ଥ

Advertisment
ମନ୍ତ୍ରୀ ଅରୁଣ ସାହୁ ଅସୁସ୍ଥ

twitter.com

ଭୁବନେଶ୍ବର : କୃଷି ଓ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ଅସୁସ୍ଥ ହୋଇପଡ଼ିଛନ୍ତି। ଗତ ୧୫ ତାରିଖରେ ସେ କୃଷି ଭବନସ୍ଥିତ କାର୍ଯ୍ୟାଳୟରେ କାର୍ଯ୍ୟ କରୁଥିଲା ବେଳେ ହଠାତ ଅସୁସ୍ଥ ହୋଇପଡ଼ିଥିଲେ। ସଙ୍ଗେ ସଙ୍ଗେ ତାଙ୍କୁ ଏକ ଘରୋଇ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ୟୁରିନ୍‌ ଇନ୍‌ଫେକ୍ସନ ଯୋଗୁ ତାଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିଥିବାରୁ ସେହି ଦିନ ରାତିରେ ଡାକ୍ତରଙ୍କ ନୀରିକ୍ଷଣରେ ହସ୍ପିଟାଲ୍‌ରେ ଚିକିତ୍ସିତ ହୋଇଥିଲେ। ପରଦିନ ସେ ଘରକୁ ଆସିଥିଲେ ବି ଡାକ୍ତରମାନେ ତାଙ୍କୁ ଏକ ସପ୍ତାହ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ବିଶ୍ରାମ ନେବାକୁ ପରାମର୍ଶ ଦେଇଛନ୍ତି। ଏବେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe