ରାଜନୈତିକ ଶତ୍ରୁତା : ଗଣଶିକ୍ଷା ମନ୍ତ୍ରୀ ପୁଅଙ୍କ କାର୍ଯ୍ୟାଳୟ ଉପରେ ବୋମାମାଡ

Advertisment

ବିଧାୟକ ସନାତନ ମହାକୁଡଙ୍କ ସମର୍ଥକଙ୍କ ନାମରେ ଏତଲା

ବିଧାୟକ ସନାତନ ମହାକୁଡଙ୍କ ସମର୍ଥକଙ୍କ ନାମରେ ଏତଲା

ରାଜନୈତିକ ଶତ୍ରୁତା : ଗଣଶିକ୍ଷା ମନ୍ତ୍ରୀ ପୁଅଙ୍କ କାର୍ଯ୍ୟାଳୟ ଉପରେ ବୋମାମାଡ

ଆନନ୍ଦପୁର: କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଶାଳପଡ଼ା ବାଇପାସ୍‌ ଠାରେ ଥିବା ଗଣଶିକ୍ଷା ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ରଙ୍କ ପୁଅ ଦେବପ୍ରିୟ ପାତ୍ରଙ୍କ କାର୍ଯ୍ୟାଳୟରେ ଚମ୍ପୁଆ ବିଧାୟକ ସନାତନ ମହାକୁଡଙ୍କ ସମର୍ଥକ ନିଆଁ ଲଗାଇ ଦେଇଥିବା ଅଭିଯୋଗ ହୋଇଛି। ଏ ନେଇ ମନ୍ତ୍ରୀ ଶ୍ରୀ ପାତ୍ରଙ୍କ ପୁଅ ଥାନାରେ ଏତଲା ଦେଇଛନ୍ତି। ତାଙ୍କ ଅଭିଯୋଗ ଅନୁସାରେ ବିଧାୟକ ସନାତନ ମହାକୁଡଙ୍କ ସମର୍ଥକମାନେ ମଙ୍ଗଳବାର ମଧ୍ୟାହ୍ଣ ୨ଟା ପାଖାପାଖି ତାଙ୍କ କାର୍ଯ୍ୟାଳୟରେ ପହଞ୍ଚି ପ୍ରଥମେ ତାଙ୍କ ଗାଡ଼ିକୁ ଭଙ୍ଗାରୁଜା କରିଥିଲେ। ଏହାପରେ ତାଙ୍କ କାର୍ଯ୍ୟାଳୟ ଉପରକୁ ପେଟ୍ରୋଲ ବୋମା ଫିଙ୍ଗିଥିଲେ। ଫଳରେ ଅଫିସରେ ନିଆଁ ଲାଗିି ସମସ୍ତ ଆସବାବ ପତ୍ର ପୋଡ଼ିଯାଇଛି।

publive-image

ଅନ୍ୟପକ୍ଷରେ ଅଭିଯୋଗ ହୋଇଛି କି, ଗତକାଲି ବିଧାୟକ ସନାତନ ମହାକୁଡଙ୍କ ସମର୍ଥକମାନେ ସ୍ଥାନୀୟ ମଛାଳ ଗ୍ରାମରେ କମ୍ବଳ ବାଣ୍ଟୁଥିବା ବେଳେ ମନ୍ତ୍ରୀଙ୍କ ପୁଅ ଓ ସମର୍ଥକମାନେ ଏହାକୁ ବିରୋଧ କରିଥିଲେ। ଏଥିସହ ବ୍ଲକ ଭାଇସ୍‌ ଚେୟାରମ୍ୟାନ୍‌ ସୁରେଶ ସାହୁଙ୍କ ଗାଡ଼ି ଭଙ୍ଗାରୁଜା କରିଥିଲେ। ଘଟଣାସ୍ଥଳରେ ପୁଲିସ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ ଭିତରକୁ ଆଣିଥିଲେ ମଧ୍ୟ କାହାକୁ ଗିରଫ କରି ନ ଥିଲେ। ଏହାର ପ୍ରତିବାଦରେ ଆଜି ସନାତନ ମହାକୁଡଙ୍କ ହଜାର ହଜାର ସମର୍ଥକ ଆନନ୍ଦପୁର ଏସଡିପିଓଙ୍କ କାର୍ଯ୍ୟାଳୟକୁ ଘେରାଉ କରିଥିଲେ। ଏହି ଘେରାଉସ୍ଥଳରୁ କିଛି ସମର୍ଥକ ଚାଲି ଆସି ଦେବପ୍ରିୟ ପାତ୍ରଙ୍କ କାର୍ଯ୍ୟାଳୟରେ ଭଙ୍ଗାରୁଜା କରିବା ସହ ପେଟ୍ରୋଲ ବୋମା ଫିଙ୍ଗିଥିଲେ ବୋଲି ସୂଚନା ମିଳିଛିି।

ଉଲ୍ଳେଖଯୋଗ୍ୟ କି, ବିଧାୟକ ସନାତନ ମହାକୁଡ ଏବଂ ମନ୍ତ୍ରୀ ବଦ୍ରିନାରାୟଣ ପାତ୍ରଙ୍କ ଭିତରେ ଥିବା ରାଜନୈତିକ ଶତ୍ରୁତା କାରଣରୁ ଏପରି ଘଟିଛି। ଗତ ପଞ୍ଚାୟତ ନିର୍ବାଚନ ସମୟରୁ ହିଁ ଉଭୟଙ୍କ ଭିତରେ ସୃଷ୍ଟି ହୋଇଥିବା ତିକ୍ତତା କାରଣରୁ ଏପରି ଘଟିଛି ବୋଲି କୁହାଯାଉଛି। ଏହି ଘଟଣା ପରେ ଆନନ୍ଦପୁର ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତି ଉପରେ ନଜର ରଖିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe