ଫେଲ ହେଲେ ଦୁଇ ଥର ପରୀକ୍ଷା ଦେବେ ଯୁକ୍ତ ଦୁଇ ପ୍ରଥମ ବର୍ଷର ଛାତ୍ରଛାତ୍ରୀ

ଫେଲ ହେଲେ ଦୁଇ ଥର ପରୀକ୍ଷା ଦେବେ ଯୁକ୍ତ ଦୁଇ ପ୍ରଥମ ବର୍ଷର ଛାତ୍ରଛାତ୍ରୀ

ଭୁବନେଶ୍ୱର: ଯୁକ୍ତ ଦୁଇ ପରୀକ୍ଷାରେ ସଂସ୍କାର ଆଣିବାକୁ ଅଣ୍ଟା ଭିଡିଛି ଗଣଶିକ୍ଷା ବିଭାଗ | ଦ୍ୱିତୀୟ ବର୍ଷ ଢାଂଚାରେ ହେବ ଯୁକ୍ତ ଦୁଇ ପ୍ରଥମ ବର୍ଷ ପରୀକ୍ଷା । ମାର୍ଚ୍ଚ ୩ରୁ ଯୁକ୍ତ୨ ଦ୍ବିତୀୟ ବର୍ଷର ଥିଓରି ପରୀକ୍ଷା ଅନୁଷ୍ଠିତ ହେବାକୁ ଯାଉଛି। ତା’ପୂର୍ବରୁ ଅର୍ଥାତ୍‌ ଫେବ୍ରୁ୍ଆରି ତୃତୀୟ ସପ୍ତାହ ବେଳକୁ ଯୁକ୍ତ୨ ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ ବାର୍ଷିକ ପରୀକ୍ଷା କରାଯିବ। କଲେଜଗୁଡ଼ିକ ନିଜସ୍ତରରେ ପ୍ରଶ୍ନପତ୍ର ପ୍ରସ୍ତୁତ କରି ପରୀକ୍ଷା କରାଇବେ। ତେବେ ଯଦି କୌଣସି ଛାତ୍ରଛାତ୍ରୀ ଅନ୍ୟ ସବୁ ବିଷୟରେ ପାସ ମାର୍କ ରଖିଥାନ୍ତି କିନ୍ତୁ ଗୋଟିଏ କି ଦୁଇଟି ବିଷୟରେ ପାସ ମାର୍କ ରଖିପାରିନଥାନ୍ତି ଦ୍ୱିତୀୟ ସୁଯୋଗ ଭାବେ ମେ ମାସ ଶେଷ ସପ୍ତାହରେ ପୁଣି ପରୀକ୍ଷା ଦେବାକୁ ପଡିବ । ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ଏନେଇ ସୂଚନା ଦେଇଛନ୍ତି |

publive-image Naveen Patnaik .com

୩୩ ପ୍ରତିଶତ କର୍ମ ମାର୍କ ରଖିଥିବା ପରୀକ୍ଷାର୍ଥୀଙ୍କ ଏକ୍ସଟ୍ରା କ୍ଲାସ ହେବ । କଲେଜ ଗୁଡିକ ପ୍ରଥମ ବର୍ଷ ପରୀକ୍ଷା ଫଳାଫଳ ନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟକୁ ଜଣାଇବେ । ଏଠାରେ ସୂଚନା ଥାଉ କି ଯୁକ୍ତ୨ ଦ୍ବିତୀୟ ବର୍ଷ ତଥା ଦ୍ବାଦଶ ଶ୍ରେଣୀକୁ ଯିବାକୁ ହେଲେ ଏକାଦଶ ଶ୍ରେଣୀ ପାସ୍‌ କରିବା ନିହାତି ଆବଶ୍ୟକ। ଯଦି କୌଣସି ଛାତ୍ରଛାତ୍ରୀ ଏକାଦଶ ଶ୍ରେଣୀରେ କୃତକାର୍ଯ୍ୟ ନ ହୁଅନ୍ତି ତେବେ ସେ ଦ୍ବାଦଶ ଶ୍ରେଣୀକୁ ଯାଇପାରିବେ ନାହିଁ। ଉଚ୍ଚ ମାଧ୍ୟମିକ ଶିକ୍ଷା ବ୍ୟବସ୍ଥାରେ ବ୍ୟାପକ ସଂସ୍କାର ଆଣିବା ପାଇଁ ରାଜ୍ୟ ସରକାର ଏଭଳି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି।

ପୂର୍ବରୁ ଏଭଳି ବ୍ୟବସ୍ଥା ଲାଗୁ ହେବ ବୋଲି କୁହାଯାଇଥିଲା। ମାତ୍ର ‌କେତେକ କଲେଜ ତାହାକୁ ପାଳନ କରୁ ନ ଥିବା ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ନଜରକୁ ଆସିଛି। ତେଣୁ ଚଳିତ ଶିକ୍ଷାବର୍ଷରୁ ନିୟମକୁ କଡ଼ାକଡ଼ି ଲାଗୁ କରିବାକୁ ରାଜ୍ୟର ସମସ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଗୁଡ଼ିକୁ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe