ତାରା ବାହିନୀପତିଙ୍କ ପ୍ରଶ୍ନର ଉତ୍ତର ଦେବାସହ ସମସ୍ୟା ସମାଧାନ ପାଇଁ ସମ୍ପୃକ୍ତ ବିଭାଗକୁ ବିଧାନସଭାରୁ ନିର୍ଦ୍ଦେଶ ଦେଲେ ମନ୍ତ୍ରୀ

ତାରା ବାହିନୀପତିଙ୍କ ପ୍ରଶ୍ନର ଉତ୍ତର ଦେବାସହ ସମସ୍ୟା ସମାଧାନ ପାଇଁ ସମ୍ପୃକ୍ତ ବିଭାଗକୁ ବିଧାନସଭାରୁ ନିର୍ଦ୍ଦେଶ ଦେଲେ ମନ୍ତ୍ରୀ

ଭୁବନେଶ୍ବର: ଗୁରୁବାର ବିଧାନସଭାରେ ପ୍ରଶ୍ନକାଳରେ ସୌରଚାଳିତ ଗଭୀର ନଳକୂପ ସମ୍ପର୍କିତ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମରେ ବିଧାୟକମାନଙ୍କ ପ୍ରଶ୍ନର ଉତ୍ତର ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ ପ୍ରଦାନ କରିଥିଲେ।

ମୁଖ୍ୟମନ୍ତ୍ରୀ ତଥା ଜଳସମ୍ପଦ ମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି ପଚାରିଥିବା ପ୍ରଶ୍ନର ଉତ୍ତର ରଖି, ଅଧିକାରପ୍ରାପ୍ତ ମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଥିଲେ ଯେ, ଉଠା ଜଳ ନିଗମ ଦ୍ଵାରା କୋରାପୁଟ ଜିଲ୍ଲାରେ ୩୫୯ଟି ସୌରଚାଳିତ ଗଭୀର ନଳକୂପ ପ୍ରତିଷ୍ଠା କରାଯାଇଥିଲା । ତେବେ ସେଥିରେ ତାର ଚୋରି ଏବଂ ପମ୍ପ ତଳେ ପଡ଼ିଯିବା କଥା ଉଠାଇଛନ୍ତି ବିଧାୟକ ତାରା ପ୍ରସାଦ ବାହିନୀପତି ।

ଏହାକୁ ସରକାର ଗୁରୁତର ସହ ଗ୍ରହଣ କରିବେ ବୋଲି ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଥିଲେ। ଏଥିସହ ଦାୟିତ୍ୱରେ ଥିବା ବିଭାଗ ଏବଂ ଜିଲ୍ଲା କାର୍ଯ୍ୟାଳୟକୁ ବିଧାନସଭାରେ ଉତ୍ତର ରଖିଲା ବେଳେ ନିର୍ଦ୍ଦେଶ ମନ୍ତ୍ରୀ ଦେଇଥିଲେ । ଅଧିକାରୀମାନେ ଜୟପୁର ବିଧାୟକଙ୍କ ସହ ଆଲୋଚନା କରି ନିର୍ଦ୍ଦିଷ୍ଟ ସମସ୍ୟାର ସମାଧାନ କରିବା ପାଇଁ ଦାୟିତ୍ଵବାନ୍ ଅଫିସର ଭାବେ କାର୍ଯ୍ୟ କରିବେ ବୋଲି ମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe