ଜନଶୁଣାଣିରେ ମନ୍ତ୍ରୀ କୃଷ୍ଣଚନ୍ଦ୍ର ବର୍ଷିଲେ: ‘ଆଜି ତାଙ୍କୁ ସସ୍‌ପେଣ୍ଡ କରିବି’

Advertisment

‘ମୋ ପାଖକୁ କାହିଁକି ଜଣେ ଦ୍ବିତୀୟ ଥର ଅଭିଯୋଗ ନେଇ ଆସିବେ? ପ୍ରଥମ ଥର କାହିଁକି ତାଙ୍କ ସମସ୍ୟାର ସମାଧାନ ହେଲାନି? ଡାକ; ଆଜି ତାଙ୍କୁ ସସ୍‌ପେଣ୍ଡ୍‌ କରିବି।’ ମୟୂରଭଞ୍ଜ ଜିଲ୍ଲା ମୋରଡ଼ା ବ୍ଲକ୍‌ରେ ଅନୁଷ୍ଠିତ...

‘ମୋ ପାଖକୁ କାହିଁକି ଜଣେ ଦ୍ବିତୀୟ ଥର ଅଭିଯୋଗ ନେଇ ଆସିବେ? ପ୍ରଥମ ଥର କାହିଁକି ତାଙ୍କ ସମସ୍ୟାର ସମାଧାନ ହେଲାନି? ଡାକ; ଆଜି ତାଙ୍କୁ ସସ୍‌ପେଣ୍ଡ୍‌ କରିବି।’ ମୟୂରଭଞ୍ଜ ଜିଲ୍ଲା ମୋରଡ଼ା ବ୍ଲକ୍‌ରେ ଅନୁଷ୍ଠିତ...

ddgdgcv

ଚିତ୍ରଡ଼ା: ‘ମୋ ପାଖକୁ କାହିଁକି ଜଣେ ଦ୍ବିତୀୟ ଥର ଅଭିଯୋଗ ନେଇ ଆସିବେ? ପ୍ରଥମ ଥର କାହିଁକି ତାଙ୍କ ସମସ୍ୟାର ସମାଧାନ ହେଲାନି? ଡାକ; ଆଜି ତାଙ୍କୁ ସସ୍‌ପେଣ୍ଡ୍‌ କରିବି।’ ମୟୂରଭଞ୍ଜ ଜିଲ୍ଲା ମୋରଡ଼ା ବ୍ଲକ୍‌ରେ ଅନୁଷ୍ଠିତ ଜନଶୁଣାଣି ଶିବିରରେ ସ୍ଥାନୀୟ ବିଧାୟକ ତଥା ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡ. କୃଷ୍ଣଚନ୍ଦ୍ର ମହାପାତ୍ର ଏହିପରି ବର୍ଷିଛନ୍ତି।

ମୋ ପାଖକୁ ଦ୍ବିତୀୟ ଥର ଅଭିଯୋଗ ନେଇ କେହି ଆସିବେନି

ସୂଚନା ଅନୁସାରେ, ଆଜି ମନ୍ତ୍ରୀ ଡ. ମହାପାତ୍ର ଜନଶୁଣାଣି ଶିବିରରେ ଉପସ୍ଥିତ ଥିବାରୁ ବହୁଲୋକ ନିଜର ଆପତ୍ତି ଅଭିଯୋଗ ନେଇ ଆସିଥିଲେ। ଏହି ସମୟରେ ମୋରଡ଼ା ବ୍ଲକ୍‌ ବରକନ୍ଦ ପଞ୍ଚାୟତ ଅନ୍ତର୍ଗତ ଝିଙ୍କିରିଆ ଗ୍ରାମର ରେବତୀ ରାଉତ ନାମକ ଜଣେ ମହିଳା ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଦ୍ବିତୀୟ କିସ୍ତି ପାଇନଥିବା ନେଇ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏହାକୁ ନେଇ ମନ୍ତ୍ରୀ ବିରକ୍ତି ପ୍ରକାଶ କରିଥିଲେ। ସେଠାରେ ଉପସ୍ଥିତ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ସଙ୍ଗେସଙ୍ଗେ ବିପିସି ପ୍ରସନ୍ନ ମହାନ୍ତଙ୍କୁ କୈଫିୟତ ତଲବ କରି ସସ୍‌ପେଣ୍ଡ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଆହୁରି ମଧ୍ୟ ସ୍ପଷ୍ଟ କରିଥିଲେ ଯେ ଯେଉଁ ଲୋକମାନେ ଅଭିଯୋଗ ନେଇ ଆସୁଛନ୍ତି, ତୁରନ୍ତ ତାହାର ସମାଧାନ ହେବା ଆବଶ୍ୟକ। କେହି ଯଦି ତାଙ୍କ ପାଖକୁ ଦ୍ବିତୀୟଥର ଅଭିଯୋଗ ନେଇଆସନ୍ତି, ତା’ହେଲେ ସମ୍ପୃକ୍ତ ବିଭାଗର ଅଧିକାରୀ ଓ କର୍ମଚାରୀଙ୍କୁ ତୁରନ୍ତ ସସ୍‌ପେଣ୍ଡ କରାଯିବ। 

ସୂଚନା ଅନୁସାରେ, ଆଜିର ଏହି ଶିବିରରେ ମୋଟ ୬୧୨ଜଣ ଅଭିଯୋଗ କରିଥିଲେ। ବିଶେଷକରି ପ୍ରଧାନମନ୍ତ୍ରୀ ଆବାସ ସମସ୍ୟା, ପାନୀୟ ଜଳ ଯୋଗାଣ, ଭତ୍ତା ସମସ୍ୟା, ରାସନ କାର୍ଡ ଆଦି ସମସ୍ୟାକୁ ନେଇ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଜନଶୁଣାଣିରେ ଅନ୍ୟମାନଙ୍କ ମଧ୍ୟରେ ବ୍ୟକ୍ତିଗତ ସଚିବ ରାମଚନ୍ଦ୍ର ସୋରେନ, ଅତିରିକ୍ତ ଜିଲ୍ଲାପାଳ ବିଭୂତି ଭୂଷଣ ନାୟକ, ଧର୍ମାନନ୍ଦ ବେହେରା, ସାଗର ପାଲୋ, ମୋରଡ଼ା ବିଡିଓ ଅଣାକର ନାୟକ, ରଜନୀକାନ୍ତ ବିଶ୍ୱାଳ ପ୍ରମୁଖ ଉପସ୍ଥିତ ଥିଲେ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe