ରେଳ ପ୍ରକଳ୍ପ ଉଦଘାଟନ ବେଳେ ବିଜେଡି-ବିଜେପି ନେତାଙ୍କ ତୁତୁ ମେଁ ମେଁ: ସଭା ଅଧାରୁ ଚାଲିଗଲେ ମନ୍ତ୍ରୀ ଓ ସାଂସଦ

Advertisment
ରେଳ ପ୍ରକଳ୍ପ ଉଦଘାଟନ ବେଳେ ବିଜେଡି-ବିଜେପି ନେତାଙ୍କ ତୁତୁ ମେଁ ମେଁ: ସଭା ଅଧାରୁ ଚାଲିଗଲେ ମନ୍ତ୍ରୀ ଓ ସାଂସଦ

କାମାକ୍ଷାନଗର: ଅନୁଗୁଳ- ସୁକିନ୍ଦା ରେଳ ଲାଇନର ଶୁଭ ଉଦଘାଟନ କାର୍ଯ୍ୟକ୍ରମ କାମାକ୍ଷାନଗରଠାରେ ଅନୁଷ୍ଠିତ ହୋଇଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଏହି କାର୍ଯ୍ୟକ୍ରମର ଉଦଘାଟନ କରିଥିବା ବେଳେ କାମାକ୍ଷାନଗରଠାରେ ରେଳ ବିଭାଗ ତରଫରୁ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ସରକାରଙ୍କ ଖଣି, ଇସ୍ପାତ ଓ ପୂର୍ତ୍ତ ବିଭାଗର ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ଯୋଗ ଦେଇ ଥିଲେ। ଏଥିରେ ସମ୍ମାନିତ ଅତିଥି ଭାବେ ସାଂସଦ ମହେଶ ସାହୁ  ଓ ଏନଏସି ଅଧ୍ୟକ୍ଷ ଧର୍ମାନନ୍ଦ ପରିଡ଼ା ପ୍ରମୁଖ ଯୋଗ ଦେଇଥିଲେ।
ମଞ୍ଚରେ ବିଜେପିର ପୂର୍ବତନ ରାଜ୍ୟସଭା ସାଂସଦ ରୁଦ୍ରନାରାୟଣ ପାଣି, ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶତୃଘ୍ନ ଜେନା, ମଣ୍ଡଳ ସଭାପତି ବିଭୂତି ପଟ୍ଟନାୟକ ବି ଉପସ୍ଥିତ ଥିଲେ। କିନ୍ତୁ ମଞ୍ଚରେ କେବଳ ମନ୍ତ୍ରୀ ଓ ସାଂସଦ ନିଜର ବକ୍ତବ୍ୟ ରଖିଥିବା ବେଳେ ଅନ୍ୟ ମାନଙ୍କୁ କହିବାର ସୁଯୋଗ ଦିଆଯାଇନଥିଲା। ଶେଷ ପର୍ଯ୍ୟାୟରେ ରୁଦ୍ରନାରାୟଣ ପାଣି ନିଜ ଆଡୁ ଯାଇ ବକ୍ତବ୍ୟ ପ୍ରଦାନ କରିଥିଲେ। ଏହି ସମୟରେ ସଭା କାର୍ଯ୍ୟ ସରିନଥିବା ବେଳେ ମଞ୍ଚରୁ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ଓ ସାଂସଦ ମହେଶ ସାହୁ ଓହ୍ଲାଇ ଚାଲିଯାଇଥିଲେ।

ଏସଂପର୍କରେ ସାଂସଦଙ୍କୁ ପଚାରିବାରୁ ସେ କହିଛନ୍ତି, ରେଳ ବିଭାଗ ତ କାର୍ଯ୍ୟକ୍ରମ କରିଥିଲେ ସେ କାହିଁକି ସେମାନଙ୍କୁ କହିବାର ସୁଯୋଗ ଦେଲେ ନାହିଁ ସେହି ବିଷୟରେ ସେ କହିପାରିବେ। ଯଦି ଡାକିକି ମଞ୍ଚରେ ବସାଇବାର ଥିଲା, ତେବେ କାହିଁକି କହିବାର ସୁଯୋଗ ଦିଆଗଲା ନାହିଁ? ମୁଖ୍ୟମନ୍ତ୍ରୀଙ୍କ ଫଟୋ ନ ରହିବା କଥା ମଧ୍ୟ କହିଲେ ସାଂସଦ। ମନ୍ତ୍ରୀ କହିଛନ୍ତି, ସଭା କାର୍ଯ୍ୟ ଶେଷ ହେଲା, କହିସାରିବା ପରେ ମୁଁ ଆସିଥିଲି। ପୂର୍ବତନ ସାଂସଦ ରୁଦ୍ରନରାୟଣ ପାଣି ମଞ୍ଚକୁ ଡକାଯାଇ କାହିଁକି କହିବାର ସୁଯୋଗ ଦିଆଗଲା ନାହିଁ କହି ବିଷୋଦଗାର କରିଛନ୍ତି। ବିଜେଡିର ଦୋଷ ଯୋଗୁ ଏଭଳି ଘଟଣା ଘଟିଥିଲା ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe