ବରିଷ୍ଠଙ୍କ ପାଇଁ ସୁରକ୍ଷା ନିରାପତ୍ତା ସେଲ୍‌ ତିଆରି କରାଯାଇଛି: ନିତ୍ୟାନନ୍ଦ ଗଣ୍ଡ

ବରିଷ୍ଠ ବ୍ଯକ୍ତିମାନେ ସମାଜରେ କେମିତି ଭଲ ଭାବେ ସୁରକ୍ଷିତ ବଞ୍ଚିପାରିବେ ସେମାନଙ୍କ ଦାୟିତ୍ଵ ଆମର। ଭବିଷ୍ୟତ ପିଢ଼ି ବରିଷ୍ଠଙ୍କ ସମ୍ମାନ ଦେବା ଆବଶ୍ୟକ। ବରିଷ୍ଠମାନଙ୍କ ପାଇଁ ବିଭାଗ ସୁରକ୍ଷା ନିରାପତା ସେଲ ତିଆରି କରାଯାଇଛି।

Untitled-18

ଭୁବନେଶ୍ବର: ସ୍ଥାନୀୟ ରବୀନ୍ଦ୍ର ମଣ୍ଡପରେ ରାଜ୍ଯ ସ୍ତରୀୟ ବରିଷ୍ଠ ନାଗରିକ ଦିବସ ସମାରୋହ ଆୟୋଜିତ ହୋଇଯାଇଛି। ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ଦ୍ଵାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ବିଧାୟକ ବାବୁ ସିଂ, ଭୁବନେଶ୍ବର ମହାନଗର ନିଗମ (ବିଏମ୍‌ସି) କମିସନର ଚଞ୍ଚଳ ରଣା ଉପସ୍ଥିତ ଥିଲେ।

ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଥିଲେ, ବରିଷ୍ଠ ବ୍ଯକ୍ତିମାନେ ସମାଜରେ କେମିତି ଭଲ ଭାବେ ସୁରକ୍ଷିତ ବଞ୍ଚିପାରିବେ ସେମାନଙ୍କ ଦାୟିତ୍ଵ ଆମର। ଭବିଷ୍ୟତ ପିଢ଼ି ବରିଷ୍ଠଙ୍କୁ ସମ୍ମାନ ଦେବା ଆବଶ୍ୟକ। ବରିଷ୍ଠମାନଙ୍କ ପାଇଁ ବିଭାଗ ସୁରକ୍ଷା ନିରାପତ୍ତା ସେଲ୍‌ ତିଆରି କରାଯାଇଛି। ବିଭିନ୍ନ ସମସ୍ୟାର ସମାଧାନ ହୋଇପାରିବା ନେଇ ଆମେ ଆଲୋଚନା କରିଛୁ। ନୂଆ ସରକାର ଆସିବା ପରେ ୮୦ ବର୍ଷ ଏବଂ ଅଧିକ ବୟସର ବ୍ଯକ୍ତିଙ୍କୁ ୩୫୦୦ ଟଙ୍କା ଭତ୍ତା ଦିଆଯାଉଛି। ବରିଷ୍ଠ ନାଗରିକଙ୍କ ପାଇଁ ତୀର୍ଥ ମାଗଣାରେ ଯାତ୍ରା ବ୍ୟବସ୍ଥା କରାଯାଉଛି। ବରିଷ୍ଠମାନଙ୍କୁ ସମାଜ କିଭଳି ସମ୍ମାନ ଦେବ ସେ ବିଷୟରେ ମଧ୍ୟ ସଚେତନତ କରେଇବା ଆବଶ୍ୟକତା ଅଛି। ବରିଷ୍ଠ  ଅସହାୟ ଲୋକମାନଙ୍କ ପାଇଁ ବିଭିନ୍ନ  ସେଣ୍ଟର, ବୃଦ୍ଧାଶ୍ରମ କରାଯାଇଛି। 

ନୂଆ ସରକାର ଆସିବା ପରେ ୮୦ ବର୍ଷ ଏବଂ ଅଧିକ ବୟସର ବ୍ଯକ୍ତିଙ୍କୁ ୩୫୦୦ ଟଙ୍କା ଭତ୍ତା ଦିଆଯାଉଛି। ବରିଷ୍ଠ ନାଗରିକଙ୍କ ପାଇଁ ତୀର୍ଥ ମାଗଣାରେ ଯାତ୍ରା ବ୍ୟବସ୍ଥା କରାଯାଉଛି। ବରିଷ୍ଠମାନଙ୍କୁ ସମାଜ କିଭଳି ସମ୍ମାନ ଦେବ ସେ ବିଷୟରେ ମଧ୍ୟ ସଚେତନତ କରେଇବା ଆବଶ୍ୟକତା ଅଛି।

-ନିତ୍ୟାନନ୍ଦ ଗଣ୍ଡ, ମନ୍ତ୍ରୀ

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ତରଫରୁ ଏହି କାର୍ଯ୍ୟକ୍ରମରେ ରାଜ୍ଯର ଅନେକ୍ ବରିଷ୍ଠ ବ୍ଯକ୍ତିମାନେ ସାମିଲ ହୋଇଥିଲେ। ବରିଷ୍ଠ ଲୋକମାନଙ୍କ ଜ୍ଞାନ, ଅଭିଜ୍ଞତା ସୁସ୍ଥ ସମାଜ ଗଠନରେ ସହାୟକ ହେଉଛି ବୋଲି ବିଧାୟକ ବାବୁ ସିଂ କହିଥିଲେ।   

Nityananda Gond

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe