ମଙ୍କିପକ୍ସ ମୁକାବିଲା ଲାଗି ପ୍ରସ୍ତୁତ ରହିବାକୁ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଦେଶରେ ମଙ୍କିପକ୍ସ ମାମଲା ୮କୁ ବୃଦ୍ଧି: ଦିଲ୍ଲୀରେ ତୃତୀୟ, କେରଳରେ ପଞ୍ଚମ ମାମଲା

NDTV.com

ଭୁବନେଶ୍ବର : ୟୁରୋପ ଓ ଆମେରିକା ସମେତ ଅନ୍ୟ ଦେଶରେ ମଙ୍କି ପକ୍ସ ଭାଇରସ୍ ଆତଙ୍କ ଖେଳାଇଥିବାବେଳେ ଆମ ଦେଶରେ ଏବେ ସୁଦ୍ଧା ସେଭଳି କୌଣସି ଘଟଣା ଦେଖାଯାଇନି। ହେଲେ ଏ ଦିଗରେ ସଚେତନ ରହିବା ସହ ଆବଶ୍ୟକୀୟ ପ୍ରସ୍ତୁତି କରିବାକୁ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବକିଶୋର ଦାସ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ଭାଇରସ୍‌ ବିରୋଧରେ ଲଢେଇ କରିବାକୁ କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ, ବିଶ୍ବ ସ୍ବାସ୍ଥ୍ୟ ସଂଗଠନ, ଆଇସିଏମ୍‌ଆର୍‌ ମାର୍ଗଦର୍ଶିକା ଓ ପ୍ରୋଟୋକଲ୍‌ ଅନୁଯାୟୀ ପ୍ରସ୍ତୁତ ରହିବାକୁ ମନ୍ତ୍ରୀ ଶ୍ରୀ ଦାସ କହିଛନ୍ତି।

publive-image Odisha Sun Times

ଭାଇରସ୍ ସଂକ୍ରମଣ ରୋକିବା ପାଇଁ ସ୍ବାସ୍ଥ୍ୟ ବିଭାଗ ଅନ୍ୟ ସମସ୍ତ ସଂପୃକ୍ତ ବିଭାଗ ସହ ସମନ୍ବୟ ରକ୍ଷା କରି ଆଗୁଆ ସତର୍କ ସୂଚନା ଜାରି କରିବା ସହ ଆଇସିଏମ୍‌ଆର୍‌ର ଅନୁଧ୍ୟାନ ଅନୁଯାୟୀ ମଙ୍କି ପକ୍ସ ଆକ୍ରାନ୍ତ ଦେଶରୁ ଆସିଥିବା ବ୍ୟକ୍ତିମାନଙ୍କ ଠାରେ ଏହି ଭାଇରସ୍‌ ଦେଖାଗଲେ ସେମାନଙ୍କୁ ଠିକ୍ ଭାବେ ପରୀକ୍ଷାନିରୀକ୍ଷା ମାଧ୍ୟମରେ ଚିହ୍ନଟ କରି ଆବଶ୍ୟକୀୟ ରୋଡ୍‌ ମ୍ୟାପ୍ ପ୍ରସ୍ତୁତ କରାଯିବ। ଯଦି କୌଣସି ସନ୍ଦିଗ୍ଧ ବ୍ୟକ୍ତିଙ୍କ ଠାରେ ଏଭଳି କୌଣସି ଅସ୍ବାଭାବିକ ଲକ୍ଷଣ ଦେଖାଯାଏ ତେବେ ତୁରନ୍ତ ସେମାନଙ୍କର ନମୂନା ସଂଗ୍ରହ କରି ନାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଭାଇରୋଲୋଜିକୁ ପଠାଇ ସମସ୍ତ ପ୍ରକାରର ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରାଯିବ। ମଙ୍କିପକ୍ସର ମୁକାବିଲା ପାଇଁ ବିଭାଗୀୟ ନିର୍ଦ୍ଦେଶକ ଓ ସ୍ବାସ୍ଥ୍ୟ ବିଶେଷଜ୍ଞମାନଙ୍କୁ ନେଇ ଖୁବ୍‌ ଶୀଘ୍ର ଏକ ବୈଠକ ଆୟୋଜନ କରିବା ସହ ପ୍ରତିଷେଧାତ୍ମକ ବ୍ୟବସ୍ଥା ସମ୍ପର୍କରେ ବିସ୍ତୃତ ଆଲୋଚନା ଜରିଆରେ ନୀତିଗତ ନିଷ୍ପତ୍ତି ଗ୍ରହଣ ଗ୍ରହଣ କରି ସମସ୍ତ ସ୍ତରରେ ତୁରନ୍ତ ଲାଗୁ କରାଯିବା ନିମନ୍ତେ ସ୍ବାସ୍ଥ୍ୟ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe