ସ୍କୁଲ ବସ୍ ଯାଞ୍ଚକଲେ ଗଣଶିକ୍ଷା ମନ୍ତ୍ରୀ, ୨ ଗାଡ଼ି ଥାନା‌ରେ ଅଟକ

ସ୍କୁଲ ବସ୍ ଯାଞ୍ଚକଲେ ଗଣଶିକ୍ଷା ମନ୍ତ୍ରୀ, ୨ ଗାଡ଼ି ଥାନା‌ରେ ଅଟକ

ଆନନ୍ଦପୁର : ଗୁରୁବାର ଦିନ ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସଙ୍କ କେନ୍ଦୁଝର ଗସ୍ତ ଥିବାବେଳେ ରାସ୍ତାରେ ସ୍କୁଲ ବସ୍‌କୁ ଅଟକାଇ ଯାଞ୍ଚ କରିବା ସହିତ ତାଗିଦ୍ କରିଛନ୍ତି। ମନ୍ତ୍ରୀ ଶ୍ରୀଦାସ ଗୁରୁବାର ଦିନ ସାଢେ ୧୨ଟାବେଳେ କେନ୍ଦୁଝର ଅଭିମୁଖେ ଯାଉଥିବାବେଳେ ଗୋହିରା ନିକଟରେ ପ୍ରାଣବଲ୍ଲଭ ପବ୍ଲିକ୍ ସ୍କୁଲର ଛାତ୍ରଛାତ୍ରୀଙ୍କୁ ନେଇ ଯାଉଥିବା ଦୁଇଟି ଗାଡ଼ିକୁ ଅଟାକାଇଥିଲେ। ଗାଡ଼ିରେ କ୍ଷମତାଠାରୁ ଅଧିକ ପିଲା ଯାଉଥିବା ଦେଖି ମନ୍ତ୍ରୀ ଶ୍ରୀ ଦାସ ବିରକ୍ତ ପ୍ରକାଶ କରିବା ସହିତ ସ୍କୁଲ କର୍ତ୍ତୃପକ୍ଷଙ୍କୁ ନୋଟିସ୍ କରିବାକୁ ଉପସ୍ଥିତ ଜିଲ୍ଲା ଶିକ୍ଷା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ସେଠୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ପିଲାମାନଙ୍କୁ ଘରେ ଛାଡ଼ିବାପରେ ଘସିପୁରା ପୁଲିସ୍ ଗାଡ଼ି ଦୁଇଟିକୁ ଥାନାକୁ ଆଣି ଅଟକ ରଖିଛି।

ଘସିପୁରା ଥାନା ଅଧିକାରୀ ଶ୍ୟାମଘନ ବେହେରା କହିଛନ୍ତି, ଗାଡ଼ି ଦୁଇଟିକୁ ଅଟକ ରଖାଯାଇ କେନ୍ଦୁଝର ପରିବହନ ବିଭାଗକୁ ସୂଚନା ଦିଆଯାଇଛି। ପରିବହନ ବିଭାଗ ପକ୍ଷରୁ ଯାହା ପଦକ୍ଷେପ ନିଆଯିବ। ସ୍କୁଲର ମ୍ୟାନେଜିଂ ଟ୍ରଷ୍ଟି ଅଶୋକ ପୁହାଣ କହିଛନ୍ତି, ଗାଡ଼ିର ସମସ୍ତ କାଗଜପତ୍ର ଠିକ୍ ରହିଛି। କେବଳ ୫ଜଣ ପିଲା ଠିଆହୋଇ ଯାଉଥିଲେ। ଗାଡ଼ିଗୁଡିକୁ ଅଟକ ରଖାଗ‌ଲେ ପିଲା ଆସି ପାରିବେନି। ତେଣୁ ବାଧ୍ୟହୋଇ ସ୍କୁଲକୁ ବନ୍ଦ କରାଯିବାପାଇଁ ଚିନ୍ତା କରାଯିବ ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe