ସ୍କୁଲ ଖୋଲିବା ନିଷ୍ପତ୍ତିକୁ ସ୍ୱାଗତ କଲେ ଗଣଶିକ୍ଷା ମନ୍ତ୍ରୀ

Advertisment
କୋଭିଡ କଟକଣାରେ ଦଶମ ଓ ଦ୍ୱାଦଶ ପରୀକ୍ଷା: ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ

The Indian Express

ଭୁବନେଶ୍ୱର : କରୋନା କଟକଣା ମଧ୍ୟରେ ଆସନ୍ତା ୭ ତାରିଖରୁ ସ୍କୁଲ ଖୋଲିବ। ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦେଶକ୍ରମେ ରାଜ୍ୟ ସରକାର ଯେଉଁ ନିଷ୍ପତ୍ତି ନେଇଛନ୍ତି ତାହା ସ୍ୱାଗତଯୋଗ୍ୟ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି। ଶ୍ରୀ ଦାଶ ଆହୁରି କହିଛନ୍ତି ଯେ ବିଦ୍ୟାଳୟ ଖୋଲିଲେ ମଧ୍ୟ ପୂର୍ବଭଳି ଅନ୍‌ଲାଇନ୍‌ ପାଠପଢ଼ା ଜାରି ରହିବ। ଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷ ଅନ୍‌ଲାଇନ୍‌ ଓ ଅଫ୍‌ଲାଇନ୍‌ ପାଠପଢ଼ା ପାଇଁ ପୃଥକ ଭାବେ ସମୟ ସାରଣୀ ପ୍ରକାଶ କରିବେ। ସ୍କୁଲରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସାମାଜିକ ଦୂରତା, ମାସ୍କ ପରିଧାନ, ବିଶୋଧନ ବ୍ୟବସ୍ଥା କରିବା, ବିଦ୍ୟାଳୟରେ ସ୍ବାସ୍ଥ୍ୟ ସହାୟତା ନମ୍ବର ଓ ସ୍ଥାନୀୟ ସ୍ବାସ୍ଥ୍ୟ ଅଧିକାରୀଙ୍କ ନମ୍ବର ପ୍ରଦର୍ଶନ କରିବେ। କଟକଣା ପାଳନ ଦିଗରେ ଜିଲ୍ଲା ଓ ବ୍ଲକ ଶିକ୍ଷା ଅଧିକାରୀମାନେ ସ୍ବତନ୍ତ୍ର ଧ୍ୟାନ ଦେବାକୁ ନିର୍ଦେଶ ଦିଆଯାଇଥିବା ମନ୍ତ୍ରୀ ଶ୍ରୀ ଦାଶ କହିଛନ୍ତି।

ଶିକ୍ଷାନୁଷ୍ଠାନ ଖୋଲିବା ନିଷ୍ପତ୍ତି ସ୍ୱାଗତଯୋଗ୍ୟ: ଛାତ୍ର ବିଜେଡି

ଭୁବନେଶ୍ୱର : ଆସନ୍ତା ୭ ତାରିଖରୁ ରାଜ୍ୟର ସମସ୍ତ ବିଦ୍ୟାଳୟ, ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ ଖୋଲିବା ନିଷ୍ପତ୍ତିକୁ ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ସ୍ୱାଗତ କରାଯାଇଛି। ସଙ୍ଗଠନ ରାଜ୍ୟ ସଭାପତି ତଥା ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ କହିଛନ୍ତି ଯେ ରାଜ୍ୟ ସରକାର ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସ୍ବାର୍ଥକୁ ଦୃଷ୍ଟିରେ ରଖି କରୋନା ସ୍ଥିତିରେ ସାମାନ୍ୟ ସୁଧାର ଆସିବା ପରେ ବିଦ୍ୟାଳୟ ଖୋଲିବା ନେଇ ଯେଉଁ ନିଷ୍ପତ୍ତି ନେଇଛନ୍ତି ତାହା ସ୍ବାଗତଯୋଗ୍ୟ। ପୂର୍ବରୁ ଛାତ୍ରଛାତ୍ରୀଙ୍କ ସ୍ବାସ୍ଥ୍ୟକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ କଲେଜ ବନ୍ଦ କରିବା ଏବଂ ଶିକ୍ଷାକୁ ଗୁରୁତ୍ବ ଦେଇ ସମସ୍ତ ବିଦ୍ୟାଳୟ ଓ କଲେଜ ଖୋଲିବା ମୁଖ୍ୟମନ୍ତ୍ରୀଙ୍କ ଛାତ୍ରଛାତ୍ରୀଙ୍କ ପ୍ରତି ଥିବା ଉଦବେଗ ପ୍ରମାଣ କରୁଛି। ରାଜ୍ୟ ସରକାରଙ୍କ ଏହି ଉଚିତ୍ ପଦକ୍ଷେପ ପାଇଁ ଶ୍ରୀ ତ୍ରିପାଠୀ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe