ଭୁବନେଶ୍ବର : ରାଜ୍ୟରେ ସମ୍ଭାବ୍ୟ ବନ୍ୟାକୁ ଦୃଷ୍ଟିରେ ରଖି ଜଳସମ୍ପଦ ମନ୍ତ୍ରୀ ରଘୁନନ୍ଦନ ଦାସ ଆଜି ବନ୍ୟା ସ୍ଥିତିର ସମୀକ୍ଷା କରିଛନ୍ତି। ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ଏହି ସମୀକ୍ଷା ବୈଠକରୁ ମିଳିଥିବା ସୂଚନା ଅନୁଯାୟୀ ରାଜ୍ୟର ବିଭିନ୍ନ ନଦୀରେ ଜଳ ବିପଦ ସଙ୍କେତର ଯଥେଷ୍ଟ ତଳେ ପ୍ରବାହିତ ହେଉଛି। ମହାନଦୀର ଉପର ମୁଣ୍ଡରେ ଏବେ ଅଧିକ ବର୍ଷା ହେଉ ନାହିଁ। ବୈତରଣୀ ନଦୀ ଜଳସ୍ତର ବୃଦ୍ଧି ପାଉଥିଲେ ମଧ୍ୟ ଏହି ନଦୀରେ ଜଳ ବିପଦ ସଙ୍କେତ ତଳେ ପ୍ରବାହିତ ହେଉଛି। ଆଗାମାୀ ଦିନରେ ଅଧିକ ବର୍ଷା ଓ ଜଳଭଣ୍ଡାରଗୁଡ଼ିକରେ ଜଳ ସ୍ଥିତିକୁ ନଜରରେ ରଖି ବନ୍ୟା ନିୟନ୍ତ୍ରଣ ପାଇଁ ସଜାଗ ହୋଇ କାର୍ଯ୍ୟ କରିବାକୁ ମନ୍ତ୍ରୀ ଶ୍ରୀ ଦାସ ବିଭାଗୀୟ ଯନ୍ତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ। ସବୁ ନଦୀର ଜଳପ୍ରବାହ ସ୍ଥିତିକୁ ଅନୁଧ୍ୟାନ କଲେ ବର୍ତ୍ତମାନ ରାଜ୍ୟରେ ବନ୍ୟା ଆଶଙ୍କା ନାହିଁ ବୋଲି ମନ୍ତ୍ରୀ କହିଛନ୍ତି। ବୈଠକରେ ସର୍ବୋଚ୍ଚ ଯନ୍ତ୍ରୀ େଜ୍ୟାତିର୍ମୟ ରଥ, ସର୍ବୋଚ୍ଚ ଯନ୍ତ୍ରୀ (ଯୋଜନା ଓ ପରିକଳ୍ପନା) ଧୀରେନ କୁମାର ସାମଲଙ୍କ ସମେତ ବରିଷ୍ଠ ଯନ୍ତ୍ରୀମାନେ ଉପସ୍ଥିତ ଥିଲେ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us