ଜୋତା ପିନ୍ଧା ବିବାଦରେ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା

Advertisment
ଜୋତା ପିନ୍ଧା ବିବାଦରେ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା

କେନ୍ଦୁଝର : ଠିକ୍‌ ତିନି ବର୍ଷ ପୂର୍ବେ ୨୦୧୬ ମସିହାରେ କେନ୍ଦୁଝର ଜିଲ୍ଲାସ୍ତରୀୟ ସ୍ବାଧୀନତା ଦିବସ ପାଳନ ଅବସରରେ ଜୋତା ପିନ୍ଧା‌ଇବାକୁ ନେଇ ମୁଖ୍ୟ ଅତିଥି ଥିବା ପୂର୍ବତନ ମନ୍ତ୍ରୀ ଯୋଗେନ୍ଦ୍ର ବେହେରା ଅପଦସ୍ଥ ହୋଇଥିଲେ। ଚଳିତବର୍ଷ ସାଧାରଣନ୍ତ୍ର ଦିବସ ଅବସରରେ ଜୋତା ପିନ୍ଧାଇବାକୁ ନେଇ ମୁଖ୍ୟଅତିଥି ମନ୍ତ୍ରୀ ପଦ୍ମନାଭ ବେହେରା ବିବାଦ ଘେରକୁ ଆସିଛନ୍ତି।

publive-image

ସୂଚନା ଅନୁସାରେ, କେନ୍ଦୁଝରରେ ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ଉତ୍ସବରେ ମୁଖ୍ୟଅତିଥି ଭାବେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଯୋଗ ଦେଇଥିଲେ। ଷ୍ଟାଡିୟମ ପଡ଼ିଆରେ ଆୟୋଜିତ ଉତ୍ସବରେ ମଞ୍ଚ ଉପରକୁ ଉଠି ପତାକା ଉତ୍ତୋଳନ କରିବା ପୂର୍ବରୁ ମଞ୍ଚ ତଳେ ସେ ନିଜର ଜୋତା ଖୋଲିଦେଇ ଯାଇଥିଲେ। ମଞ୍ଚ ଉପରେ ଥିଲେ ଜିଲ୍ଲାପାଳ ଓ ଏସ୍‌ପି। ମନ୍ତ୍ରୀ ଶ୍ରୀ ବେହେରା ପତାକା ଉତ୍ତୋଳନ କରିବା ପରେ ବାହାରିବା ସମୟରେ ତଳକୁ ଚାହିଁଥିଲେ। ଏତିକି ବେଳେ ମଞ୍ଚ ତଳେ ଉପସ୍ଥିତ ଥିବା ଜଣେ ସହଯୋଗୀ ମନ୍ତ୍ରୀଙ୍କ ଜୋତା ଆଣି ତାଙ୍କ ପାଦ ପାଖରେ ରଖିଦେଇଥିଲେ। ଏହି ଜୋତା ଆଣି ମନ୍ତ୍ରୀଙ୍କ ପାଦ ତଳେ ଥୋଇଥିବା ବ୍ୟକ୍ତିଜଣକ କିଏ ବୋଲି ଖୋଜିବା ବେଳକୁ ତତ୍‌କାଳ ସେ ସେଠାରୁ ଗାଏବ ହୋଇଯାଇଥିଲେ। କେହିକେହି ସେ ମନ୍ତ୍ରୀଙ୍କର ପିଏସ୍‌ଓ ବୋଲି କହୁଥିବାବେଳେ ଆଉକେହି ମନ୍ତ୍ରୀଙ୍କ ସହିତ ରାଜଧାନୀରୁ ଆସିଥିବା ଜଣେ ସହଯୋଗୀ ବୋଲି କହୁଛନ୍ତି। ଏ ସଂପର୍କରେ ମନ୍ତ୍ରୀ ଶ୍ରୀ ବେହେରାଙ୍କ ପ୍ରତିକ୍ରିୟା ନେବାକୁ ଚାହିଁବାରୁ ସେ ଏହାକୁ ଖଣ୍ଡନ କରିଥିଲେ। କହିଥିଲେ, ଜାତୀୟ ପତାକା ଉତ୍ତୋଳନ କରିବା ପାଇଁ ମୁଁ ଜୋତା ଓହ୍ଲାଇ ଥିଲି। କିନ୍ତୁ ମୋ ଜୋତା କେହି ଉଠାଇ ନାହାନ୍ତି ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe