ମୁଖ୍ୟ ବିଚାରପତିଙ୍କୁ ଭେଟିଲେ ମନ୍ତ୍ରୀ ପୃଥ୍ବୀରାଜ: ‘ହାଇକୋର୍ଟ ମାମଲା ସଂଖ୍ୟା ହ୍ରାସ ଉପରେ ଗୁରୁତ୍ବ ଦିଆଯିବ’

‘ଏସ୍‌ସିବିକୁ ବାସ୍ତବ କ୍ଷେତ୍ରରେ ବିଶ୍ବସ୍ତରୀୟ କରାଯିବ’

ମୁଖ୍ୟ ବିଚାରପତିଙ୍କୁ ଭେଟିଲେ ମନ୍ତ୍ରୀ ପୃଥ୍ବୀରାଜ: ‘ହାଇକୋର୍ଟ ମାମଲା ସଂଖ୍ୟା ହ୍ରାସ ଉପରେ ଗୁରୁତ୍ବ ଦିଆଯିବ’

କଟକ: ଓଡ଼ିଶାର ନବନିଯୁକ୍ତ ଆଇନ ତଥା ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଚକ୍ରଧାରୀ ସରଣ ସିଂହଙ୍କୁ କ୍ୟାଣ୍ଟେନ୍‌ମେଣ୍ଟ ରୋଡ୍‌ସ୍ଥିତ ତାଙ୍କ ବାସଭବନରେ ସାକ୍ଷାତକାର କରିଛନ୍ତି। ଏହି ଅବସରରେ ହାଇକୋର୍ଟର ବିଭିନ୍ନ କାର୍ଯ୍ୟ ଓ ଆବଶ୍ୟକତା ଉପରେ ମନ୍ତ୍ରୀ ଶ୍ରୀ ହରିଚନ୍ଦନ ମୁଖ୍ୟ ବିଚାରପତିଙ୍କ ସହିତ ଆଲୋଚନା କରିଥିବା ଜଣାପଡ଼ିଛି। ଏହାପରେ ମନ୍ତ୍ରୀ ଶ୍ରୀ ହରିଚନ୍ଦନ ମାଛୁଆବଜାରସ୍ଥିତ ସର୍କିଟ ହାଉସ୍‌ରେ ବିଜେପି ନେତା ଓ କର୍ମୀଙ୍କୁ ସାକ୍ଷାତ କରିଥିଲେ। ସେ କହିଥିଲେ ଯେ କଟକ ହେଉଛି ତାଙ୍କର ଜନ୍ମସ୍ଥାନ। ଏହାର ଐତିହ୍ୟ ଓ ସଂସ୍କୃତିକୁ ବଞ୍ଚାଇ ରଖିବା ପାଇଁ ଯାହା ଆବଶ୍ୟକ ପଡ଼ିବ ତାହା ବିଜେପି ସରକାର ପ୍ରାଥମିକତା ଦେବ। ଏଥିସହିତ, ସହରର ଆବଶ୍ୟକତା ଓ ସୌନ୍ଦର୍ଯ୍ୟୀକରଣକୁ ନେଇ ବିଗତ ସରକାର ଯେଉଁସବୁ ପ୍ରକଳ୍ପ କରିଛନ୍ତି, ସେଥି‌ରେ ବହୁ ଅନିୟମିତତା ହୋଇଛି। ‌‌ସେଗୁଡିକର ଉତ୍ତର ଏବେ କାହାରି ନିକଟରେ ନାହିଁ ବୋଲି ସେ କହିଥିଲେ।

ଏହି ଅବସରରେ ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଥିଲେ, ଓଡ଼ିଶାରେ ବିଚାରାଧୀନ ବନ୍ଦୀଙ୍କ ସଂଖ୍ୟା କମାଇବା ସହିତ ହାଇକୋର୍ଟରେ ବିଚାରଧୀନ ମାମଲର ସଂଖ୍ୟା ହ୍ରାସ ଉପରେ ଉଦ୍ୟମ କରାଯିବ। କଟକରେ ମହାନଦୀ ପଠା ପୋତାଯିବା ବିଷୟର ତର୍ଜମା କରାଯିବା ସହ ଏସ୍‌ସିବିକୁ ବାସ୍ତବ ‌କ୍ଷେତ୍ରରେ ଏକ ବିଶ୍ବସ୍ତରୀୟ ମେଡିକାଲ କଲେଜ କରିବା ଦିଗରେ ଏବର ସରକାର ଗୁରୁତ୍ବ ଦେଇ କାମ କରିବେ। କଟକ ଗସ୍ତ ଅବସରରେ ସର୍କିଟ ହାଉସରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏଥିରେ ବରିଷ୍ଠ ଆଇନଜୀବୀ ପିତାମ୍ବର ଆଚାର୍ଯ୍ୟ, ଆଇନଜୀବୀ ପ୍ରଦୀପ କୁମାର ପଟ୍ଟନାୟକ, କଟକ ନଗର ସଭାପତି ଲଲାଟେନ୍ଦୁ ବଡୁ, ହରିଚନ୍ଦନ ନାୟକ, ଜିତେନ୍ଦ୍ର ହାତୀ, ମହମ୍ମଦ ସବିର୍‌, ଶିବ ନାୟକ, ବିଶ୍ବରଂଜନ ମିଶ୍ର, ବେଦାଶିଷ ଘୋଷ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe