ସାମାଜିକ ଗଣମାଧ୍ୟମରେ ଲୋକଙ୍କୁ ଉତ୍ତର ଦେଲେ ମନ୍ତ୍ରୀ

Advertisment

ଜନସାଧାରଣ ଓ ବିଭାଗ ମଧ୍ୟରେ ସିଧାସଳଖ ସମ୍ପର୍କ ସ୍ଥାପନ ପାଇଁ ପ୍ରୟାସ

ଜନସାଧାରଣ ଓ ବିଭାଗ ମଧ୍ୟରେ ସିଧାସଳଖ ସମ୍ପର୍କ ସ୍ଥାପନ ପାଇଁ ପ୍ରୟାସ

ସାମାଜିକ ଗଣମାଧ୍ୟମରେ ଲୋକଙ୍କୁ ଉତ୍ତର ଦେଲେ ମନ୍ତ୍ରୀ

ଭୁବନେଶ୍ବର : ଫେବ୍ରୁଆରି ୧୧ ତାରିଖରେ ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ‘ମୋ ସରକାର’ରେ ସାମିଲ ହୋଇଛି। ଏହି ପରିପ୍ରେକ୍ଷୀରେ ଜନସାଧାରଣ ଓ ବିଭାଗ ମଧ୍ୟ‌ରେ ସିଧାସଳଖ ସଂପର୍କ ସ୍ଥାପନ ତଥା ସ୍ବଚ୍ଛତା ରକ୍ଷା ନିମନ୍ତେ ବିଭାଗୀୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଅଭିନବ ପ୍ରୟାସ ଆରମ୍ଭ କରିଛନ୍ତି। ଫେସ୍‌ବୁକ୍‌ ଓ ଟ୍ବିଟର୍‌ ଭଳି ସାମାଜିକ ଗଣମାଧ୍ୟମ ଜରିଆରେ ମନ୍ତ୍ରୀ ସାଧାରଣ ଲୋକଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇଛନ୍ତି। ବିଭିନ୍ନ ସ୍ତରରେ ଜନସାଧାରଣ ସମ୍ମୁଖୀନ ହେଉଥିବା ସମସ୍ୟା ସଂପର୍କରେ ଜାଣିବା ଉଦ୍ଦେଶ୍ୟରେ ଆରମ୍ଭ ହୋଇଥିବା ଏହି ନିଆରା ପ୍ରୟାସରେ ୧୧ ତାରିଖ ସୁଦ୍ଧା ବିଭିନ୍ନ ଜିଲ୍ଲାର ଜନସାଧାରଣ ଭାଗ ନେଇ #AskOdishafoodMinister ଜରିଆରେ ମନ୍ତ୍ରୀ ଶ୍ରୀ ସ୍ବାଇଁଙ୍କୁ ପ୍ରଶ୍ନ ପଚାରିଥିଲେ। ଆଜି ଅପରାହ୍‌ଣ ୪ଟାରୁ ୫ଟା ପର୍ଯ୍ୟନ୍ତ ଫେସ୍‌ବୁକ୍‌ ଲାଇଭ୍‌ ଜରିଆରେ ମନ୍ତ୍ରୀ ଶ୍ରୀ ସ୍ବାଇଁ ପ୍ରଶ୍ନଗୁଡ଼ିକର ଉତ୍ତର ରଖିଥିଲେ। ତେବ‌େ ସୀମିତ ସମୟ ହେତୁ ସମସ୍ତ ପ୍ରଶ୍ନର ଉତ୍ତର ଦେବା ସମ୍ଭବ ହୋଇପାରି ନ ଥିବା ଜଣାଯାଇଛି। ବଳକା ରହିଯାଇଥିବା ପ୍ରଶ୍ନର ଉତ୍ତର ଫେସବୁକ୍ ଏବଂ ଟୁଇଟର ମାଧ୍ୟମରେ ଲୋକଙ୍କୁ ପ୍ରଦାନ କରାଯିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି। କାର୍ଯ୍ୟକ୍ରମରେ ପଚରାଯାଇଥିବା ବିଭିନ୍ନ ପ୍ରଶ୍ନଗୁଡ଼ିକର ଉତ୍ତର ଦେଇଥିଲେ ମନ୍ତ୍ରୀ।

ଶ୍ରୀ ସ୍ବାଇଁ କହିଥିଲେ, ଚାଷୀମାନଙ୍କ ପାଇଁ ଏକ ନିର୍ଦ୍ଦିଷ୍ଟ ବିକ୍ରୟ ତାରିଖ ଦିଆଯାଇଥିଲା। ସେଥିରେ କିଛି ବୃହତ୍‌ ଚାଷୀ ଟୋକନ୍‌ ପାଇଥିବା ବେଳେ ନୂଆ ଚାଷୀ ଅନୁପସ୍ଥିତ ଥିବାରୁ ଟୋକନ୍‌ରୁ ବଞ୍ଚିତ ରହି ଯାଇଥିଲେ। ବଳକା ଥିବା ପ୍ରକୃତ ଚାଷୀଙ୍କୁ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଟୋକନ୍‌ ପ୍ରଦାନ କରାଯିବ ବୋଲି ସେ ସୂଚନା ଦେଇଛନ୍ତି। ସେହିପରି ମଣ୍ଡିଗୁଡ଼ିକର ଭିତ୍ତିଭୂମି ସୃଦୁଢ଼ କରାଯିବ ବୋଲି କହିଥିଲେ।

ସୁନା ଦେକାନ ଚଢ଼ଉ ସଂପର୍କରେ ଆଗାମୀ ଦିନରେ ଆଇନ୍‌ ଡିଜିଟାଇଜଡ୍‌ କରାଯିବା ସହ ଜରିମାନାର ମୂଲ୍ୟ ବଢ଼ାଯିବ ଏବଂ ହଲମାର୍କକୁ ବାଧ୍ୟତାମୂଳକ କରାଯିବ ବୋଲି କହିଛନ୍ତି। ରାଜ୍ୟରେ କିଛି ସମବାୟ ସଂସ୍ଥା ବନ୍ଦ ପଡ଼ିଥିବା, ଅସ୍ଥାୟୀ କର୍ମଚାରୀଙ୍କୁ ସ୍ଥାୟୀ କରିବା ଓ ଅନ୍ୟାନ୍ୟ ଅଭିଯୋଗ ସଂକ୍ର‌ାନ୍ତୀୟ ପ୍ରଶ୍ନର ଉତ୍ତରରେ ଶ୍ରୀ ସ୍ବାଇଁ ବିଭାଗ ପକ୍ଷରୁ ନିଆଯାଇଥିବା ବିହିତ କାର୍ଯ୍ୟାନୁଷ୍ଠାନ ସଂପର୍କରେ ଅବଗତ କରାଇଥିଲେ।

ରାଜ୍ୟ ସରକାର ଶୀତଳ ଭଣ୍ଡାରର ସଂଖ୍ୟା ବୃଦ୍ଧି କରୁ ନ ଥିବା ଫଳରେ କୃଷିଜାତ ଦ୍ରବ୍ୟ ଗଚ୍ଛିତ ହୋଇପାରୁ ନ ଥିବା ଏବଂ ଏଥି ପାଇଁ ଆଳୁ, ପିଆଜର ଦାମ୍‌ ବୃଦ୍ଧି ସଂପର୍କରେ ଥିବା ପ୍ରଶ୍ନର ଉତ୍ତରରେ ଶ୍ରୀ ସ୍ବାଇଁ କହିଲେ, ଏହା ଏକ ଭ୍ରାନ୍ତ ଧାରଣା। ଓଡ଼ିଶାରେ ୪୦ରୁ ଅଧିକ ଶୀତଳ ଭଣ୍ଡାର ରହିଛି। ଭଣ୍ଡାର କ୍ଷମତା ଅନୁଯାୟୀ ଚାଷୀମାନେ ପର୍ଯ୍ୟାପ୍ତ ପରିମାଣରେ ଦ୍ରବ୍ୟ ଶୀତଳ ଭଣ୍ଡାରକୁ ଆଣୁ ନ ଥିବାରୁ ଅଧିକାଂଶ ଖାଲି ପଡ଼ୁଛି। ନିକଟରେ ୯ଟି ଶୀତଳଭଣ୍ଡାର ନିର୍ମାଣ ପାଇଁ ଯୋଜନା କରାଯାଇଥିବା ବେଳେ ଚାହିଦା ନଥିବାରୁ ଏହି କାର୍ଯ୍ୟକ୍ରମକୁ ସ୍ଥଗିତ ରଖାଯାଇଥିବା ମତବ୍ୟକ୍ତ କରିଥିଲେ। ଏହା ସହ ସରକାରଙ୍କ ବିଭିନ୍ନ ଜନମଙ୍ଗଳ କାର୍ଯ୍ୟକ୍ରମ ସଂପର୍କରେ ମନ୍ତ୍ରୀ ସୂଚନା ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe