ସହରାଞ୍ଚଳ ଓ ପଞ୍ଚାୟତରେ ବାତ୍ୟା ପ୍ରସ୍ତୁତିର ସମୀକ୍ଷା କଲେ ମନ୍ତ୍ରୀ: କରୋନାକୁ ଦୃଷ୍ଟିରେ ରଖି ପଦକ୍ଷେପ ନେବାକୁ ପରାମର୍ଶ

Advertisment
ମାହାଙ୍ଗା ଡବଲ ମର୍ଡର ମାମଲା: ପ୍ରତାପ ଜେନାଙ୍କ ଅନ୍ତରୀଣ ସୁରକ୍ଷା ଅବଧି ବୃଦ୍ଧି

The Fact Now

ଭୁବନେଶ୍ୱର : ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ନଗର ଉନ୍ନୟନ ବିଭାଗ ଓ ପଞ୍ଚାୟତିରାଜ ବିଭାଗ ପକ୍ଷରୁ କରାଯାଇଥିବା ପ୍ରସ୍ତୁତିର ସମୀକ୍ଷା କରିଛନ୍ତି ବିଭାଗୀୟ ମନ୍ତ୍ରୀ ପ୍ରତାପ ଜେନା। ଭର୍ଚୁଆଲ୍‌ ମୋଡ୍‌ରେ ହୋଇଥିବା ଏହି ସମୀକ୍ଷାରେ ବିଭାଗ ପକ୍ଷରୁ ପୂର୍ବରୁ ଜାରି ହୋଇଥିବା ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଡିଓର(ଏସ୍‍ଓପି)କୁ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କଡ଼ାକଡ଼ି ପାଳନ ପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି। ବତ୍ୟା ସମୟରେ ଲୋକଙ୍କ ରହଣି ପାଇଁ ବିକଳ୍ପ ଆଶ୍ରୟସ୍ଥଳର ଅନୁଧ୍ୟାନ ସହିତ ତାହା ତୁରନ୍ତ ଚୂଡାନ୍ତ କରାଯିବ। ବିଶେଷ କରି କରୋନା ସଂକ୍ରମିତ ବ୍ୟକ୍ତି ଯେଉଁମାନେ କି ଗୃହ ସଙ୍ଗରୋଧରେ ଅଛନ୍ତି, ସେମାନଙ୍କ ଲାଗି ସ୍ୱତନ୍ତ୍ର ବ୍ୟବସ୍ଥା ପାଇଁ ଅଧିକ ସଂଖ୍ୟାରେ ଆଶ୍ରୟସ୍ଥଳ ପ୍ରସ୍ତୁତ କରିବା ଉପରେ ମନ୍ତ୍ରୀ ଗୁରୁତ୍ବାରୋପ କରିଥିଲେ।

ବୈଠକରେ ଅଧିକାରୀମାନେ ଜଣାଇଥିଲେ ଯେ ଏସ୍‌ଓପିରେ ଥିବା ବ୍ୟବସ୍ଥା ଅନୁଯାୟୀ ଲୋକଙ୍କୁ ଯେଭଳି ଠିକଣା ସମୟରେ ସ୍ଥାନାନ୍ତର କରାଯାଇପାରିବ ଏବଂ ସେମାନଙ୍କ ପାଇଁ ବିଭିନ୍ନ ଖାଦ୍ୟ ସାମଗ୍ରୀ ସହିତ ପାନୀୟଜଳ ଓ ବିକଳ୍ପ ବିଦ୍ୟୁତ୍‍ ବ୍ୟବସ୍ଥା କରାଯାଉଛି। ସମସ୍ତ ପୌରାଞ୍ଚଳରେ ୨୪ଘଣ୍ଟିଆ ଜଳଯୋଗାଣ ପାଇଁ କଣ୍ଟ୍ରୋଲ ରୁମ୍‍ ବ୍ୟବସ୍ଥା ସହିତ ସହଜ ପରିଚାଳନା ଲାଗି ହ୍ୱାଟସ୍‌ଆପ୍‍ ଗ୍ରୁପ ଗଠନ କରାଯାଉଛି। ବୈଠକରେ ନଗର ଉନ୍ନୟନ ବିଭାଗର ପ୍ରମୁଖ ସଚିବ ଜି.ମାଥିଭାଥନନ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ପ୍ରମୁଖ ସଚିବ ଡି. କେ. ସିଂହ, ପୌର ପ୍ରଶାସନ ନିର୍ଦ୍ଦେଶକ ସଂଗ୍ରାମଜିତ୍‍ ନାୟକ, ପାନୀୟ ଜଳ ଓ ପରିମଳ ନିର୍ଦ୍ଦେଶକ ବି. ପରମେଶ୍ୱରନ, ଆରଡବ୍ଲ୍ୟୁଏସ୍‌ଏସ୍‍ର ସର୍ବୋଚ୍ଚ ଯନ୍ତ୍ରୀ, ଇଆଇସି-ପିଏଚ୍‍ ଏବଂ ଅନ୍ୟ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe