ବାଲେଶ୍ୱର ଗସ୍ତରେ ମନ୍ତ୍ରୀ: ସଦର ବିଧାୟକଙ୍କ ବାଇକରେ ବସି ସହର ବୁଲିଲେ, ସ୍କୁଲ ପରିଦର୍ଶନ କଲେ

Advertisment
ବାଲେଶ୍ୱର ଗସ୍ତରେ ମନ୍ତ୍ରୀ: ସଦର ବିଧାୟକଙ୍କ ବାଇକରେ ବସି ସହର ବୁଲିଲେ, ସ୍କୁଲ ପରିଦର୍ଶନ କଲେ

ବାଲେଶ୍ୱର: ବାଲେଶ୍ୱର ଗସ୍ତରେ ଆସି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଅଚାନକ ସ୍କୁଲରେ ପହଞ୍ଚିଥିଲେ। ବାଲେଶ୍ୱର ସହରର ବିଭିନ୍ନ ସ୍କୁଲ ବୁଲି ଦେଖୁଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀରରଂଜନ ଦାଶ। ଆଜି ସକାଳେ ମନ୍ତ୍ରୀ ଓ ସଦର ବିଧାୟକ ସ୍ୱରୂପ ଦାସ ବାଲେଶ୍ୱର ଟାଉନ ହାଇସ୍କୁଲ, ବାରବାଟୀ ଗାର୍ଲସ ହାଇସ୍କୁଲ ଆଦି ସ୍କୁଲ ବୁଲି ପିଲାଙ୍କ ସହିତ ଆଲୋଚନା କରିଛନ୍ତି ମନ୍ତ୍ରୀ। ଏନେଇ ମନ୍ତ୍ରୀ କହିଛନ୍ତି ସ୍କୁଲରେ କିପରି ବ୍ୟବସ୍ଥା ରହିଛି ସେନେଇ ବୁଲି ଦେଖିବା ସହିତ ପିଲାଙ୍କ ଅଵଶ୍ୟକତା ନେଇ ଆଲୋଚନା କରିଛନ୍ତି।  ମନ୍ତ୍ରୀ ଶ୍ରୀ ଦାଶ ସଦର ବିଧାୟକ ସ୍ୱରୂପ ଦାସଙ୍କ ବାଇକରେ ବସି ସହର ବୁଲିବା ସହିତ ବିଭିନ୍ନ ସ୍କୁଲର ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ସହିତ ଆଲୋଚନା କରିଛନ୍ତି।

publive-image

ଏଥି ସହିତ ଦୁଇ ଲକ୍ଷ ଛାତ୍ରଛାତ୍ରୀ ବେସରକାରୀ ସ୍କୁଲ ଛାଡ଼ି ସରକାରୀ ସ୍କୁଲକୁ ଆସିଥିବା ବେଳେ ସରକାରୀ ସ୍କୁଲ ପ୍ରତି ଅବିଭାବକମାନଙ୍କ ଆଗ୍ରହ ବଢ଼ୁଥିବା ସେ କହିଛନ୍ତି । ଏଥି ସହିତ ରାଜ୍ୟରେ ୧୧ ହଜାର ନୂତନ ଶିକ୍ଷକ ନିଯୁକ୍ତି ନେଇ ମନ୍ତ୍ରୀ କହିଛନ୍ତି, ଆଶା ଅଛି ସୋମବାର ଏହାକୁ ହାଇକୋର୍ଟ ଅନୁମତି ଦେଇଦେବେ। ମୁଖ୍ୟମନ୍ତ୍ରୀ ବିଦେଶରୁ ଫେରିଲେ ନିଯୁକ୍ତି ପ୍ରକ୍ରିୟା ହେବ। ସେହିପରି ପିଲାଙ୍କୁ ପଣିକିଆ ପଚାରିବା ସହିତ ଚକଲେଟ ବାଣ୍ଟିଥିଲେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe