ମୁଖ୍ୟ ଶାସନ ସଚିବଙ୍କୁ ବୟନଶିଳ୍ପ ମନ୍ତ୍ରୀ ଭେଟିବା ପ୍ରସଙ୍ଗ ଉଠାଇଲେ କଂଗ୍ରେସ ବିଧାୟକ ଦଳ ନେତା

Advertisment
ମୁଖ୍ୟ ଶାସନ ସଚିବଙ୍କୁ ବୟନଶିଳ୍ପ ମନ୍ତ୍ରୀ ଭେଟିବା ପ୍ରସଙ୍ଗ ଉଠାଇଲେ କଂଗ୍ରେସ ବିଧାୟକ ଦଳ ନେତା

ଭୁବନେଶ୍ବର: ଆଜି ଶୂନ୍ୟକାଳରେ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କୁ ବୟନ ଶିଳ୍ପ ମନ୍ତ୍ରୀ ରିତା ସାହୁ ଭେଟିବା ପ୍ରସଙ୍ଗ ଉଠାଇ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ମନ୍ତ୍ରୀଙ୍କୁ କ୍ଷମା ମାଗନ୍ତୁ ବୋଲି କହିଥିଲେ।

ବିଧାୟକ ନରସିଂହ ମିଶ୍ର କହିଥିଲେ, ମନ୍ତ୍ରୀ ମାନେ ସରକାର। ସରକାର ପାଖକୁ କର୍ମଚାରୀ ଯିବ ନା କର୍ମଚାରୀ ପାଖକୁ ସରକାର ଯିବ ? ରାଜ୍ୟରେ ଅମଲାତନ୍ତ୍ର ଶାସନ ଚାଲିଛି। ଦିନ ଦି ପ୍ରହରରେ ଗଣତନ୍ତ୍ରକୁ ଧର୍ଷଣ କରାଯାଉଛି। ମନ୍ତ୍ରୀ ଯାଇ ଭେଟୁଛନ୍ତି ମୁଖ୍ୟ ଶାସନ ସଚିବଙ୍କୁ। ତେଣୁ ଆଗକୁ ଏମିତି ଆଉ ହେବ ବୋଲି ନାହିଁ ବୋଲି ମନ୍ତ୍ରୀ ଗୃହରେ କ୍ଷମା ମାଗନ୍ତୁ। ମୁଖ୍ୟ ଶାସନ ସଚିବ ବି ଅନୁତାପ କରନ୍ତୁ।
ନରସିଂହ ମିଶ୍ର କହୁଥିବା ବେଳେ ଗୃହରେ ଜାଵବ ରଖିଥିଲେ ସଂସଦୀୟ ବ୍ୟାପାର ମନ୍ତ୍ରୀ। ସେ କହିଥିଲେ ଜଣେ ମନ୍ତ୍ରୀଙ୍କୁ କୁହନ୍ତୁ, ମନ୍ତ୍ରୀମାନଙ୍କୁ କୁହନ୍ତୁ ନାହିଁ। ରାଇଡର ଯଦି ଠିକ ଅଛି ଘୋଡ଼ା ଠିକ ଚାଲିବ। ଏଭଳି କହିକି ମନ୍ତ୍ରୀମାନଙ୍କ କ୍ଷମତା କ୍ଷୁର୍ଣ୍ଣ କରାଯାଉଛି। ଯେତେବେଳେ ଯାହା ପ୍ରଶ୍ନ କରିବେ ମୁଁ ଖୋଲାଖୋଲି ଉତ୍ତର ଦେବି। ମୋତେ ବାଚସ୍ପତି ଡାକିଥିବାରୁ ମୁଁ ଛିଡ଼ା ହୋଇଛି ।

ନରସିଂହ ମିଶ୍ରଙ୍କ ମନ୍ତବ୍ୟକୁ ନେଇ କଂଗ୍ରେସ ଓ ବିଜେଡି ଗୃହରେ ମୁହାଁମୁହିଁ ହୋଇଥିଲେ। ଗୃହରେ ମଧ୍ୟଭାଗରେ ଉଭୟ ବିଜେପି ଓ କଂଗ୍ରେସ ସଦସ୍ୟମାନେ ନାରବାଜି କରିଥିଲେ। ବିରୋଧୀ ଓ ଶାସକଙ୍କ ଭିତରେ କଥା କଟାକଟି ଚାଲିଥିଲା। ନିଜ ନିଜ ସ୍ଥାନରେ ଛିଡ଼ା ହୋଇ ନାରାବାଜି କରିଥିଲେ ଶାସକ ଦଳ ସଦସ୍ୟ। ଏହାପରେ ବାଚସ୍ପତି ୧୫ ମିନିଟ ଲାଗି ଗୃହକୁ ମୁଲତବୀ ଘୋଷଣା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe