ମନ୍ତ୍ରୀ ଅରୁଣ ସାହୁଙ୍କ ମନ୍ତବ୍ୟକୁ ନେଇ ଭିନ୍ନ ମତ ପୋଷଣ କଲେ ମନ୍ତ୍ରୀ ସୁଶାନ୍ତ ସିଂ : ବିଧାୟକ ‌କଲେଜ ପରିଚାଳନା ସମିତିରେ ରହିଲେ ଅନେକ ସମସ୍ୟାର ସମାଧାନ ହୋଇପାରିବ

Advertisment
‘ଦାଦନ ଚାଲାଣରେ ସରକାରୀ ବାବୁଙ୍କ ହାତ’

New Indian Express

ଭୁବନେଶ୍ୱର: ନେତା, ବିଧାୟକଙ୍କୁ କଲେଜ ପରିଚାଳନା କମିଟିରୁ ବାଦ ଦେବା ପ୍ରସଙ୍ଗର ଭିନ୍ନ ମତ ପ୍ରକାଶ କରିଛନ୍ତି ମନ୍ତ୍ରୀ ସୁଶାନ୍ତ ସିଂ । ସେ କହିଛନ୍ତି, କଲେଜ ପରିଚାଳନା ସମିତିରେ ବିଧାୟକ ସଭାପତି ନ ରହି ସଦସ୍ୟ ଭାବେ ରହନ୍ତୁ । ବିଧାୟକ କିନ୍ତୁ କମିଟିରେ ରହିବା କଥା । ଏହା ହେଲେ କଲେଜର ଭିତ୍ତିଭୂମିର  ବିକାଶ ହେବା ସହ ଅନେକ ସମସ୍ୟାର ସମାଧାନ ହୋଇପାରିବ । ଏ ବାବଦରେ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ସହ ଆଲୋଚନା କରାଯିବ ବୋଲି କହିଛନ୍ତି ଶ୍ରମ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ ସିଂ କହିଛନ୍ତି । ଗତକାଲି ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ କହିଥିଲେ, କଲେଜ ପରିଚାଳନା କମିଟିରେ ନେତା କି ସ୍ଥାନୀୟ ବିଧାୟକ ରହିବେନି ।

publive-image odishasuntimes.com

ଶିକ୍ଷାବିତ୍, ଅଭିଭାବକ ଏବଂ ପୂର୍ବତନ ଛାତ୍ରଙ୍କୁ ଗଭର୍ଣ୍ଣିଂ ବଡି ସଦସ୍ୟ ଭାବେ ସ୍ଥାନ ଦିଆଯିବ । କମିଟିର ରୂପରେଖ ନେଇ ମନ୍ତ୍ରୀ ଶ୍ରୀ ସାହୁ କହିଥିଲେ ଯେ ସ୍ଥାନୀୟ ଅଞ୍ଚଳର ଜଣେ ବିଶିଷ୍ଟ ଶିକ୍ଷାବିତ୍‌ ସଭାପତି ହେବେ। ୨ରୁ ୩ ଜଣ ଅଭିଭାବକଙ୍କୁ ବି ସାମିଲ କରାଯିବ। ପୁରାତନ ଛାତ୍ରଛାତ୍ରୀଙ୍କୁ ବି କମିଟିରେ ସାମିଲ କରିବା ନେଇ ବିଚାର ଆଲୋଚନା ଜାରି ରହିଛି। କମିଟିର ସଭାପତି କିଭଳି ଚୟନ ହେବେ ସେ ନେଇ ଖୁବ୍‌ଶୀଘ୍ର ଏକ ନିୟମାବଳୀ ଜାରି ହେବ।

ଶିକ୍ଷା କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ଓ ପରିଚାଳନାଗତ ଦକ୍ଷତା ଥିବା ବ୍ୟକ୍ତିବିଶେଷଙ୍କୁ ପ୍ରାଧାନ୍ୟ ଦିଆଯିବ। କୌଣସି ନିର୍ବାଚିତ ପ୍ରତିନିଧି ପରିଚାଳନା କମିଟି ଦାୟିତ୍ବରେ ରହିବେନି। ଏ ନେଇ କ୍ୟାବିନେଟ୍‌ ମୋହର ବାଜିବା ପରେ ଖୁବ୍‌ଶୀଘ୍ର ବିଜ୍ଞପ୍ତି ପ୍ରକାଶ କରାଯିବ। ତେବେ ଏହାକୁ ନେଇ ଗଣମାଧ୍ୟମରେ ଭିନ୍ନ ମତ  ରଖିଛନ୍ତି ମନ୍ତ୍ରୀ ସୁଶାନ୍ତ ସିଂ |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe