ଅଭିଯୋଗକାରୀଙ୍କ ସହିତ କଥା ହେଲେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର

କଳାହାଣ୍ଡି ଜିଲ୍ଲା ବିଜେଡିରେ ତେଜୁଛି ଗୋଷ୍ଠୀ କନ୍ଦଳ: ବରିଷ୍ଠ ନେତା କୋଣଠେସା

knnindia.co.in

ଭୁବନେଶ୍ବର : ଗୃହ ରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଆଜି ମୋ ସରକାର କାର୍ଯ୍ୟକ୍ରମର ତଦାରଖ କରିବା ସହିତ ରାଜ୍ୟର ବିଭିନ୍ନ ଥାନାରେ ଅଭିଯୋଗ କରିଥିବା ୧୯ ଜଣ ଅଭିଯୋଗକାରୀଙ୍କ ସହିତ ସିଧା ସଳଖ ଟେଲିଫୋନ୍ ଯୋଗେ କଥା ହୋଇଛନ୍ତି। ଅଭିଯୋଗକାରୀଙ୍କୁ ଥାନାରେ ସେମାନଙ୍କୁ କିଭଳି ବ୍ୟବହାର ପ୍ରଦର୍ଶନ କରାଗଲା, ପୁଲିସ ସେମାନଙ୍କୁ ସହଯୋଗ କଲା ନା ନାହିଁ, ଥାନା କର୍ମଚାରୀ ଲାଞ୍ଚ ମାଗିଥିଲେ କି, ଶେ‌ଷରେ ଥାନାରୁ ଫେରିବା ପରେ ସେମାନେ ପୁଲିସ ଉପରେ ସନ୍ତୁଷ୍ଟ ନା ନାହିଁ ଏଭଳି କେତେକ ପ୍ରଶ୍ନ ମନ୍ତ୍ରୀ ପଚାରିଥିଲେ। ମୋ ସରକାର କାର୍ଯ୍ୟକ୍ରମ ଆରମ୍ଭ ହେବା ପରଠାରୁ ଗୃହମନ୍ତ୍ରୀ ବିଭିନ୍ନ ସମୟରେ ଥାନାରେ ଅଭିଯୋଗ କରୁଥିବା ଅଭିଯୋଗକାରୀଙ୍କୁ ଟେଲିଫୋନ୍ ଯୋଗ କଥା ହେଉଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe