ନିମାପଡ଼ା : ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ାଇଲେ ମନ୍ତ୍ରୀ

Advertisment
ନିମାପଡ଼ା : ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ାଇଲେ ମନ୍ତ୍ରୀ

ନିମାପଡ଼ା : ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଗୁରୁବାର ମଧ୍ୟାହ୍ନରେ ଅଚାନକ ଖେଲାର ବଜାରଠାରେ ଥିବା ଚିନ୍ତାମଣି ବିଦ୍ୟାପୀଠ ପରିଦର୍ଶନ କରିଥିଲେ। ସେଠାରେ ସେ ଦଶମ ‌ଶ୍ରେଣୀ ଛାତ୍ରଛାତ୍ରୀମାନଙ୍କୁ ଇଂରାଜି, ବିଜ୍ଞାନ ଆଦି ବିଷୟରେ ପାଠ ପଢ଼ାଇଥିବା ଦେଖିବାକୁ ମିଳିଥିଲା। କୋରନା ଯୋଗୁ ପାଠପଢ଼ା ପ୍ରଭାବିତ ହୋଇଥିବାବେଳେ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ପରୀକ୍ଷା ଦେବାକୁ ପ୍ରସ୍ତୁତ ହେଉଛନ୍ତି। ତେଣୁ ଚଳିତ ବର୍ଷ ମାଟ୍ରିକ ପ୍ରଶ୍ନପତ୍ର ଢାଞ୍ଚାର ପରିବର୍ତନ କରାଯାଇଥିବା ମନ୍ତ୍ରୀ ଶ୍ରୀ ଦାଶ ସୂଚନା ଦେଇଥିଲେ। ପୂର୍ବ ପ୍ରଚଳିତ ମଲ୍‌ଟିପୁଲ ଚଏସ୍‌ ଏବଂ ଦୀର୍ଘ ଉତ୍ତରମୂଳକ ପ୍ରଶ୍ନ ପରୀକ୍ଷାରେ ଆସିବ। ଏ ନେଇ ସରକାରଙ୍କ ପକ୍ଷରୁ ‘ଶିକ୍ଷା ଦର୍ପଣ’ ପ୍ରସ୍ତୁତ କରାଯାଉଛି। ଏହି ବହିରେ ପ୍ରଶ୍ନସହ ଉତ୍ତର ରହିଛି। ପରୀକ୍ଷା ପୂର୍ବରୁ ପିଲାମାନେ ଏହି ବହି ପଢ଼ି ପ୍ରସ୍ତୁତ ହେବେ। ମାଗଣାରେ ଏହା ଯୋଗାଇ ଦିଆଯିବ ବୋଲି ମନ୍ତ୍ରୀ କହିଥିଲେ। ସରକାର ଜାରି କରିଥିବା ଏସ୍‌ଓପି ବିଷୟରେ ସେ ବୁଝାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe